ଦେଶ ବିଦେଶ

ଚୀନ୍‌ରେ ଉଚ୍ଚଶିକ୍ଷା ପାଇଁ ବିହାରରୁ ଜାଲ୍‌ ସାର୍ଟିଫିକେଟ୍‌ କିଣିଥିବା ନେପାଳୀ ସାଂସଦ ଗିରଫ – Utkal Mail


କାଠମାଣ୍ଡୁ: ଶିକ୍ଷାଗତ ସାର୍ଟିଫିକେଟ୍‌ ଜାଲିଆତି କରିଥିବା ଅଭିଯୋଗରେ ଗୁରବାର ଦିନ ନେପାଳ କଂଗ୍ରେସର ସାଂସଦ ସୁନୀଲ କୁମାର ଶର୍ମାଙ୍କୁ ନେପାଳ ପୁଲିସର ‘ସେଣ୍ଟ୍ରାଲ୍‌ ଇନ୍‌ଭେଷ୍ଟିଗେସନ୍‌ ବ୍ୟୁରୋ’ ଗିରଫ କରିଛି।

‘ଏମ୍‌ବିବିଏସ୍‌’ ଡିଗ୍ରି ହାସଲ କରି ଡାକ୍ତର ହୋଇଥିବା ସାଂସଦ ସୁନୀଲ ଶର୍ମା ଏକାଦଶ ଓ ଦ୍ବାଦଶ ଶ୍ରେଣୀର ସାର୍ଟିଫିକେଟ୍‌ ଜାଲିଆତି କରିଥିବା ଅଭିଯୋଗ ହୋଇଛି। ସେ ଭାରତର ବିହାର ରାଜ୍ୟରୁ ଏହି ସାର୍ଟିଫିକେଟ୍‌ କିଣି ଚୀନ୍‌ରେ ଉଚ୍ଚ ଶିକ୍ଷା ଲାଭ ପାଇଁ ବ୍ୟବହାର ଥିଲେ।

‘ସିବିଆଇ’ କହିଛି ଯେ, ଶର୍ମାଙ୍କର ଶିକ୍ଷାଗତ ସାର୍ଟିଫିକେଟ୍‌ ସମ୍ବନ୍ଧରେ ୨୦୨୧ ଜୁଲାଇ ୨୧ ତାରିଖରେ ‘ନ୍ୟାସ୍‌ନାଲ୍‌ ଏକ୍‌ଜାମିନେସନ୍‌ ବୋର୍ଡ’ରୁ ଚିଠି ମିଳିଥିଲା। ବିହାରରୁ ଜାଲ୍‌ ସାର୍ଟିଫିକେଟ୍‌ ଆଣି ଶର୍ମା ଚୀନ୍‌ରେ ଡାକ୍ତରୀ ପଢ଼ିଥିବା କଥା ଅଭିଯୋଗ ହୋଇଥିଲା।

ନେପାଳର ଶାସକ ଦଳ ତରଫରୁ  ମୋରାଙ୍ଗ୍‌-’ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ‘ହାଉସ୍‌ ଅଫ୍‌ ରିପପ୍ରଜେନ୍‌ଟେଟିଭ୍‌’ର ସଦସ୍ୟ ଥିବା ସୁନୀଲ୍‌ଙ୍କୁ ‘ସିବିଆଇ’ କାଠମାଣ୍ଡୁରୁ ଗିରଫ କରିଥିବା କାଥା ପୁଲିସ ମୁଖପାତ୍ର କୁବେର କଡ଼ାୟତ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଅଳ୍ପ କେତୋଟି ମେଡିକାଲ୍‌ କଲେଜ ଓ ଘରୋଇ କଲେଜର ମାଲିକ ସାଂସଦ ସୁନୀଲ୍‌ ସୁନା ଚୋରାଚାଲଣ ରୋକିବାରେ ସରକାରଙ୍କ ଅସମର୍ଥତା କଥା  କହିଥିଲେ। ଗତ ମାସରେ ଚଢ଼ାଉ ବେଳେ ଜବତ କରାଯାଇଥିବା ୧୦୦ କିଲୋ ଚୋରା ଚାଲାଣ ଘଟଣାରେ ସେ ଗୃହମନ୍ତ୍ରୀ ନାରାୟଣ କାଜି ଶ୍ରେଷ୍ଠ ଓ ଅର୍ଥମନ୍ତ୍ରୀ ପ୍ରକାଶ ଶରଣ ମହତଙ୍କ ଇସ୍ତଫା ଦାବି କରିଥିଲେ।

ଜୁଲାଇ ୧୮ ତାରିଖ ଦିନ ‘ତ୍ରିଭୁବନ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏୟାର୍‌ପୋର୍ଟ’ର ବହିଃଶୁଳ୍ପ ଅଧିକାରୀଙ୍କଦ୍ବାରା ଧରା ନ ପଡ଼ି ହଂକଂରୁ  ପ୍ରାୟ ୧୦୦ କ‌ିଲୋ ସୁନା ଚୋରା ଚାଲାଣ ହୋଇ ଆସିଥିଲା। ଏହି ମାମଲାରେ ଜଣେ ଭାରତୀୟ ଓ ଜଣେ ଚୀନା ନାଗରିକଙ୍କ ସମେତ ୧୮ଜଣଙ୍କୁ ଗିରଫ କରାଯାଇଥିଲା। ଏଥିପାଇଁ ଗୃହମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଦାୟୀ ବୋଲି ସାଂସଦ ସୁନୀଲ କହିଥିଲେ।




Related Articles

Leave a Reply

Your email address will not be published. Required fields are marked *

Back to top button