ଓଡିଶା
ଟ୍ରଲରକୁ ପଛପଟୁ ପିଟିଲା ତୀର୍ଥଯାତ୍ରୀ ବସ୍, ୫ ଗୁରୁତର

ଜଳେଶ୍ୱର : ଟ୍ରଲରକୁ ପଛପଟୁ ପିଟିଲା ତୀର୍ଥଯାତ୍ରୀ ବସ୍, ୫ ଗୁରୁତର । ବାଲେଶ୍ବର ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ସନ୍ତୋଷପୁର ଛକ ନିକଟରେ ଦୁର୍ଘଟଣା ଘଟିଛି । ପଶ୍ଚିମବଙ୍ଗ ହାୱଡାରୁ ୫୧ ଜଣ ତୀର୍ଥଯାତ୍ରୀ ପୁରୀ ଆସୁଥିବାବେଳେ ରାସ୍ତା କଡରେ ଛିଡ଼ା ହୋଇଥିବା ଏକ ଟ୍ରଲରକୁ ପଛ ପଟୁ ଧକ୍କା ଦେଇଥିଲା । ବସରେ ଆଗ କ୍ୟାବିନ୍ ଭାଙ୍ଗି ଚୁରମାର ହୋଇଯାଇଛି । ବସ୍ତା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ବସ୍ତା ହସପିଟାଲରେ ଭର୍ତ୍ତି କରିଛି । ଦୁର୍ଘଟଣା ପରେ ଉଭୟ ଗାଡ଼ି ଡ୍ରାଇଭର ଫେରାର ହୋଇଯାଇଛନ୍ତି । ପୋଲିସ ଦୁଇଟି ଗାଡି ଜବତ କରି ତଦନ୍ତ କରୁଛି। ବସ ଡ୍ରାଇଭରର ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।