ରାଶିଫଳ

ମଙ୍ଗଳ ଆଜି କରିବେ ରାଶି ପରିବର୍ତ୍ତନ, ଏହି ୫ଟି ରାଶିକୁ ମିଳିବ ଅତ୍ୟନ୍ତ ଶୁଭ ଫଳ- ବଦଳିବ ଭାଗ୍ୟ

ମହାନ ପରାକ୍ରମୀ ଗ୍ରହ ପୃଥିବୀପୁତ୍ର ମଙ୍ଗଳ ଆଜି ଦିନର ଦ୍ଵିପ୍ରହାର ୨ଟା ବାଜି ୨୧ମିନିଟ ରେ କନ୍ୟା ରାଶିରେ ଯାତ୍ରା ସମାପ୍ତ କରି ତୁଳା ରାଶି ରେ ପ୍ରବେଶ କରିବେ, ଏହା ପରେ ମଙ୍ଗଳ ତୁଳା ରାଶି ରେ ୨୫ ଡିସେମ୍ବର ଯାଏ ବିରାଜିତ ରହିବେ । ଏହି ପ୍ରକାର କିଛି ଦିନ ପାଇଁ ତୁଳା ରାଶି ରେ ତିନୋଟି ଗ୍ରହଙ୍କ ସଂଯୋଗ ହେଉଛି, ଏହି ରାଶି ପାଇଁ ମଙ୍ଗଳ ଫଳ ଭଲ ହେଉଛି । ତୁଳା ରାଶିରେ ଆଗରୁ ବକ୍ରୀ ବୁଧ ସୂର୍ଯ୍ୟ ସହ ବିରାଜମାନ ରହିବେ । ଲଗ୍ନ କୁଣ୍ଡଳି ଅନୁଯାଇ ମଙ୍ଗଳ ତୁଳା ଲଗ୍ନ ପାଇଁ ମାରକେଶ ହୋଇଥାଏ ।

ମିଥୁନ ରାଶି :

 

ପଞ୍ଚମ ଭାଗରେ ଏହି ୟୁକ୍ତି ଶିକ୍ଷା ପ୍ରତିଯୋଗୀତାରେ ଆଶାତିତ ସଫଳତା ଦେଇ ପାରିବେ, ସନ୍ତାନ ସମ୍ବନ୍ଧିତ ଚିନ୍ତା ଦୂର ହେବ ବା ସନ୍ତାନ ପ୍ରାପ୍ତି ହୋଇ ପାରେ ତା ଛଡା ପ୍ରାଦୁର୍ଭାବର ବି ଯୋଗ ହେଉଛି । ଏହି ଗ୍ରହ ଲାଭରେ ଚାକିରି ଦୃଷ୍ଟିରୁ ଉନ୍ନତି ଏବଂ ଅଟକିଥିବା ଧନ ମିଳିବାରେ ସାହାଯ୍ୟ ହେବ ।

ସିଂହ ରାଶି :

ଏହି ରାଶି ଲୋକଙ୍କ ପାଇଁ ଏହି ଗ୍ରହ ସାହସ ଓ ଶୌର୍ଯ୍ୟ ବୃଦ୍ଧି କରିବ, କୌଣସି କାର୍ଯ୍ୟ କରିବା ପାଇଁ ସମୟ ଅନୁକୂଳ ଅଟେ । ପ୍ରୟାସ କରନ୍ତୁ ଭାଇ-ଭାଇ ମଧ୍ୟରେ ଝଗଡା ନ ହେଉ, ଲେନ ଦେନ ମାମଲା ରେ ସାବଧାନ ରୁହନ୍ତୁ ।

ତୁଳା ରାଶି :

ଆପଣଙ୍କ ପାଇଁ ଏହି ଗ୍ରହମାନେ ବହୁତ ଭଲ ପରିଣାମ ଦେଖେଇବେ, ରୋଜଗାର ପାଇଁ ଗୋଟେରୁ ଅଧିକ ସାଧନ ପାଇ ପାରିବେ । ଭାଗ୍ୟ ଉନ୍ନତି ପାଇଁ ବହୁତ ଭଲ ଅବସର ପାଇବେ, ପ୍ରଭାବରେ ବୃଦ୍ଧି ହେବ କିନ୍ତୁ କୌଣସି କାର୍ଯ୍ୟ ପୂର୍ଣ ହେବା ଆଗରୁ ତାକୁ ସାର୍ବଜନିକ କରନ୍ତୁ ନାହିଁ, ଅନ୍ୟଥା ଅସୁବିଧା ହୋଇ ପାରେ । ବିବାହ ସମ୍ବନ୍ଧିତ ବାର୍ତ୍ତା ସଫଳ ହୋଇବ ।

ଧନୁ ରାଶି :

ଏହି ଗ୍ରହଙ୍କ କୃପାରୁ ଭାଗ୍ୟ ଉନ୍ନତି ହେବ ଓ ତା ସହ ପଦ ଓ ଗରିମା ରେ ମଧ୍ୟ ବୃଦ୍ଧି ହେବ । ପ୍ରେମ ସମ୍ବନ୍ଧ ରେ ଭଲ ସଂକେତ ହେଉଛି, ଯାତ୍ରା ପାଇଁ ଯୋଗ ହେଉଛି । ଏହି ସଂଯୋଗ ଶିକ୍ଷା ପ୍ରତିଯୋଗୀତା ରେ ସଫଳତା ଓ ସନ୍ତାନ ସମ୍ବନ୍ଧିତ ଚିନ୍ତା ମୁକ୍ତ ହୋଇବେ ।

ମକର ରାଶି :

ଏହି ଗ୍ରହଙ୍କ ମିଳନ ଏହି ରାଶି ପାଇଁ ଭଲ ସଂଯୋଗ ହେବ, ସମାଜ ଭଲ ଓ ବରିଷ୍ଠ ଲୋକଙ୍କ ସହ ମିଳାମିଶା ପାଇଁ ସମୟ ପାଇବେ । ପାରିବାରିକ ଝଗଡାରୁ ବଞ୍ଚିତ ରହିବେ, ଘର ଓ ଗାଡି ପାଇଁ ଯୋଗ ହେଉଛି ନିଷ୍ପତ୍ତି ଶୀଘ୍ର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button