ଓଡିଶା

ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି : ୧୨୦ଦିନ ମଧ୍ୟରେ କାମ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ – Utkal Mail



ପୁରୀ : ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ ଆରମ୍ଭ ହୋଇଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଛି ଏନଓସି ।  ପ୍ରଥମେ ଗରୁଡ଼ସ୍ତମ୍ଭର ମରାମତି କାମ ଆରମ୍ଭ ହେବ। ୫ ବର୍ଷ ହେବ ଫାଟି ଆଁ କରିଛି ଶ୍ରୀମନ୍ଦିର ନାଟମଣ୍ଡପ ବିମ୍  । ଏଏସଆଇ ପକ୍ଷରୁ ମରାମତି କାର୍ଯ୍ୟ କରାଯାଉଛି  । ପ୍ରତିଦିନ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମରାମତି କାର୍ଯ୍ୟ ଚାଲିବ  । ପ୍ରାରମ୍ଭିକ ପର୍ଯ୍ୟାୟରେ ନାଟମଣ୍ଡପରେ ଲୁହାଭାରା ବନ୍ଧାଯାଇଛି । ୧୨୦ ଦିନ ମଧ୍ୟରେ  ମରାମତି କାମ ସାରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ଅପରାହ୍ନରେ ଏ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ରହୁଥିଲେ ମଧ୍ୟ ତାହା ମଧ୍ୟରେ ସୁବିଧା ଦେଖି କାର୍ଯ୍ୟ କରାଯିବ। କେଉଁ ସମୟରେ କାର୍ଯ୍ୟ କରାଯିବ ଏନେଇ ମନ୍ଦିର କମାଣ୍ଡରଙ୍କୁ ଦାୟିତ୍ବ ଦିଆଯାଇଛି ବୋଲି  ବୈଠକ ପରେ ସୂଚନା ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ୨୪ତାରିଖରେ ଏଏସଆଇର ବିଶେଷଜ୍ଞ ଦଳ ଅନୁଧ୍ୟାନ ରିପୋର୍ଟ ଦେବା ପରେ ସେହି ଅନୁସାରେ କାର୍ଯ୍ୟ କରାଯିବ। ସେପଟେ ଆଜିଠୁ ମହାପ୍ରଭୁଙ୍କ ରତ୍ନପଲଙ୍କ ତିଆରି ହେବ। ତିନିଗୋଟି ନୂଆ ରତ୍ନପଲଙ୍କ ବର୍ମାଟିକ୍ କାଠରେ ନିର୍ମିତ କରାଯିବ  । ଓ ଆସନ୍ତା ଓଡିଆ ନବବର୍ଷରୁ ମହାପ୍ରଭୁ ନୂତନ ରତ୍ନପଲଙ୍କରେ ଶୟନ କରିବେ। ଏହାଛଡା ରତ୍ନପଲଙ୍କରେ ଥିବା ହାତୀଦାନ୍ତକୁ ମଧ୍ୟ ମରାମତି କରାଯିବ।




Related Articles

Leave a Reply

Your email address will not be published. Required fields are marked *

Back to top button