ପଣସ ବୋଝେଇ ପିକଅପ ଧକ୍କାରେ ବାପ-ପୁଅ ମୃତ, ଗାଡି ଜବତ

ବାଲିଗୁଡା : ଭୋଜି ଖାଇ ଫେରିବା ସମୟରେ ବାପ-ପୁଅଙ୍କୁ ସାମ୍ନା ପଟେ ଧକ୍କା ଦେଲା ପଣସ ବୋଝେଇ ବୋଲେରୋ l ଦୁର୍ଘଟଣାରେ ଘଟଣା ସ୍ଥଳରେ ବାପାର ମୃତ୍ୟୁ ହୋଇଥିବା ବେଳେ ପୁଅର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି l ଦୁର୍ଘଟଣା ପରେ ଗୁରୁତର ନାବାଳକ ପୁଅକୁ ସ୍ଥାନୀୟ ଲୋକ ଉଦ୍ଧାର କରି ବାଲିଗୁଡା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ଅବସ୍ଥା ଅଧିକ ଗୁରୁତର ନେଇ ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା l ହେଲେ ସେଠାରେ ତାର ମୃତ୍ୟୁ ହୋଇ ଯାଇଛି l
କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଗାଲିଗାରୁ ବୁଲାଣି ରାସ୍ତାରେ ଘଟିଛି ଏପରି ଦୁର୍ଘଟଣା l ମୃତକ ବାଲିଗୁଡା ଥାନା ଋତୁଙ୍ଗିଆ ପଂଚାୟତ ସିର୍ଶୀପାଙ୍ଗା ଗାଁର ହେମ କଂହର l ରାଇପାଙ୍ଗା ଗାଁରେ ଭୋଜି ଖାଇ ବାପା ହେମ କଂହର ନାବାଳକ ପୁଅ ସହ ବାଇକରେ ଗାଁ ସିର୍ଶୀପାଙ୍ଗାକୁ ଫେରିବା ସମୟରେ ବାଲିଗୁଡାରୁ ମୋହନଗିରି ଅଭିମୁଖେ ଯାଉଥିବା ପଣସ ବୋଝେଇ ଗାଡିଟି ସାମ୍ନା ପଟେ ଧକ୍କା ଦେଇଥିଲା l ଦୁର୍ଘଟଣା ଘଟାଇ ଗାଡିଟି ଖସି ପଳେଇଥିବା ବେଳେ ବାଲିଗୁଡା ପୋଲିସ ବୋଲେରୋ ପିକଅପ ଗାଡିକୁ ଜବତ କରିବା ସହ ଘଟଣା ସ୍ଥଳରୁ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ବାଲିଗୁଡା ମେଡିକାଲକୁ ପଠାଇଛି l