କ୍ରୀଡା

ବିଶ୍ବକପ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ଶକ୍ତ ଧକ୍କା, ଓହରିଲେ ଏହି ଦୁଇ ଷ୍ଟାର୍ ଖେଳାଳି – Utkal Mail


ନୂଆଦିଲ୍ଲୀ : ଅକ୍ଟୋବର ୫ରୁ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ପୂର୍ବରୁ ଅଷ୍ଟ୍ରେଲିଆ ଦଳକୁ ଏକ ଶକ୍ତ ଧକ୍କା ଲାଗିଛି । ଦଳର ଦୁଇ ଷ୍ଟାର୍ ଖେଳାଳି ଷ୍ଟିଭ ସ୍ମିଥ୍ ଓ ମିଚେଲ ଷ୍ଟାର୍କ ଦଳର ଦକ୍ଷିଣ ଆଫ୍ରିକା ଗସ୍ତରୁ ଓହରି ଯାଇଛନ୍ତି । ଏହା ସହିତ ସେମାନଙ୍କ ବିଶ୍ବକପ୍ ଖେଳିବା ନେଇ ବି ଆଶଙ୍କା ଦେଖାଦେଇଛି ।

କିଛିଦିନ ପୂର୍ବେ ଅଷ୍ଟ୍ରେଲିଆ ଦଳ ନିଜର ବିଶ୍ବକପ୍ ଦଳ ଘୋଷଣା କରିଥିଲା। ଏଥିରେ ସମସ୍ତ ପ୍ରମୁଖ ଖେଳାଳିଙ୍କୁ ସ୍ଥାନ ଦିଆଯାଇଥିଲା ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ କ୍ରିକେଟ  ଅଷ୍ଟ୍ରେଲିଆ ମଧ୍ୟ ଦଳ ଘୋଷଣା କରିଥିଲା। କିନ୍ତୁ ଏବେ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଷ୍ଟିଭ ସ୍ମିଥ୍ ଓ ମିଚେଲ ଷ୍ଟାର୍କ ଆହତ ଜନିତ କାରଣରୁ ବାଦ୍ ପଡ଼ିଛନ୍ତି ।

ଦିନିକିଆ ବିଶ୍ୱକପ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ଦକ୍ଷିଣ ଆଫ୍ରିକା ଏବଂ ତା’ପରେ ଭାରତ ବିପକ୍ଷରେ ସିରିଜ୍ ଖେଳିବାର ସୁଯୋଗ ମିଳିଛି। ଏଭଳି ସ୍ଥିତିରେ ଦଳ ସମ୍ପୂର୍ଣ୍ଣ ସାମର୍ଥ୍ୟ ସହ ପଡ଼ିଆକୁ ଓହ୍ଲାଇବାକୁ ଚାହୁଁଥିଲା। ଅଧିନାୟକ ପ୍ୟାଟ୍ କମିନ୍ସ ଆହତ କାରଣରୁ ଆଫ୍ରିକା ବିପକ୍ଷ ଶୃଙ୍ଖଳାରୁ ବାଦ୍ ପଡ଼ିଥିଲେ ହେଁ ଏବେ ସ୍ମିଥ୍ ଓ ଷ୍ଟାର୍କଙ୍କ ଅନୁପସ୍ଥିତି ଯୋଗୁଁ ଦଳକୁ ଡବଲ୍ ଝଟକା ଲାଗିଛି।

ହାତରେ ଆଘାତ ଲାଗିଥିବାରୁ ଷ୍ଟିଭ୍ ସ୍ମିଥ୍ ଉଭୟ ଟି-୨୦ ଓ ଦିନିକିଆ ଶୃଙ୍ଖଳାରୁ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଆଷ୍ଟନ୍ ଟର୍ନରଙ୍କୁ ଟି-୨୦ ଦଳରେ ଏବଂ ମାର୍ନସ୍ ଲାବୁସାନେଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି। ପିଠିରେ ସମସ୍ୟା କାରଣରୁ ମିଚେଲ ଷ୍ଟାର୍କ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି ଏବଂ ତାଙ୍କ ସ୍ଥାନରେ ବାମହାତୀ ଦ୍ରୁତ ବୋଲର ସ୍ପେନ୍ସର ଜନସନଙ୍କୁ ସାମିଲ କରାଯାଇଛି।.




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button