ଦେଶ ବିଦେଶ

ମଣିପୁରରେ ସୁରକ୍ଷା କର୍ମୀଙ୍କୁ ଗୁଳିମାଡ଼ ମାମଲା, ମୈତେୟୀ ଗୋଷ୍ଠୀ ସଦସ୍ୟ ଗିରଫ, ୧୯ ଅଟକ

ନୂଆଦିଲ୍ଲୀ : ମୈତେୟୀ ଗୋଷ୍ଠୀ ଆରମବାଇ ତେଙ୍ଗଲର ଜଣେ ‌ନେତା  କାନନ ସିଂହ ଏବଂ ଅନ୍ୟ ୪ ଜଣଙ୍କ ଗିରଫକୁ ବିରୋଧ କରି ମଣିପୁରରେ ନିକଟରେ ହିଂସାତ୍ମକ ଆନ୍ଦୋଳନ ହୋଇଥିଲା। ଏହି ସମୟରେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିବା ମୈତେୟୀ ଗୋଷ୍ଠୀର ଜଣେ ସଦସ୍ୟଙ୍କୁ ଆଜି  ଗିରଫ କରାଯାଇଛି। ଜୁନ୍‌ ୯ ତାରିଖରେ ଇମ୍ଫାଲରେ ହୋଇଥିବା ହିଂସା ଘଟଣାରେ ସମ୍ପୃକ୍ତି ପାଇଁ ପୁଲିସ ଅନ୍ୟ ୧୯ ଜଣଙ୍କୁ ମଧ୍ୟ ଅଟକ ରଖିଛି।  ଇମ୍ଫାଲ ପଶ୍ଚିମ ଜିଲ୍ଲାର ତେରା ସପମ ଅଞ୍ଚଳରେ ସୁରକ୍ଷାକର୍ମୀ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିବା ସମୟରେ ମୈତେୟୀ ଗୋଷ୍ଠୀର ସଦସ୍ୟମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ।  ଏହି ଘଟଣାରେ ପୁଲିସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।  ଉଲ୍ଳେଖଯୋଗ୍ୟ, କାନନ ସିଂହ ଏବଂ ଅନ୍ୟ ୪ ଜଣଙ୍କୁ ନିଃସର୍ତ୍ତ ଭାବେ ଛାଡ଼ିବା ପାଇଁ ଦାବି କରି ଇମ୍ଫାଲର ବିଭିନ୍ନ  ଜିଲ୍ଲାରେ ମୈତେୟୀ ଗୋଷ୍ଠୀର ସଦସ୍ୟମାନେ ଆନ୍ଦୋଳନ ଏବଂ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।  ୨୦୨୩ ମେ’ରୁ ମଣିପୁରରେ ମୈତେୟୀ ଏବଂ କୁକ-ଜୋ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ସଂଘର୍ଷରେ ଏ ପର୍ଯ୍ୟନ୍ତ ୨୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button