ବିଚାର

ବିବାହ ପରେ ଚରିତ୍ରହୀନ ଜୀବନସାଥି ବାହାରିଲେ, ସେଭଳି ପରିସ୍ଥିତିରେ କ’ଣ କରିବେ ? Motivational speech

ପ୍ରତ୍ଯେକଟି ପୁରୁଷଙ୍କ ପାଇଁ ଜଣେ ନାରୀ ଓ ପ୍ରତ୍ଯେକଟି ନାରୀ ପାଇଁ ଜଣେ ପୁରୁଷ ରହିଥାଏ । ଯାହାଙ୍କୁ ବିବାହ ପରେ ସେମାନଙ୍କର ଜୀବନସାଥି ବୋଲି କୁହାଯାଇଥାଏ । ଅର୍ଥାତ ବିବାହ ପରେ ସ୍ଵାମୀ ସ୍ତ୍ରୀ ର ଓ ସ୍ତ୍ରୀ ସ୍ଵାମୀର ଜୀବନସାଥି ବନିଯାଇଥାନ୍ତି । ତେବେ ପ୍ରକୃତ ଜୀବନସାଥି ସିଏ ହୋଇଥାନ୍ତି । ଜିଏକି ନିଜ ଜୀବନସାଥିର ସବୁ ସମୟରେ ସାଥ୍ ଦେଇଥାନ୍ତି । ତାଙ୍କ ସୁଖ ହେଉ କିମ୍ବା ଦୁଃଖ ସମୟ ଚାଲିଥାଉ । ପ୍ରତ୍ଯେକଟି ପରିସ୍ଥିତିଟି ପରସ୍ପର ସାଥ୍ ଯିଏ ଦେଇଥାନ୍ତି । ତାଙ୍କୁ ହିଁ ପ୍ରକୃତ ଜୀବନସାଥି ବୋଲି କୁହାଯାଇଥାଏ ।

ଜୀବନସାଥି ଏମିତି ହେବା ଦରକାର । ଯେମିତି ନିଜ ସାଥିକୁ ନିଜ ହୃଦୟରୁ ଭଲ ପାଇ ପଡ଼ୁଥିବା ଦରକାର । କେବଳ ଉପର ଦେଖାଣିଆ ଭଲ ପାଇବାକୁ ପ୍ରକୃତ ଭଲ ପାଇବା କୁହାଯାଇନଥାଏ । ଯିଏ ଆପଣଙ୍କର ପ୍ରକୃତ ସାଥି ହୋଇଥିବ । ସେ ଆପଣଙ୍କୁ ତାଙ୍କ ହୃଦୟରୁ ଭଲ ପାଉଥିବେ । ଆପଣଙ୍କ ଛଡା ସେ ସ୍ଵପ୍ନରେ ସୁଦ୍ଧା ଅନ୍ୟ କାହାର ଭାବନା ନିଜ ମନ ମଧ୍ୟକୁ ଆଣୁନଥିବେ । ସବୁବେଳେ ସବୁ ସମୟରେ ନିଜ ସାଥି ପାଇଁ ଯିଏ ଲୋୟାଲ ହୋଇ ରହିପାରିବ । ସେ ହିଁ ପ୍ରକୃତ ଜୀବନସାଥି ହୋଇପାରିବ ।

ହେଲେ ବହୁତ ଲୋକଙ୍କ ମନରେ ପ୍ରଶ୍ନ ରହିଥାଏ ? ଯେ ଯଦି ବିବାହ ପରେ ଜୀବନସାଥି ଚରିତ୍ରହୀନ ବାହାରେ । ତେବେ ସେହି ପରିସ୍ଥିତିରେ କଣ କରାଯିବ ? ତେବେ ଯଦି ବିବାହ ପରେ ଯଦି କୌଣସି ବ୍ୟକ୍ତିର ଜୀବନସାଥି ସେ ସ୍ଵାମୀ ହେଉ କି ସ୍ତ୍ରୀ ଯଦି ଚରିତ୍ରହୀନ ବୋଲି ଜଣା ପଡିଥାଏ । ତେବେ ସେ ପରିସ୍ଥିତିରେ ନିଜ ସାଥିଙ୍କ ପ୍ରତି ହଟାତ ହିଂସ୍ର ହୋଇ ଉଠିବା ଉଚିତ ନୁହେଁ । ତାଙ୍କୁ ପ୍ରଥମେ ଆପଣ ପ୍ରେମରେ ବୁଝାଇବା ଦରକାର ।

ଯେ ତୁମେ ଯେଉଁ କାମ କରୁଛ । ତାହା ଉଚିତ କାମ ନୁହେଁ । ବିବାହ ପରେ ତୁମର ସାଥି ଥାଉ ଥାଉ ଅନ୍ୟ ଲୋକଙ୍କ ସହ ସମ୍ପର୍କ ରଖିବା ଏହା ଜମାରୁ ମଧ୍ୟ ଠିକ କଥା ନୁହେଁ । ଏଭଳି ଭଲ ଭଲ କଥା ମାଧ୍ୟମରେ ନିଜ ସାଥିକୁ ଭଲ ବାଟକୁ ଆଣିବା ଦରକାର । ଯଦି ଆପଣଙ୍କର ବହୁତ ବୁଝାଇବା ସତ୍ବେ ଆପଣଙ୍କ ସାଥି ଭଲ ବାଟକୁ ନଆସି ଚରିତ୍ରହୀନଙ୍କ ଭଳି ଅନ୍ୟ କାହା ସମ୍ପର୍କ ରଖେ ।

ତେବେ ସେ ସମୟରେ କୌଣସି ପ୍ରକାର ମାଡ, ଗାଳି ହିଂସାତ୍ମକ କାର୍ଯ୍ୟ ନକରି ସାଥିଙ୍କୁ ଡିଭୋର୍ଷ ଦେଇ ଦେବା ହିଁ ଉଚିତ । ବାରମ୍ବାର ଖରାପ ମାର୍ଗରେ ଯାଉଥିବା ସାଥିଙ୍କୁ ବୁଝାଇବା ସତ୍ବେ ମଧ୍ୟ ନବୁଝିଲେ । ସେଭଳି ସାଥିଙ୍କ ସହ ସବୁ ସମ୍ପର୍କ ହିଁ ଭାଙ୍ଗିଦେବା ଉଚିତ ପଦକ୍ଷେପ ଅଟେ ।

ଆଶା କରୁଛୁ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିବ ।

Related Articles

Leave a Reply

Your email address will not be published. Required fields are marked *

Back to top button