ଦେଶ ବିଦେଶ

ବଳାତ୍କାର ମାମଲାରେ ବିଜେପି ବିଧାୟକଙ୍କ ବିରୋଧରେ ଗିରଫ ଓ୍ବାରେଣ୍ଟ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାର ଏକ କୋର୍ଟ ଆଠ ବର୍ଷ ପୁରୁଣା ବଳାତ୍କାର ମାମଲାରେ ବିଜେପି ବିଧାୟକ ରାମଦୁଲାରଙ୍କ ବିରୋଧରେ ଗିରଫ ଓ୍ବାରେଣ୍ଟ ଜାରି କରିଛନ୍ତି। ରାମଦୁଲାର ଦୁଦ୍ଧୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଅଛନ୍ତି ।

ରାମଦୁଲାରଙ୍କ ବିରୋଧରେ ସୋନଭଦ୍ରର ଆଡିସନାଲ ସେସନ୍ ଜଜ୍ ରାହୁଲ ମିଶ୍ରା ଏହି ଗିରଫ ପରୱାନା ଜାରି କରିଛନ୍ତି। ଏହି ମାମଲାରେ କୋର୍ଟରେ ହାଜର ହେବା ପାଇଁ ରାମଦୁଲାରଙ୍କୁ ଅନେକ ଥର ସମନ୍ ଜାରି କରାଯାଇଥିଲା । କିନ୍ତୁ ସେ କୋର୍ଟରେ ହାଜର ହୋଇନଥିଲେ। ଏମ୍ଏଲ୍ଏ ରାମଦୁଲାରଙ୍କୁ ଗିରଫ କରି ୨୩ ଜାନୁଆରୀରେ ହାଜର କରିବା ପାଇଁ କୋର୍ଟ ତାଙ୍କ ଆଦେଶରେ କହିଛନ୍ତି।

ଏହି ମାମଲାରେ ସରକାରୀ ଓକିଲ ସତ୍ୟ ପ୍ରକାଶ ତ୍ରିପାଠୀ କହିଛନ୍ତି ଯେ ୪ ନଭେମ୍ବର ୨୦୧୪ରେ ମୟୂରପୁର ଅଞ୍ଚଳର ଜଣେ ବ୍ୟକ୍ତି ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯେ ରାମଦୁଲାର ତାଙ୍କ ଭଉଣୀକୁ ଡରାଇ ଧମକାଇ ବଳାତ୍କାର କରିଛନ୍ତି । ତଦନ୍ତ ପରେ ପୋଲିସ ଏହି ମାମଲାରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା। ଏହି ମାମଲାରେ କୋର୍ଟ ତାଙ୍କୁ ହାଜର ହେବା ପାଇଁ ଅନେକ ଥର ନୋଟିସ୍ ଜାରି କରିଥିଲେ ‌। କିନ୍ତୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଆସିନାହାଁନ୍ତି ବୋଲି ସତ୍ୟ ପ୍ରକାଶ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button