ଓଡିଶା

ଏଣ୍ଡୁଅ ଚାଲାଣ ପଣ୍ଡ, ୨ ଗିରଫ

ଭୁବନେଶ୍ବର: ରାଜଧାନୀରେ ବହୁରୂପୀ ଏଣ୍ଡୁଅ ଚାଲାଣ ପଣ୍ଡ। ପୁଲିସ ଏହି ବିରଳ ଏଣ୍ଟୁଅ ଚାଲାଣ ପଣ୍ଡ କରିବା ସହ ଚାଲାଣକାରୀ ଅଜା ନାତିଙ୍କୁ ଗିରଫ କରିଛି। ଉଭୟଙ୍କ ଘର ଜଗତସିଂହପୁରରେ ହୋଇଥିବା ବେଳେ ଜଟଣୀର ଜଣଙ୍କୁ ଭୁବନେଶ୍ବରରେ ଦେବାକୁ ଆସିଥିଲେ।

ବହୁରୂପୀ ଏଣ୍ଡୁଅ ଚୋରା ଚାଲାଣ କରିବାକୁ ଜଗତସିଂହପୁର ତିର୍ତୋଲର କ୍ଷିରୋଦ ମହାନ୍ତି, ରଶ୍ମି ରଜନ ଦାସ ଉଭୟ ସମ୍ପର୍କରେ ଅଜା ନାତି ଭୁବନେଶ୍ବର ଆସିଥିବା ବେଳେ ପଡିଛନ୍ତି ପୁଲିସ ଜାଲରେ। ଏମାନେ ଜଟଣୀର ଜଣଙ୍କୁ ଏଣ୍ଡୁଅ ଦେବାକୁ ଭୁବନେଶ୍ବର ମଞ୍ଚେଶ୍ବର ନିକଟକୁ ଆସିଥିଲେ। ଦେଢ ଲକ୍ଷ ଟଙ୍କାରେ ଡିଲ ଫାଇନାଲ ହୋଇଥିଲା। କିନ୍ତୁ ବିଶେଷ ସୂତ୍ରରୁ ସୂଚନା ପାଇଁ ବନ ବିଭାଗ ଉଭୟ ଅଜା ନାତିଙ୍କୁ କାବୁ କରି ନେଇଛି। ସେମାନଙ୍କୁ ମଧ୍ୟ ଗିରଫ କରାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button