ଦେଶ ବିଦେଶ

ଚନ୍ଦ୍ରଯାନ ଅବତରଣ ବେଳେ ଏମିତି ଦେଖାଯାଉଥିଲା ଚନ୍ଦ୍ରପୃଷ୍ଠ, ଭିଡିଓ ଜାରି କଲା ଇସ୍ରୋ – Utkal Mail


ବେଙ୍ଗାଲୁରୁ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଚନ୍ଦ୍ରଯାନ-୩ର କ୍ୟାମେରାରେ କଏଦ ହୋଇଥିବା ଅବତରଣ ସମୟର ଏକ ଭିଡିଓ ଜାରି କରିଛି। ଇସ୍ରୋ ଟୁଇଟ୍ କରି କହିଛି ଯେ ବିକ୍ରମ ଲାଣ୍ଡର ଚନ୍ଦ୍ରପୃଷ୍ଠ ଛୁଇଁବା ପୂର୍ବରୁ ସେଥିରେ ଲାଗିଥିବା କ୍ୟାମେରା ଏହି ଭିଡିଓ ରେକର୍ଡ କରିଥିଲା । ଏହି ଭିଡିଓରେ ଚନ୍ଦ୍ରପୃଷ୍ଠରେ ଅନେକ ଗଭୀର ଗାତ ଥିବା ଦେଖିବାକୁ ମିଳୁଛି।

ଏହାଛଡ଼ା ଇସ୍ରୋ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ ରୋଭର ଚାଲିବା ଆରମ୍ଭ କରିଛି । ଲ୍ୟାଣ୍ଡର ମଡ୍ୟୁଲର ପେଲୋଡ୍ ଆଇଏଲଏସଏ, ରମ୍ଭା ଏବଂ ଚାଷ୍ଟେ ସକ୍ରିୟ ହୋଇଛି ।

 

ଇସ୍ରୋର ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ବୁଧବାର ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ (ନିରାପଦ ଅବତରଣ) କରିଥିଲା। ଏହା ସହ ଭାରତ ପ୍ରଥମ ଦେଶ ଭାବେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପହଞ୍ଚିଛି । ସଫ୍ଟ ଲ୍ୟାଣ୍ଡିଂ ପରେ ସମସ୍ତ ପରୀକ୍ଷଣ ଜାରି ରହିବ ବୋଲି ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଛନ୍ତି। ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ ବିଭିନ୍ନ ପ୍ରକାରର ଗବେଷଣା କରିବ । କିନ୍ତୁ ଚନ୍ଦ୍ରର ଉକ୍ତ ଅଂଚଳରେ ରାତି ହେବା ପରେ ଏହି ସିଷ୍ଟମକୁ ଆଉ ସୌରଶକ୍ତି ମିଳିବ ନାହିଁ । ସୂଚନାଯୋଗ୍ୟ ଯେ, ଚନ୍ଦ୍ରର ଗୋଟିଏ ଦିନ ପୃଥିବୀର ୧୪ ଦିନ ସହ ସମାନ । ଏଣୁ ୧୪ ଦିନ ପରେ ସେଠାରେ ଅନ୍ଧାର ହେବା ପରେ ସିଷ୍ଟମକୁ ଆଉ ଶକ୍ତି ମିଳିବ ନାହିଁ ।




Related Articles

Leave a Reply

Your email address will not be published. Required fields are marked *

Back to top button