ରାଜନୀତି

ଘର ଛାଡିବାକୁ ବାଧ୍ୟ କରାଯାଇଥିଲା: ଆଜାଦ

ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ ଗୁଲାମ ନବୀ ଆଜାଦ ମିଡିଆ ସମ୍ମୁଖକୁ ଆସିଛନ୍ତି। ଏହି ସମୟରେ ପୁଣି ଆଜାଦ ବର୍ଷିଛନ୍ତି ରାହୁଲ ଗାନ୍ଧୀଙ୍କ ଉପରେ। ସେ କହିଛନ୍ତି ଘର ଛାଡିବାକୁ ତାଙ୍କୁ ବାଧ୍ୟ କରାଯାଇଛି। ଯେତେବେଳେ ଘର ଲୋକଙ୍କୁ ଅନୁଭୂତ ହେବ ଏ ଲୋକ ଆଉ ଆବଶ୍ୟକ ନୁହେଁ, ସେତେବେଳେ ବୁଦ୍ଧିମତାର କାମ ଚୁପଚାପ ଘର ଛାଡିଦେବା।

ଆପଣଙ୍କ ରିମୋଟ ବିଜେପି ହାତରେ- ଏହି ପ୍ରଶ୍ନର ଉତ୍ତରରେ ଗୁଲାମ ନବୀ କହିଛନ୍ତି କି, ଯେଉଁ ବ୍ୟକ୍ତି ନିଜ ଭାଷଣ ଶେଷ କରି ପୂରା ସଦନରେ ପ୍ରଧାନମନ୍ତ୍ରୀଙ୍କୁ ଆଲିଙ୍ଗନ କରେ ସେ ବିଜେପି ସହ ମିଶିଛି ନାଁ ମୁଁ? ସେ ଆହୁରି କହିଛନ୍ତି, ମୁଁ ମୋଦିଜୀଙ୍କୁ ଜଣେ କ୍ରୁର ବ୍ୟକ୍ତି ଭାବୁଥିଲା। ବିବାହ କରି ନାହିଁ, ପିଲା ନାହିଁ, ସ୍ତ୍ରୀ ନାହିଁ, ତେଣୁ ତାଙ୍କୁ କୌଣସି ଫରକ ନାହିଁ। କିନ୍ତୁ ଅନ୍ୟୁନ ଲୋକଟିର ମାନବିକତା ଅଛି ବୋଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ପର୍କରେ କହିଛନ୍ତି ଆଜାଦ।

ଡିଏନଏ ପ୍ରଶ୍ନରେ ଗୁଲାମ ନବୀ କହିଛନ୍ତି, ପୂର୍ବରୁ ଜୟରାମ ରମେଶ ନିଜ ଡିଏନଏ ଚେକ କରିନିଅନ୍ତୁ କି ସେ କେଉଁ କେଉଁ ଦଳର ରହିଛନ୍ତି। ବାହାରର ଲୋକମାନଙ୍କୁ କଂଗ୍ରେସ ବିଷୟରେ ଜଣାନାହିଁ। ଚାପଲୁସୀ ଓ ଟ୍ବିଟ କରି ଯାହାକୁ ପଦ ହାତେଇ ଅଭିଯୋଗ ଲଗାଉଛନ୍ତି ଆମକୁ ଦୁଃଖ ଲାଗୁଛି।

ବିଜେପିରେ ସାମିଲ ସମ୍ପର୍କରେ ଗୁଲାମ କହିଛନ୍ତି, ସେ ବିଜେପିରେ ସାମିଲ ହେଉ ନାହାନ୍ତି। ତେବେ ତାଙ୍କୁ ବିଜେପିରେ ସାମିଲ ହେବାର କୌଣସି ମାନସିକତା ନାହିଁ। ଜଣେ କାଶ୍ମୀର କିପରି ବିଜେପିରେ ସାମିଲ ହୋଇପାରେ? ମୋତେ ଏପରି ଆଲୋଚନାରେ ଘୃଣା ଆସୁଛି। ମୁଁ କେବେ ବିଜେପିରେ ସାମିଲ ହେବି ନାହିଁ। ତେବେ ସେ ନିଜର ଏକ ଦଳ ଗଠନ କରି ଜମ୍ମୁ ବିଧାନସଭା ନିର୍ବାଚନ ଲଢିବେ ବୋଲି କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button