ଓଡିଶା

ଦୀର୍ଘ ଦିନ ଧରି ଟ୍ରାନ୍ସଫର୍ମର ଅଚଳ,ଚୀର ନିଦ୍ରାରେ ବିଦ୍ୟୁତ୍ ବିଭାଗ

ଵଣାଇଁ,୩୦/୮/୨୨: ଉପଖଣ୍ଡ ର ଟିକ୍ରାପୋଷ ଗ୍ରାମ ଅନ୍ତର୍ଗତ ଗଉଡ଼ ଡ଼ିହି ସାହି  ବାସିନ୍ଦା ଗତ ତିନି ମାସ ଧରି ଅନ୍ଧାର ରେ ଅଛନ୍ତି।ଗତ ଜୁନ ମାସ ଆରମ୍ଭ ରେ ସାହି ର ଟ୍ରାନ୍ସଫୋର୍ମର ପୋଡିଯିବା ପରେ ନୂତନ ଟ୍ରାନ୍ସଫୋର୍ମର ସଂଯୋଗ ପାଇଁ ସାହି ର ବିଦ୍ୟୁତ ଉପଭୋକ୍ତା ମାନେ ବିଦ୍ୟୁତ ବିଭାଗ ଅଧିକାରୀ ଙ୍କ କହିବା ମୁତାବକ ଆବଶ୍ୟକୀୟ ଅର୍ଥରାଶି ବଣାଇଁ ସ୍ଥିତ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ରେ ଜମା କରିଥିଲେ।କିନ୍ତୁ ଏ ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ।ଗୁରୁଣ୍ଡିଆ ବ୍ଲକ ଅଞ୍ଚଳ ରେ ସର୍ପାଘାତ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଅଞ୍ଚଳ ରେ କିରୋସିନୀ ର ମଧ୍ୟ ଘୋର ଅଭାବ ଦେଖା ଦେଇଛି।ଯାହା ଫଳରେ ସାହି ବାସିନ୍ଦା ଅନ୍ଧାର ରେ ରହିବାକୁ ବାଧ୍ୟ ହେଉଛନ୍ତି।ଦୀର୍ଘ ଦିନ ଧରି ବିଦ୍ୟୁତ ନ ଥିବାରୁ ପିଲାଙ୍କର ପାଠ ପଢ଼ାରେ ମଧ୍ୟ ସମସ୍ୟା ଉପୁଜୁଛି।ନୂତନ ଟ୍ରାନ୍ସଫୋର୍ମର ନ ଲାଗିବାରୁ ଗ୍ରାମବାସୀ ଅତ୍ୟନ୍ତ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି।ବିଦ୍ୟୁତ ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରି ସାହି ରେ ନୂତନ ଟ୍ରାନ୍ସଫୋର୍ମର ନ ଲଗାଗଲେ ଆଗାମୀ ଦିନରେ ଗ୍ରାମବାସୀ ଉପଖଣ୍ଡ ବିଦ୍ୟୁତ କାର୍ଯ୍ୟାଳୟ ରେ ଅନଶନ କରିବେ ବୋଲି ଗ୍ରାମର ବିଦ୍ୟୁତ ଉପଭୋକ୍ତା ଦୀପକ କିଷାନ, ଗଣନାଥ କିଷାନ, ବାଣେଶ୍ୱର କିଷାନ, ଲକ୍ଷ୍ମୀଧର କିଷାନ, କ୍ଷେତ୍ର କିଷାନ, ମଧୁ କିଷାନ, ସୁକମାର କିଷାନ, ଶ୍ରୀମତୀ କିଷାନ, ଦଶରଥ କିଷାନ, ରିତାଞ୍ଜଳି କିଷାନ, ପୁନି କିଷାନ, ଲକ୍ଷ୍ମଣ ମହାକୁଳ, ସୁନେଇ କିଷାନ, ମୁଗ କିଷାନ, ଲକ୍ଷ୍ମୀ କିଷାନ, ସୁଭଦ୍ରା କିଷାନ, ଲଳିତା କିଷାନ, ଦୀନବନ୍ଧୁ କିଷାନ, ଚମରା କିଷାନ ପ୍ରମୁଖ କ୍ଷୋଭ ପ୍ରକାଶ କରି କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button