ବିଚାର

୫ ଗୋଟି ତୁଳସୀ ପତ୍ରକୁ ଘରର ଏହି ସ୍ଥାନରେ ରଖନ୍ତୁ, ଦେଖିବେ ଟଙ୍କାର ଅଭାବ ରହିବ ନାହିଁ

ଗୋଟେ ଲାଲ କପଡ଼ା ଆଣି ସେଥିରେ ୫ଟି ତୁଳସୀ ପତ୍ର ରଖି ବାନ୍ଧି ଦିଅନ୍ତୁ। ତାପରେ ଏହାକୁ ଆପଣଙ୍କର ଧନଭଣ୍ଡାର ଘରେ ରଖି ଦିଅନ୍ତୁ, ଦେଖିବେ ଆପଣ ଖୁବ୍ ଅଳ୍ପ ସମୟ ମଧ୍ୟରେ ଆପଣ ଧନବାନ ହୋଇଯିବେ। ଏହି ଉପାୟକୁ ଆପଣ କେବଳ ୭ ଦିନ ପର୍ଯ୍ୟନ୍ତ ପ୍ରୟୋଗ କରନ୍ତୁ। ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଯିବ।

– ଗୋଟିଏ କଳସରେ ପାଣି ଭର୍ତି କରି ସେଥିରେ ୫ଟି ତୁଳସୀ ପତ୍ର ପକାଇ ଦିଅନ୍ତୁ। ସକାଳୁ ଉଠି ଯଦି ଆପଣ ସୂର୍ଯ୍ୟୋଦୟ ପୂର୍ବରୁ ଘର ଓଳାଇବେ, ତାହେଲେ ପ୍ରଥମେ ଏହି ପାଣି ଦ୍ଵାରା ଦୁଆର ମୁହଁକୁ ଭଲଭାବରେ ଧୋଇ ଦିଅନ୍ତୁ। ନଚେତ ଦୁଆର ମୁହଁରେ ସେହି ପୂର୍ଣ୍ଣ କଳସକୁ ରଖିଥିବେ। ଏଭଳି କରିବା ଦ୍ୱାରା ପରିବାରରେ ସୁଖଶାନ୍ତି ବୃଦ୍ଧି ହେବା ସହିତ ଧନ ସଂପତ୍ତି ବୃଦ୍ଧି ହୋଇଥାଏ।

– ଯଦି ଆପଣ ଘରେ ନାଲି ପୁମ୍ପୁଡି ନିଜ ମୁହଁରେ ଅଣ୍ଡା ଧରି ଯାଉଥିବାର ଦେଖନ୍ତି, ତାହେଲେ ଏହା ଦେଖିବା ଶୁଭ ହୋଇଥାଏ।ଏହାଦ୍ଵାରା ଆପଣ କୌଣସି କାର୍ଯ୍ୟରେ ସଫଳ ହେବାର ସଙ୍କେତ ମିଳିଥାଏ।

– ଘରେ ଯଦି ନାଲି ପିମ୍ପୁଡ଼ି ଦେଖା ଯାଇଥାନ୍ତି, ତାହେଲେ ଘର ପାଇଁ ଅଶୁଭ ହୋଇଥାଏ। ଏହାଦ୍ବାରା ଅନେକ ସମସ୍ୟା, ବିବାଦ ଏବଂ ଧନହାନୀ ହେବାର ସଂକେତ ମିଳିଥାଏ।

– ଯଦି ଚାଉଳ ରଖିଥିବା ପାତ୍ରରୁ ପିମ୍ପୁଡି ବାହାରୁଥାନ୍ତି, ତାହେଲେ ଏହା ବହୁତ ଶୁଭ ହୋଇଥାଏ ଏବଂ ଧନ ଆଗମନ ହେବାର ସଙ୍କେତ ଦେଇଥାଏ। ଏହାସହିତ ଘରର ଆର୍ଥିକ ସ୍ଥିତି ସୁଦୃଢ଼ ହୋଇଥାଏ।

– ସୂର୍ଯ୍ୟାସ୍ତ ପରେ ଘରେ ଝାଡୁ ପୋଛା ଲଗାଇବା କିମ୍ବା ଘର ସଫା କରିବା ଉଚିତ ନୁହେଁ। ଏଭଳି କରିବା ଦ୍ଵାରା ଧନହାନୀ ହୋଇଥାଏ।

– ଦହି ସହିତ ଶୁକ୍ରଗ୍ରହର ସମ୍ବନ୍ଧ ରହିଥାଏ ତେଣୁ ସୂର୍ଯ୍ୟାସ୍ତ ପରେ କେବେ ମଧ୍ୟ ଦହି ଦାନ କରିବା ଉଚିତ ନୁହେଁ ଏହାଦ୍ଵାରା ଘରେ ସୁଖ ସମୃଦ୍ଧି ନଷ୍ଟ ହୋଇଥାଏ ।

– ପୁରାଣ ଓ ଗ୍ରନ୍ଥ ଅନୁସାରେ ସୂର୍ଯ୍ୟାସ୍ତ ପରେ ଭାତ କିମ୍ବା ଦହି ସେବନ କରିବା ଉଚିତ ନୁହେଁ। ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ। ଏହାସହିତ ଏହା ଶରୀର ପାଇଁ ମଧ୍ୟ କ୍ଷତିକାରକ ସାବ୍ୟସ୍ତ ହୁଏ।

– ସୂର୍ଯ୍ୟାସ୍ତ ପରେ ମୃତ ବ୍ୟକ୍ତିର ଅନ୍ତିମ ସଂସ୍କାର କରିବା ଉଚିତ ନୁହେଁ। ଏହାଦ୍ଵାରା ମୃତ ବ୍ୟକ୍ତିର ଆତ୍ମା ପରଲୋକରେ କଷ୍ଟ ଭୋଗିଥାଏ ଏବଂ ଅନ୍ୟ ଜନ୍ମରେ ଅପଙ୍ଗ ହୋଇ ଜନ୍ମ ହୋଇଥାଏ। ଏହା ପୁରାଣରେ ବର୍ଣ୍ଣିତ ରହିଛି।

– ସୂର୍ଯ୍ୟାସ୍ତ ପରେ ଭୋଜନ କିମ୍ବା ଜଳ ପାତ୍ରକୁ ଢାଙ୍କିଦେବା ଉଚିତ। ଏହା ଶରୀର ପାଇଁ ଲାଭଦାୟକ ଅଟେ। ନଚେତ ରୋଗ ଗ୍ରସ୍ତ ହେବାର ସମ୍ଭାବନା ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button