ଓଡିଶା

ସମ୍ବଲପୁରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କପଡ଼ା ଗୋଦାମ

ସମ୍ବଲପୁର: ଭୟାବହ ଅଗ୍ନିକାଣ୍ଡ । ଜଳିଗଲା କପଡ଼ା ଗୋଦାମ । ସମ୍ବଲପୁର କୁଚିଣ୍ଡାର ଏକ କପଡା ଦୋକାନରେ ଅଗ୍ନିକାଣ୍ଡ ହୋଇଛି ।  ଆଖି ପିଛୁଳାକେ ପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ଦୁଇ ମହଲାରେ ଥିବା ଏକ କପଡା ଦୋକାନରେ ନିଆଁ ଲାଗିଯାଇଥିଲା । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇବା ପାଇଁ କରୁଛି ଉଦ୍ୟମ ।  କପଡା ଗୋଦାମ ହୋଇଥିବାରୁ ନିଆଁ ଧିରେ ଧିରେ ବଢ଼ିବାରେ ଲାଗିଛି ।  ଆୟତ୍ତ କରିବାକୁ ନାକେଦମ ହେଉଛି ଅଗ୍ନିଶମ ବାହିନୀ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button