ବିଚାର

ସେପ୍ଟେମ୍ବର ୧୭ ରବିବାର , ଘରେ ଆର୍ଥିକ ଅଭାବ ଥିଲେ ରବିବାର ରାତିରେ ଅଳ୍ପ ଗୁଡ଼ ନେଇ କରି ଦିଅନ୍ତୁ ଏହି ଉପାୟ ।

ଘରର ପ୍ରତ୍ୟେକ ଆସବାବପତ୍ର କିମ୍ବା ଅନ୍ୟ ଜିନିଷର ପ୍ରତ୍ୟେକ ସ୍ଥାନରେ ରହିବାର ଏକ ଅର୍ଥ ରହିଥାଏ । ଯାହାକି ଅନେକ ସମୟରେ ମନୁଷ୍ୟର ଭାଗ୍ୟ ମଧ୍ୟ ବଦଳାଇ ପାର । ତାହା ମଧ୍ୟରୁ ଗୋଟିଏ ହେଉଛି ଗୁଡ଼ ଯାହାକି ମନୁଷ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ଏବଂ ଏହା ମନୁଷ୍ୟର ଭାଗ୍ୟ ମଧ୍ୟ ବଦଳାଇ ପାରେ ।

ଗୁଡ଼ର କିଛି ଉପାୟ କରିବା ମନୁଷ୍ୟ ନିଜ ସମସ୍ୟା ଦୂର କରି ପାରିବ । ଏହାଦ୍ବାରା ଆର୍ଥିକ ଲାଭ ମଧ୍ୟ ହୋଇଥାଏ । କେବଳ ସୂର୍ଯ୍ୟ ଦେବଙ୍କ ପୂଜା କରିବା ଦ୍ୱାରା ମଧ୍ୟ ନବ ଗ୍ରହର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ସାଧରଣତଃ ହିନ୍ଦୁ ଧର୍ମ ଏବଂ ଆମ ପୂର୍ବ ପୁରୁଷଙ୍କ ପରମ୍ପରା ଅନୁଯାୟୀ ସୂର୍ଯ୍ୟ ଦେବଙ୍କୁ ଜଳ ତର୍ପଣ କରିବା ଦ୍ୱାରା ସୂର୍ଯ୍ୟଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

ଅନେକ ସମୟରେ ମନୁଷ୍ୟ ଜୀବନରେ ସମସ୍ୟା କାରଣରୁ ଉନ୍ନତି ଅଟକିଯାଏ ଯାହାକି ମଙ୍ଗଳ ଦୋଷ କିମ୍ବା ସୂର୍ଯ୍ୟ ଦୋଷ କାରଣରୁ ହୋଇଥାଏ । ତେଣୁ ଯଦି ଆପଣ ୧୧ ଟି ରବିବାର ପର୍ଯ୍ୟନ୍ତ କିଛି ସହଜ ଉପାୟ କରି ଦିଅନ୍ତି ତେବେ ସବୁ ପ୍ରକାରର ସମସ୍ୟା ଦୂର ହୋଇଯିବ । ତେବେ ରବିବାର ଦିନ ସକାଳୁ ଜଲଦି ଉଠି ସ୍ନାନ କରି ଧଳା ବସ୍ତ୍ର ଧାରଣ କରନ୍ତୁ ।

ଏହାପରେ ଏକ ତମ୍ବା ଲୋଟାରେ ଶୁଦ୍ଧ ଜଳ ନେଇ ସେଥିରେ ତିନି ଚାରି ବୁନ୍ଦା ଗଙ୍ଗା ଜଳ ମିଶାଇ ୨୧ ଟି ଚାଉଳ ଦାନା ଏବଂ ଅଳ୍ପ ସିନ୍ଦୁର ଏବଂ ଛୋଟ ଗୁଡ଼ ଟେଳା ପକାଇ ଦିଅନ୍ତୁ । ସେହି ପାଣିକୁ ସୂର୍ଯ୍ୟ ଦେବଙ୍କୁ ଅର୍ପିତ କରିବା ସମୟରେ ଜଳର ଧାର ଦେଇ ସୂର୍ଯ୍ୟଙ୍କୁ ଦେଖନ୍ତୁ ଏବଂ ” ଓଁ ସୂର୍ଯ୍ୟାୟ ନମଃ ” ମନ୍ତ୍ରର ଜପ କରନ୍ତୁ । ଏହି ଉପାୟ ୧୧ ଟି ରବିବାର ପର୍ଯ୍ୟନ୍ତ କଲେ ଜୀବନରେ କୌଣସିବି ଦୋଷ ମଙ୍ଗଳ ଦୋଷ କିମ୍ବା ଶନି ଦୋଷ ତାହା ଦୂର ହୋଇଯିବ ।

ଯଦି ଆପଣଙ୍କର ଚାକିରୀ ହେଉନାହିଁ ତେଣେ ୧୧ ଟି ରବିବାର ପର୍ଯ୍ୟନ୍ତ ସକାଳୁ ଉଠି ସ୍ନାନ କରି ସାଧାରଣ ଜଳ ଭଗବାନ ସୂର୍ଯ୍ୟ ଦେବଙ୍କୁ ଅର୍ପିତ କରି ଦିଅନ୍ତୁ ଏବଂ ଏହାପରେ ୧୦୦ ଗ୍ରାମ କିମ୍ବା ୫୦୦ ଗ୍ରାମ ନିଜ ସାମ୍ୟର୍ଥ ଅନୁଯାୟୀ କୌଣସି ମନ୍ଦିରକୁ ଯାଇ ଦାନ କରି ଦିଅନ୍ତୁ । ଏପରି କରିବା ଦ୍ୱାରା ସୂର୍ଯ୍ୟ ଦେବଙ୍କ କୃପା ପ୍ରାପ୍ତ ହୋଇଥାଏ ଏବଂ ଚାକିରୀ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

କାମରେ କିଛି ବାଧା ଆସୁଥିଲେ ଘରୁ ବାହାରକୁ ଯିବା ସମୟରେ ଗୁଡ଼ ଏବଂ ପାଣି , ଏକ ନାଲି କପଡ଼ାରେ ଗୁଡ଼ ଖଣ୍ଡକୁ ବାନ୍ଧି ଡାହାଣ ପଟ ପକେଟରେ ରଖିବା ପରେ ଘରୁ ବାହାରକୁ ଯାଆନ୍ତୁ । ଏହା ଦ୍ୱାରା ଆପଣଙ୍କ ଉପରକୁ ଆସିବାକୁ ଯାଉଥିବା ବାଧାକୁ ଗୁଡ଼ ଶୋଷି ନେଇଥାଏ ଏବଂ ସଫଳତା ମଧ୍ୟ ମିଳିଥାଏ । ଦୁର୍ଭାଗ୍ୟ ଥିଲେ ରହିଛି ପାଞ୍ଚଟି ରବିବାର ଏକ ଉପାୟ ଅନୁଯାୟୀ ଏଗାରଟି ରୋଟି ବନାଇ ସେଥିରେ ଗୁଡ଼ ଖଣ୍ଡ ରଖି କୌଣସି ଗାଈକୁ ଖୁଆଇଲେ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button