ସ୍ୱାସ୍ଥ୍ୟ

ଖାଇବା ସମୟରେ ଆପଣ ଭାତ କିମ୍ବା ତରକାରୀରେ ଲୁଣ ପକାଉଛନ୍ତି କି, ତାହେଲେ ଜାଣନ୍ତୁ ଏଥିରୁ ହେଉଥିବା ରୋଗ ବିଷୟରେ

ଆପଣ ଏମିତି ଅନେକ ଲୋକଙ୍କୁ ଦେଖିଥିବେ ଯେଉଁମାନେ ଖାଇବା ପୂର୍ବରୁ ପ୍ରଥମେ ଭାତ ଏବଂ ତରକାରୀରେ ଲୁଣ ପକାଇଥାନ୍ତି। ହୋଇଥାଇପାରେ ଯେ ଆପଣ ମଧ୍ୟ ଏମିତି ଅନେକ ଥର କରିଥିବେ କିମ୍ବା କରୁଥିବେ। ଯଦି ଆପଣ ମଧ୍ୟ ଏମିତି କରୁଛନ୍ତି ତାହେଲେ ଲୁଣ ସହ ଜଡିତ କିଛି କଥା ଆପଣ ନିଶ୍ଚୟ ଜାଣିବା ଆବଶ୍ୟକ। ତାହେଲେ ଆସନ୍ତୁ ଜାଣିବା ଏହା ବିଷୟରେ।

ଯଦି ଆପଣ ରନ୍ଧା ହୋଇଥିବା ଖାଦ୍ୟ ଉପରେ ଲୁଣ ପକାନ୍ତି, ତାହେଲେ ଏମିତି କରିବା ଦ୍ୱାରା ଅନେକ ରୋଗର ଭୟ ବଢ଼ିଯାଇଥାଏ। କାହିଁକିନା କଞ୍ଚା ଲୁଣର ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ।

ଯଦି ଆପଣଙ୍କୁ ଲାଗୁଛି ଲୁଣର ଅଧିକ ସେବନ କ୍ଷତିକାରକ ହୋଇଥାଏ। ତେବେ ଆପଣଙ୍କୁ ଏହା ବି ଜାଣିରଖିବା ଉଚିତ ଯେ କମ୍‌ ଲୁଣ ଖାଇବା ମଧ୍ୟ ଶରୀର ପାଇଁ ଅନେକ ସମସ୍ୟା ଛିଡା କରିପାରେ।

ଏମିତି କୁହାଯାଏ ଯେ ଅଧିକ ଲୁଣ ଖାଇବା ଦ୍ୱାରା ବ୍ଲଡ ପ୍ରେସର, ମୋଟାପଣ, ଆସ୍ଥମା ଭଳି ରୋଗ ହେବାର ଆଶଙ୍କା ବଢ଼ିଥାଏ। ସେହିପରି କମ୍‌ ଲୁଣ ଖାଇବା ଦ୍ୱାରା ହୃଦରୋଗ ଏବଂ କିଡନୀ ରୋଗ ହେବାର ଭୟ ବଢ଼ିଯାଇଥାଏ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗୋଟିଏ ଦିନରେ କେବଳ ୨ ଛୋଟ ଚାମଚ ଲୁଣ ଖାଇବା କାଫି ହୋଇଥାଏ। ଯଦି ଆପଣଙ୍କର ବ୍ଲଡ ପ୍ରେସର ସମସ୍ୟା ଅଛି ତାହେଲେ ଅଧା ଚାମଚ ଲୁଣ ନେଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button