ବିଚାର

ଟଙ୍କା ବର୍ଷା କରିଥାଏ ଏହି ଗଛ । କେବଳ କରି ଦିଅନ୍ତୁ ଏହି ଉପାୟ । ମାତା ଲକ୍ଷ୍ମୀ ହେବେ ପ୍ରସନ୍ନ ।

ଅଶ୍ୱତ୍ଥ ଗଛକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ପ୍ରକାରର ଚିନ୍ତାଧାରା ରହିଥାଏ ଯେ ଅଶ୍ୱତ୍ଥ ଗଛରେ ଭୂତ ପ୍ରେତ ପିଶାଚ ରହିଥାଏ । ଏମିତିକି ଲୋକେ ଏହି ଗଛ ପାଖକୁ ଯିବାକୁବି ଭୟ କରିଥାନ୍ତି । ଘର କିମ୍ବା ଦୋକାନ ପାଖରେ ଅଶ୍ୱତ୍ଥ ଗଛ ଥିଲେ ତାହାକୁ କାଟିବାକୁ ମଧ୍ୟ ଭୟ କରିଥାନ୍ତି । କିନ୍ତୁ ଅପର ପକ୍ଷେ ଅନ୍ୟ କିଛି ଲୋକ ଅଶ୍ୱତ୍ଥ ଗଛକୁ ପୂଜା କରିଥାନ୍ତି ଏବଂ ପରିକ୍ରମା ମଧ୍ୟ କରିଥାନ୍ତି । ଅଶ୍ୱତ୍ଥକୁ ଶନିବାର ବ୍ୟତୀତ ଅନ୍ୟ କୌଣସି ବାରରେ ଅର୍ଥାତ ରାତିରେ କିମ୍ବା ବିଶେଷ କରି ରବିବାର ଦିନ ସ୍ପର୍ଶ କରିବା ଉଚିତ ନୁହେଁ । କାରଣ ଏଥିରେ ଅଲକ୍ଷ୍ମୀ ବାସ କରିଥାନ୍ତି ଏବଂ ରାତି ଓ ରବିବାର ଦିନ ଏହାର ପ୍ରଭାବ ଖୁବ ଅଧିକ ଥାଏ ।

ମାନ୍ୟତା ରହିଛି ଯେ ଅଶ୍ୱତ୍ଥ ଗଛର ମୂଳରେ ବିଷ୍ଣୁ , ଦେହରେ ବ୍ରହ୍ମା , ଶାଖାରେ ମହାଦେବ ବାସ କରନ୍ତି ଏବଂ ପତ୍ରରେ ଅନ୍ୟ ସମସ୍ତ ଦେବଦେବୀ ବାସ କରନ୍ତି । ଶନିବାର ଦିନ ଅଶ୍ୱତ୍ଥ ଗଛରେ ଶନିଦେବ ବାସ କରିଥାନ୍ତି ଏବଂ ଶନିବାର ସୂର୍ଯ୍ୟ ଉଦୟ ଠାରୁ ସୂର୍ଯ୍ୟ ଅସ୍ତ ହେବା ପର୍ଯ୍ୟନ୍ତ ସ୍ୱୟଂ ଲକ୍ଷ୍ମୀନାରାୟଣ ବାସ କରିଥାନ୍ତି । ବୁଦ୍ଧଦେବ ମଧ୍ୟ ଏହି ଅଶ୍ୱତ୍ଥ ଗଛ ତଳେ ବସି ବୁଦ୍ଧତ୍ୱ ପାପ୍ତ କରିଥିଲେ । ତେଣୁ ଏହି ଅଶ୍ୱତ୍ଥ ଗଛକୁ କାଟୁ ଥିବା ବ୍ୟକ୍ତିକୁ ଅକାଳ ମୃତ୍ୟୁ ପ୍ରାପ୍ତ ହୋଇଥାଏ । ଅଶ୍ୱତ୍ଥ ଗଛକୁ ପ୍ରତ୍ୟେକ ଦିନ ପୂଜା କଲେ ସବୁ ଦେବଦେବୀଙ୍କ କୃପା ପ୍ରାପ୍ତ ହେବା ସହିତ ପୂର୍ବଜଙ୍କ ଆଶୀର୍ବାଦ ମଧ୍ୟ ରହିଥାଏ ।

ଅଶ୍ୱତ୍ଥ ଗଛରେ ପ୍ରତ୍ୟେକ ଦିନ ଜଳ ଅର୍ପିତ କଲେ ଏବଂ ପରିକ୍ରମା କଲେ ଆର୍ଥିକ ସମସ୍ୟା , ରୋଗ , ଦ୍ଵେଷ ଏବଂ ଶତ୍ରୁ ଦୂର ହୋଇଥାଏ । ବିଶେଷ କରି ଶନିବାର ଦିନ ପୂର୍ଣ୍ଣିମା ହୋଇଥିଲେ ମାତା ଲକ୍ଷ୍ମୀ ଏବଂ ଅମାବାସ୍ୟା ହୋଇଥିଲେ ଶନିଦେବଙ୍କ କୃପା ପ୍ରାପ୍ତ ହୋଇଥାଏ । ଅମାବାସ୍ୟା ଦିନ ଅଶ୍ୱତ୍ଥ ଗଛର ୧୦୮ ଥର ପରିକ୍ରମା କଲେ ଅନେକ ପ୍ରକାରର କୃପା ମିଳିଥାଏ ଏବଂ ପରିବାରରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଅଶ୍ୱତ୍ଥ ଗଛ ମୂଳରେ ଗାଈ କ୍ଷୀର , ଗଙ୍ଗା ଜଳ କିମ୍ବା ଶୁଦ୍ଧ ଜଳ ଅର୍ପିତ କରିବା ସହିତ ଚନ୍ଦନ , ଫଳ ଏବଂ ନୈବେଦ୍ୟ , ଅରୁଆ ଚାଉଳ ଦେଲେ ଶନିଦେବଙ୍କ ସହିତ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ ।

କିନ୍ତୁ ମନେ ରଖନ୍ତୁ ଯେ ସନ୍ଧ୍ୟା ସମୟରେ ଅଶ୍ୱତ୍ଥ ଗଛ ମୂଳକୁ ଯିବା ଉଚିତ ନୁହେଁ । ରବିବାର ଦିନ ମଧ୍ୟ ଅଶ୍ୱତ୍ଥ ଗଛ ମୂଳକୁ ଯିବା ଉଚିତ ନୁହେଁ କାରଣ ଏହିଦିନ ଅଲକ୍ଷ୍ମୀଙ୍କ ପ୍ରଭାବ ସବୁଠାରୁ ଅଧିକ ରହିଥାଏ । ଏହାଦ୍ବାରା ଦାରିଦ୍ର୍ୟତା ଏବଂ ଅଶାନ୍ତି ବୃଦ୍ଧି ପାଇଥାଏ । ଶନିବାର ଦିନ ଏକ ଢ଼ାଳ ପାଣିରେ କିଛି ଚିନି କିଛି ଗୁଡ଼ ଏବଂ କିଛି ବୁନ୍ଦା ସୋରିଷ ତେଲ ଏବଂ କିଛି ରାଶି ସୋରିଷ ଗଛ ମୂଳରେ ଅର୍ପଣ କରନ୍ତି ଏବଂ ଅର୍ପଣ କରିବା ପରେ ସେହି ଗଛର ଗୋଟିଏ ପତ୍ର ଆଣି ରଖନ୍ତି ତେବେ ଧନର ବର୍ଷା ହୋଇଥାଏ । ଚାକିରୀ ପାଇଁ ପ୍ରସ୍ତୁତ ହେଉଥିବା ଲୋକେ ଅଶ୍ୱତ୍ଥ ଗଛ ମୂଳରେ ଦୀପ ଟିଏ ଲଗାଇ ଧଳା ରଙ୍ଗର ପତାକା ଟିଏ ଲଗାଇଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ତାଙ୍କୁ ସଫଳତା ନିଶ୍ଚୟ ମିଳିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button