ମହାରାଷ୍ଟ୍ର: ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଉଦ୍ୟୋଗପତି ରତନ ଟାଟାଙ୍କୁ ଉଦ୍ୟୋଗ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି । ଉଦ୍ୟୋଗ କ୍ଷେତ୍ରରେ ରାଜ୍ୟର ବିକାଶରେ ବଡ଼ ଭୂମିକା ନିର୍ବାହ କରୁଥିବାରୁ ରତନ ଟାଟାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏଥିସହିତ ରାଜ୍ୟ ବିକାଶରେ ଯୋଗ ଦେଇଥିବା ଅନ୍ୟ ବ୍ୟବସାୟୀଙ୍କୁ ମଧ୍ୟ ଆସନ୍ତକାଲି ମହାରାଷ୍ଟ୍ର ଉଦ୍ୟୋଗ ପୁରସ୍କାର ଦିଆଯିବ।
ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ପ୍ରଥମଥର ପାଇଁ ଦିଆଯାଇଛି । ଏହି ସମାରୋହ ବାନ୍ଦ୍ରା କୁର୍ଲା କମ୍ପଲେକ୍ସରେ ଆୟୋଜିତ କରାଯିବ । କିନ୍ତୁ ରତନ ଟାଟାଙ୍କୁ ଆଜି ତାଙ୍କ ଆବାସରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ସମୟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଓ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଉପସ୍ଥିତ ଥିଲେ ।
Back to top button