ନୀତି

ଅଙ୍କରେ ଶୂନ ରଖିଥିବା ଝିଅର ‘ଆନ୍‌ସର୍‌ ସିଟ୍‌’ରେ ଦସ୍ତଖତ ସହ ଏପରି ସକାରାତ୍ମକ ନୋଟ୍‌ ଲେଖୁଥିଲେ ମାଆ – Utkal Mail


ନୂଆଦିଲ୍ଲୀ: ପରୀକ୍ଷା ସମୟରେ ପିଲାମାନେ କେବଳ ଗୋଟିଏ ଜିନିଷକୁ ଭୟ କରନ୍ତି, ତାହା ହେଉଛି ନିଜ ‘ଆନ୍‌ସର୍‌ ସିଟ୍‌’ ବାପାମାଆଙ୍କ ହାତରେ ପଡ଼ିବା। ନମ୍ବର ଭଲ ନଥିଲେ ପିତାମାତା କ’ଣ କହିବେ ବୋଲି ଭାବି ସେମାନେ ଚିନ୍ତିତ ହୋଇପଡ଼ନ୍ତି।

ଏକ ଛୋଟ ଶ୍ରେଣୀ ପରୀକ୍ଷା ହୋଇଥି‌ଲେ ବି  ଛାତ୍ରମାନଙ୍କ ମନରେ ଭୟ କିନ୍ତୁ ବହୁତ ଜୋର୍‌ ଥାଏ। ଏହି ଭୟର ଅନେକ କାରଣ ଅଛି। ତାହା ଶିକ୍ଷକଙ୍କ ଗାଳିରୁ ନେଇ ବାପାମାଆଙ୍କ ଗାଳି ପର୍ଯ୍ୟନ୍ତ। ତେବେ ବନ୍ଧୁମାନଙ୍କ ସହ ତୁଳନା ବି ଚିନ୍ତା କରିବାର ଆଉ ଏକ କାରଣ।

ସ୍କୁଲ୍‌ ଶିକ୍ଷକମାନେ ନିଜ ପିଲାମାନଙ୍କ ସ୍ତର ଜାଣିବା ପାଇଁ ପିତାମାତାଙ୍କ ନିକଟକୁ ‘ଆନ୍‌ସର୍‌ ସିଟ୍‌’ ପଠାଇଥାନ୍ତି ହସ୍ତଖତ ପାଇଁ। କିଛି ପିଲା ସଚ୍ଚୋଟତାର ସହ ବାପାମାଆଙ୍କୁ ନେଇ ତାହା ଦେଇଥାନ୍ତି ତ ପୁଣି କିଛି ପିଲା ଠକିବାକୁ ବି ଚେଷ୍ଟା କରିଥାନ୍ତି।

 

ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ପୋଷ୍ଟ ଭାଇରାଲ ହେଉଛି। ଟ୍ୱିଟରରେ (ବର୍ତ୍ତମାନ ଏକ୍ସ)ରେ ଏକ ପୋଷ୍ଟ୍‌ ସେୟାର ହୋଇଛି। ଏହାର କ୍ୟାପସନରେ ଲେଖା ହୋଇଛି , ‘ଷଷ୍ଠ ଶ୍ରେଣୀର ପୁରୁଣା ନୋଟବୁକ୍ ମିଳିଲା। ଏହା ଦେଖିବା ପରେ ମୋର ମନେପଡ଼ିଗଲା ଯେ ସ୍କୁଲ ଦିନରେ ଗଣିତରେ କମ୍ ସ୍କୋର୍ କରିବା ସତ୍ତ୍ବେ  ମୋ ମା କିପରି ସକରାତ୍ମକ ବାର୍ତ୍ତା ଲେଖୁଥିଲେ।’ ସେ ଆହୁରି ବି କହିଛନ୍ତି ଯେ ତାଙ୍କ ମାଆ ଏପରି ସକାରାତ୍ମ ବାର୍ତ୍ତା ଅନେକ ବାର ଲେଖିଛନ୍ତି।

ଫଟୋଟି ଦେଖି ଆପଣ ଜାଣି ପାରୁଥିବେ ଯେ ପ୍ରଥମ ଝିଅଟି ଗଣିତରେ ୧୫ରୁ ୦ ରଖିଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କ ମା କେବଳ ନୋଟବୁକ୍ ଦସ୍ତଖତ କରିନାହାଁନ୍ତି ବରଂ ଏକ ବାର୍ତ୍ତା ମଧ୍ୟ ଲେଖିଛନ୍ତି – ‘‘ଏଭଳି ଫଳାଫଳ ପାଇଁ ସାହସ ଦରକାର।’’ ସବୁ ପିତାମାତା ନିଜ ପିଲାମାନଙ୍କ ସହିତ ଏହିପରି ଆଚରଣ କରିବା ଉଚିତ୍। ସେମାନେ ଏହା ଦ୍ୱାରା ନିରାଶ ହେବେ ନାହିଁ ଏବଂ ଆଗକୁ ବଢ଼ିବାକୁ ନିରନ୍ତର ପ୍ରୟାସ ସହିତ ପ୍ରସ୍ତୁତ ରହିବେ।
ଅଗଷ୍ଟ ୨୫ରେ ସେୟାର ହୋଇଥିବା ଫଟୋ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ହଜାର ହଜାର ଲୋକ ଏହାକୁ ପସନ୍ଦ କରିଛନ୍ତି। ଏହା ସହିତ ଉପଭୋକ୍ତାମାନେ ମନ୍ତବ୍ୟ ଦେଇ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।’’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button