ଧର୍ମ

ସତରେ କଣ ରତ୍ନଭଣ୍ଡାର ଖୋଲିବ ?

ପୁରୀ ଅଫିସ,୩୦/୮-ଶ୍ରୀମନ୍ଦିର ରତ୍ନଭଣ୍ଡାର କୋଲିବା କୁ ନେଇ ମାନ୍ୟବର ଉଚ୍ଚନ୍ୟାୟାଳୟ ଆଦେଶ ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେବାରେ ବିଳମ୍ବ ଘଟୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଭିତର ରତ୍ନଭଣ୍ଡାରରେ କଣ କଣ ରହିଛି ତାର ଚିଠା ଶ୍ରୀମନ୍ଦିର ପ୍ରଶାସନ ପାଖରେ ରହିଛି । ଚାବି ଖୋଲିବାକୁ ନେଇ ୨୦୧୮ ମସିହାରେ ଏକ ନାଟକୀୟ ଭଙ୍ଗୀରେ ବାହାର ରତ୍ନଭଣ୍ଡାରରୁ ନଜର କରି ଫେରିଥିଲେ । ଅସଲି ଚାବି ମିଳିନଥିଲା । ପରେ ନକଲି ଚାବି ନଥିପତ୍ର ରହୁଥିବା ଜିଲ୍ଲା ରେକର୍ଡ଼ ରୁମରୁ ମିଳିଥିଲା ବୋଲି ସେତେବେଳେର ଜିଲ୍ଲାପାଳ ଗଣମାଧ୍ୟମକୁ ସଫେଇ ଦେଇଥିଲେ । ପ୍ରତି ତିନି ବର୍ଷରେ ରତ୍ନଭଣ୍ଡାର ଖୋଲାଯାଇ ରତ୍ନ ଗୁଡ଼ିକର ଗଣତି ଓ ମଣତି କରାଯାଇ ହିସାବ ରଖିବା ପାଇଁ ନିୟମ ରହିଛି । ଜନସାଧାରଣ କହୁଛନ୍ତି ପ୍ରକୃତ ସତ୍ୟ ପର୍ଦ୍ଦାଫ୍ଲାସ୍ ହେବ ତ? ରତ୍ନଭଣ୍ଡାର ନଖୋଲିବା ପାଇଁ ସାପର ସୁ ସୁ ଗର୍ଜନ,ବଡ଼ ବିକଟାଳ ଶଦ୍ଦ ଶୁଭିବା, ସମୁଦ୍ରକୁ ସୁଡ଼ଙଗ ରହିଛି, ବଡ଼ ଛାଇ ଭଳିଆ ଭୂତ ଦୃଶ୍ୟମାନ ହେଉଛି, ଶହ ଶହ ନାଗନାଗୁଣୀ ଖେଳୁଛନ୍ତି ବୋଲି ଏଭଳି ଅନେକ ଭୟଙ୍କର ତଥ୍ୟ ପ୍ରସାର ହେବା ପଛ ରହସ୍ୟ କଣ ରହିଛି ତାକୁ ନେଇ ସହରରେ ଆଲୋଚନା ଯୋର ଧରିଛି । ଅତ୍ୟାଧୁନିକ ଯୁଗରେ ଖଣି ଅଞ୍ଛଳର ତିନିଶହ ଫୁଟ ତଳୁ ଦ୍ରବ୍ୟ ଅଣାଯାଇ ପାରୁଥିବା ବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ପଶିବାକୁ ଏତେ ଭୟ କାହିଁକି ବୋଲି ଭକ୍ତ କହୁଛନ୍ତି । ରତ୍ନଭଣ୍ଡାର ଖୋଲିବା ନାମରେ ନାଟକ ବାଜି ଚାଲିବ ନାହିଁ ତ ? ଅସଲ ଚାବି ଏବେ କେଉଁଠି ? ଚାବି ଖୋଲିବ ନା କଟରରେ କଟା ହୋଇ ଭିତର ରତ୍ନଭଣ୍ଡାରକୁ ପ୍ରବେଶ କରିବେ ବୋଲି ଆଲୋଚନା ହେଉଛି । ଶ୍ରୀମନ୍ଦିର କାହାର ନିଜସ୍ୱ ଅନୁଷ୍ଠାନ ନୁହେଁ । ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗ ସହ ଶ୍ରୀମନ୍ଦିର ରତ୍ନଭଣ୍ଡାର ଜଡ଼ିତ ରହିଛି । ମାନ୍ୟବର ହାଇକୋର୍ଟ ଆମିକସକ୍ୟୁରୀଙ୍କୁ ସ୍ଥିତ ଅନୁଧ୍ୟାନ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଉନ୍ତି । ରତ୍ନଭଣ୍ଡାରରେ ପ୍ରବେଶ ଠାରୁ ପ୍ରସ୍ଥାନ ପର୍ଯ୍ୟନ୍ତ ଲାଇଭ ଟେଲିକାଷ୍ଠ କରିବା ପାଇଁ କେତେକ ଭକ୍ତ କହୁଛନ୍ତି । ନିଜ ପ୍ରଭୁଙ୍କ ରତ୍ନଭଣ୍ଡାରର ସ୍ଥିତି ଜାଣିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କର ଅଧିକାର ରହିଛି । ସ୍ୱଚ୍ଛତା ,ନିର୍ଭିକତା ଓ ଧାର୍ମିକ ଧାମ୍ବିକତାର ପ୍ରମାଣ ଦେବା ପାଇଁ ସରକାର ଠୋସ୍ ଏହି କାର୍ଯ୍ୟକ୍ରମକୁ ହାତକୁ ନେବା ପାଇଁ ଭକ୍ତ ମହଲରେ ଦାବି ହେଉଛି । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାଇ ଅକ୍ଟୋବର ୧୦ ତାରିଖ ସୁଦ୍ଧା ପ୍ରକୃତ ସ୍ଥିତି ଅନୁଧ୍ୟାନ ହେବ ନା ରାଜ୍ୟ ସରକାର ଅଧିକ ସମୟ ମାଗିବେ ତାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ଆମିକସକ୍ୟୁରୀଙ୍କୁ ଏଏସଆଇ,ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ସହଯୋଗ କରିବେ ତ? ପୂର୍ବରୁ ଏମାରମଠ ରୂପାଇଟା, ଗଣେଶ ଜୁଏଲାରୀର ସ୍ୱର୍ଣ୍ଣ ଅଳଙ୍କାର ଓ ପରେ ପୁଣି ଏମାରମଠର ରୂପା ମିଳିବା ରହସ୍ୟକୁ ଏବେ ବି ସହରବାସୀ ମନେ ରଖିଛନ୍ତି । ଭକ୍ତଙ୍କ ଭାବାବେଗକୁ ସମ୍ମାନ ଜଣାଇ ରତ୍ନଭଣ୍ଡାର ଖୋଲାଯିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ରତ୍ନଭଣ୍ଡାର ଯୋଗୁ ସରକାରଙ୍କ ସ୍ଥିତି ଟଳମଳ ହେବାର ସମ୍ଭାବନା ରହିଛି ବୋଲି ରାଜନୈତିକ ସମୀକ୍ଷକମାନେ ଏବେ ଠୁ ଆଲୋଚନା କଲେଣି ।

Related Articles

Leave a Reply

Your email address will not be published. Required fields are marked *

Back to top button