ଏବିଭିପିର ଭବାନୀପାଟଣା ନଗର ସମ୍ମିଳନୀ ଅନୁଷ୍ଠିତ ଓ ନୂତନ କାର୍ଯ୍ୟ କାରିଣୀ ଘୋଷଣା
ଭବାନୀପାଟଣା : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ତରଫରୁ ଭବାନୀପାଟଣା ନଗର ସମ୍ମିଳନୀ ଅନୁଷ୍ଠିତ ହେବା ସହିତ ନଗରର ନୂତନ ନଗରକାର୍ଯ୍ୟ କାରିଣୀ ଘୋଷଣା ହୋଇଛି। ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ସହ କୋଷାଧ୍ୟକ୍ଷ ଅଶୋକ ସିଂ ଓ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ମହାବିଦ୍ୟାଳୟ ପ୍ରମୁଖ ଶ୍ରୀ ଧୀରେନ୍ଦ୍ର ସାହୁ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ବୈଠକରେ ନୂତନ କାର୍ଯ୍ୟ କାରିଣୀ ଘୋଷଣା ହୋଇ ଥିଲା।
ଭବାନୀପାଟଣା ନୂତନ ନଗର ସମ୍ପାଦକ ଭାବେ ପଞ୍ଚାନନ ଦୁର୍ଗା। ନଗରର ଉପସଭାପତି ଭାବେ ଜିତେନ୍ଦ୍ର ବାଗ ଓ ପିଣ୍ଟୁ ସ୍ୱାଇଁ, ନଗରର ସହ ସମ୍ପାଦକ ଭାବେ କ୍ଷୀରୋଦ ନାଏକ ଓ ଦୀୟା ବାଗ, ପାଠ୍ୟଚକ୍ର ପ୍ରମୁଖ ଜ୍ୟୋତିଷ ନାଏକ, ଘନଶ୍ୟାମ ନାଏକଙ୍କୁ ରାଷ୍ଟ୍ରୀୟ କଳାମଞ୍ଚ ପ୍ରମୁଖ,ପରିବେଶ ପ୍ରମୁଖ ଭାବେ ତୁମନ ମେହେର ଓ କ୍ରୀଡ଼ା ପ୍ରମୁଖ ଭାବେ ରଶ୍ମି ରଞ୍ଜନ ଭାଟି ଓ ସେବା ପ୍ରମୁଖ ଭାବେ ଦୀପ୍ତି ଶବର।ଏହି ଭଳି ବିଭିନ୍ନ ଦାଇତ୍ୱ ବଣ୍ଟନ କରା ଯାଇଛି। ଆଗାମୀ ଦିନରେ ଏବିଭିପିର କାର୍ଯ୍ୟ ବିସ୍ତାର କରିବା ସହିତ ବିଦ୍ୟାର୍ଥୀ ମାନଙ୍କୁ ରାଷ୍ଟ୍ର ଭକ୍ତି ଓ ରାଷ୍ଟ୍ରୀୟ ପୁନଃ ନିର୍ମାଣରେ ଭାଗ ନେବା ପାଇଁ ରାଜ୍ୟ ସହ କୋଷାଧ୍ୟକ୍ଷ ଅଶୋକ ସିଂ ନିଜର ମତ ରଖିଛନ୍ତି।