ଅଧିକ ଧନ ଅର୍ଜନ କରିବାକୁ ଚାହୁଁଥିଲେ କାହାକୁ ବି କୁହନ୍ତୁ ନାହିଁ ନିଜର ଏହି ଗୋଟିଏ ରହସ୍ୟ !

ଏଭଳି କୁହାଯାଏ ଯେ ଯେଉଁ ବ୍ୟକ୍ତି ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିକୁ ନେଇ ଚାଲିଥାଏ ତାକୁ କେବେବି ଜୀବନରେ କୌଣସି ସମସ୍ୟା ହୁଏନାହିଁ । ଆଚାର୍ଯ୍ୟ ଚାଣକ୍ୟ ଜଣେ କୁଶଳୀ ଅର୍ଥଶାସ୍ତ୍ରୀ ଥିଲେ । ଧର୍ମ , ସଂସ୍କୃତି , ନ୍ୟାୟ ଏବଂ ରାଜନୀତି ଉପରେ ନିଜର ବିଚାର ରଖି ଚାଣକ୍ୟ ନୀତିର ବର୍ଣ୍ଣନା କରିଛନ୍ତି । ଯେଉଁଠି ସବୁ ସମସ୍ୟାର ସମାଧାନ ମିଳିଥାଏ । ଏହାକୁ ଯେଉଁ ବ୍ୟକ୍ତି ଜାଣିଥାଏ ସେ ଜୀବନରେ ସବୁ କ୍ଷେତ୍ରରେ ସଫଳ ହୋଇଥାଏ । ଆଚାର୍ଯ୍ୟ ଚାଣକ୍ୟ ନିଜ ଧର୍ମଶାସ୍ତ୍ରରେ ଧନ ସଞ୍ଚୟ ଏବଂ ତାହାକୁ ଉପଯୁକ୍ତ ଭାବରେ ଉପଯୋଗ କରିବାର ଅନେକ ନିୟମ ବିଷୟରେ ବର୍ଣ୍ଣନା କରିଛନ୍ତି ।
୧ . ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଧନ ସଞ୍ଚୟ ନିତାନ୍ତ ଜରୁରୀ ଅଟେ । କାରଣ ଯେଉଁ ବ୍ୟକ୍ତି ଖରାପ ସମୟ ପାଇଁ ଧନ ସଞ୍ଚୟ କରିଥାଏ ସେ ଖୁବ ଜ୍ଞାନୀ ଭାବରେ ପରିଗଣିତ ହୋଇଥାଏ । ଭବିଷ୍ୟତରେ ତାକୁ କେବେ ସମସ୍ୟାର ସାମ୍ନା କରିବାକୁ ପଡ଼ିନଥାଏ । ଅପର ପକ୍ଷେ ଯେଉଁ ବ୍ୟକ୍ତି ପାଣି ଭଳି ଧନ ଖର୍ଚ୍ଚ କରିଥାଏ , ତାକୁ ଆଗାମୀ ସମସ୍ୟାରେ ସମସ୍ୟାର କରିବାକୁ ପଡ଼ିଥାଏ । ଲକ୍ଷ୍ମୀ ଚଞ୍ଚଳ ହୋଇଥାଏ ତେଣୁ ଧନ ସଞ୍ଚୟ କରିବା ଜରୁରୀ ଅଟେ ।
୨ . ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ମଣିଷକ ସଠିକ ଉପାୟରେ ଧନ ଅର୍ଜନ କରିବା ଉଚିତ । କାରଣ ଧନ ଅର୍ଜନ ପାଇଁ ଯଦି ଶତ୍ରୁର ଆଗରେ ପଛରେ ବୁଲିବାକୁ ପଡ଼େ ତେବେ ତାହା ଆଦୋୖ ଉଚିତ ହୋଇନଥାଏ ଏବଂ ସେହି ଅର୍ଥର ମହତ୍ତ୍ୱ ରହେ ନାହିଁ । ତେଣୁ ସର୍ବଦା ଉଚିତ ଭାବରେ ଧନ ଅର୍ଜନ ସହିତ ଉଚିତ ଉପାୟରେ ଖର୍ଚ୍ଚ ମଧ୍ୟ କରିବା ଉଚିତ । ନଚେତ ସେହି ଅର୍ଥର କୌଣସି ମହତ୍ତ୍ୱ ରହେନାହିଁ ।
୩ . ଯେଉଁଠି ମନୁଷ୍ୟକୁ ସମ୍ନାନ ମିଳେ ନାହିଁ ଏବଂ ଯେଉଁଠି ମନୁଷ୍ୟର ବଞ୍ଚିବାର ଠିକଣା ଏବଂ ରୋଜଗାରର ପନ୍ଥା ନାହିଁ ସେଠାରେ ରହିବା ନିରର୍ଥକ ଅଟେ । ଏହାବ୍ୟତୀତ ଯେଉଁଠି ସମ୍ପର୍କୀୟ କିମ୍ବା ମିତ୍ର ନାହାଁନ୍ତି ସେହି ସ୍ଥାନ ଛାଡ଼ିଦେବା ଉଚିତ । କାରଣ ଅନାଦର ସହିତ ଜୀବନ ବଞ୍ଚିବା ମୃତ୍ୟୁ ସହିତ ସମାନ ହୋଇଥାଏ । ଯେଉଁ ସ୍ଥାନରେ ଶିକ୍ଷା ବ୍ୟବସ୍ଥା ନାହିଁ । ସେହି ସ୍ଥାନକୁ ମଧ୍ୟ ଛାଡ଼ି ଦେବା ଉଚିତ ।
୪ . ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଧନ ଅର୍ଜନ କରିବା ପାଇଁ ମନୁଷ୍ୟର ଲକ୍ଷ ରହିବା ଆବଶ୍ୟକ । ଏହାବ୍ୟତୀତ କେବେବି ମନୁଷ୍ୟକୁ ନିଜ ଲକ୍ଷ ସମ୍ବନ୍ଧରେ ଅନ୍ୟ ସାମ୍ନାରେ ବଖାଣିବା ଉଚିତ ନୁହେଁ । ନଚେତ ଏହା ଉପରେ ସମସ୍ୟା ଆସିପାରେ । ସର୍ବଦା ନିଜ ଜୀବନର ଏକ ଲକ୍ଷ ଠିକ କରି ଚାଲିବା ଉଚିତ । ନଚେତ ସଫକତା କୋଷ ଦୂରକୁ ଚାଲିଯିବ ।
୫ . ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ବ୍ୟବହାରରେ ଲାଗୁ ନଥିବା ଧନ କୌଣସି ଏକ ସମୟରେ ନିରର୍ଥକ ହୋଇଯାଏ । ସେହିପରି ଧନ ସଞ୍ଚୟ କରିବା ଜରୁରୀ ଏବଂ ଉଚିତ ସ୍ଥାନରେ ଖର୍ଚ୍ଚ କରିବା ମଧ୍ୟ ଜରୁରୀ ହୋଇଥାଏ । ଏହାସହିତ କିଛି ଦାନ କରିବା ମଧ୍ୟ ଉତ୍ତମ ଅଟେ ।
୬ . ଏହି ଚାରୋଟି ଜିନିଷ ଅର୍ଥାତ ଧନ , ଭୋଜନ , କାମନା ଏବଂ ବାସନା ଉପରେ ମନୁଷ୍ୟ କେବେବି ବିଜୟ କରି ପାରେ ନାହିଁ କାରଣ ଏହି ଚାରୋଟି ଜିନିଷ ଯେତେ ମିଳିଲେ ବି ମନୁଷ୍ୟ ସନ୍ତୁଷ୍ଟ ହୁଏନାହିଁ । ତେଣୁ ସବୁବେଳେ ଏହା ଭାବି ଚାଲିବା ଉଚିତ ଯେ ଖରାପ ସମୟ ପାଇଁ କିଛି ଧନ ସଞ୍ଚୟ କରିବା ଉଚିତ କାରଣ ଖରାପ ସମୟରେ ନିଜର ଲୋକ ମଧ୍ୟ ନିଜର ହୋଇ ରହନ୍ତି ନାହିଁ ।
୭ . ମନୁଷ୍ୟ ନିଜ ଜୀବନରେ କେବେବି ଅଧିକ ଭଲ ଏବଂ ସଚ୍ଚଟ ହେବା ଉଚିତ ନୁହେଁ । କାରଣ ଏପରି ବ୍ୟକ୍ତି ଉପରେ ଲୋକେ ଅଧିକ ଅତ୍ୟାଚାର କରନ୍ତି । କାରଣ ଜଙ୍ଗଲରେ ଗଛ କାଟିବା ସମୟରେ ଯେଉଁ ଗଛ ସିଧା ଥାଏ ସେହି ଗଛକୁ ହିଁ ଆଗ କଟାଯାଏ । ତେଣୁ କେବେବି ଅତ୍ୟଧିକ ଭଲ ହେବା ଉଚିତ ନୁହେଁ ।
୮ . ଜୀବନରେ ଏକ ପାଦ ଆଗକୁ ଯିବା ପୂର୍ବରୁ ଦୁଇ ପାଦ ପଛକୁ ଫେରିଆସି ଭାବିବା ଉଚିତ । କାରଣ ଆପଣଙ୍କ ଉନ୍ନତି କାହା ଆଖିକୁ ଦେଖା ଯାଇ ନଥାଏ । ତେଣୁ ସବୁ ନିଷ୍ପତ୍ତି ନେବା ଆଗରୁ ଥରୁଟିଏ ନିଶ୍ଚିତ ଚିନ୍ତା କରିବା ଉଚିତ । କାରଣ ସବୁବେଳେ ସବୁ କାର୍ଯ୍ୟ କରିବା ପୂର୍ବରୁ ସେଥିରେ କଣ ହାନୀ ହୋଇପାରେ ତାହା ଥରୁଟିଏ ଭାବିବା ଉଚିତ ।