ଧର୍ମ

କେବେ ହେବ କଳିଯୁଗର ଶେଷ। ?

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ରାମଚରିତ ମାନସରେ ଲେଖା ହୋଇଛି କି କେବେ ଧର୍ମର ସ୍ଥାୟୀ ନଷ୍ଟ ହୋଇ ଯିବ, ସେତେବେଳେ କଳିଯୁଗର ସମାପ୍ତି ହୋଇଯିବ। କଳିଯୁଗରେ ଆଧ୍ୟାତ୍ମିକ ପ୍ରତି ଲୋକଙ୍କର ଦୃଷ୍ଟି ହଟି ଗଲାଣି। ଗୋସ୍ୱାମୀ ତୁଳସୀ ଦାସ ଶ୍ରୀମଦ୍ଭାଗବତ ଓ ରାମାୟଣରେ ରାମଚରିତ ମାନସରେ ଉତ୍ତର କାଣ୍ଡରେ କଳିଯୁଗ ବିଷୟରେ ବିସ୍ତାର ରୂପରେ ବର୍ଣ୍ଣନା କରାଯାଇଛି।

ଆଜି ସେହି ଅନୁସାରେ ଘଟଣା ଘଟୁଛି। କଳିଯୁଗ ଅର୍ଥ ହେଉଛି କଳାର ଯୁଗ। ଏହି ଯୁଗରେ ପ୍ରତ୍ୟେକ ଲୋକଙ୍କ ମନରେ ଅସନ୍ତୋଷ ଭାବନା ରହିଥାଏ। ଏହାସହିତ ଲୋକେ ପରସ୍ପର ମଧ୍ୟରେ କଳି କନ୍ଦଳ କରି ଯମଲୋକକୁ ଯାତ୍ରା କରିଥାନ୍ତି। କଳିଯୁଗର ଆରମ୍ଭ ମହାଭାରତ ଯୁଦ୍ଧ ଶେଷ ହେବାର ଅନେକ ବର୍ଷ ପରେ ହୋଇଥିଲା। କଳିଯୁଗର ଅବଧି ୧୨୦୦ ଦିବ୍ୟ ବର୍ଷ ଅଟେ। ମନୁଷ୍ୟର ଗୋଟେ ମାସ ପିତୃପୁରୁଷଙ୍କର ଗୋଟେ ଦିନ ସହିତ ସମାନ ହୋଇଥାଏ। ସେହିପରି କଳିଯୁଗର ବୟସ ୪ ଲକ୍ଷ ୩୨ ହଜାର ବର୍ଷ ଅଟେ।

ମାନ୍ୟତା ରହିଛି କି , କଳିଯୁଗରେ ଭଗବାନ କଳକୀ ଅବତାର ଗ୍ରହଣ କରି ସମସ୍ତ ପାପୀ ମାନଙ୍କୁ ସଂଘାର କରିବେ। କଳିଯୁଗରେ ମନୁଷ୍ୟର ପରମାୟୁ କମି ଯିବ। ପୂର୍ବକାଳରେ ମନୁଷ୍ୟ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଜୀବିତ ରହୁଥିଲେ ଏବଂ କୌଣସି ରୋଗ ଗ୍ରାସ କରୁ ନଥିଲା। କିନ୍ତୁ କଳିଯୁଗରେ ବର୍ଷ ବର୍ଷ ଧରି ନୂଆ ରୋଗ ସୃଷ୍ଟି ହେବ ଏବଂ ମନୁଷ୍ୟ ଜାତିକୁ ଧ୍ଵଂସ କରିବା। କଳିଯୁଗରେ ଗାଈ କ୍ଷୀର ଦେବା ବନ୍ଦ କରି ଦେବ।

କଳିଯୁଗରେ ପ୍ରେମ, ସ୍ନେହ, ଆତ୍ମବିଶ୍ଵାସର ଭାବନା ନଷ୍ଟ ହୋଇଯିବ ଏବଂ ଅହଙ୍କାର, କ୍ରୋଧ, ଦ୍ୱେଷ ଭାବନା ଜନ୍ମ ନେବ। ଯାହାଫଳରେ ମାନବ ସମାଜ ପରସ୍ପରର ମୃତ୍ୟୁର କାରଣ ହୋଇ ଧ୍ଵଂସ ହୋଇଯିବ। କଳିଯୁଗରେ ଋତୁ ସଠିକ ଭାବରେ ପରିବର୍ତ୍ତନ ହେବ ନାହିଁ। ଥଣ୍ଡା ଦେଶରେ ଅଧିକ ଥଣ୍ଡା ହେବ ଏବଂ ଗରମ ହେବା ଦେଶରେ ଅଧିକ ଗ୍ରୀଷ୍ମ ଋତୁ ଅନୁଭୂତ ହେବ। ମାନ୍ୟତା ରହିଛି କି କଳିଯୁଗ ଶେଷ ହେବା ପାଇଁ ଆହୁରି ଅନେକ ବର୍ଷ ବାକି ରହିଛି। କଳିଯୁଗ ସମାପ୍ତ ହେବା ସମୟରେ ଭୂମିକମ୍ପ, ପ୍ରଳୟ, ସୁନାମି ଆଦି ପ୍ରାକୃତିକ ଭୟଙ୍କର ରୂପ ଦେଖିବାକୁ ମିଳିବ।

Related Articles

Leave a Reply

Your email address will not be published. Required fields are marked *

Back to top button