ଓଡିଶା
ବାରବାଟୀ କ୍ୟାରମ ପ୍ରତିଯୋଗିତା ଉଦଘାଟିତ

ସମାଜ ଡିଜିଟାଲ ଡେସ୍କ: ବାରବାଟୀ କ୍ୟାରମ ଏକାଡେମୀ ଆନୁକୂଲ୍ୟରେ କ୍ୟାରମ ସଂଘ ପ୍ରକୋଷ୍ଠରେ ୧୨ଶ ଯୁଗଳ କ୍ୟାରମ ପ୍ରତିଯୋଗିତା ଶନିବାର ଉଦଘାଟିତ ହୋଇଛି। ଏକାଡେମୀର ସାଧାରଣ ସମ୍ପାଦକ ଗଣେଶ ଭଗତଙ୍କ ନେତୃତ୍ଵରେ ଦିଲ୍ଳୀପ କୁମାର ବେହେରା, ଶିଶିର ଲେଙ୍କା, ବନମାଳୀ ରାଉତ, ସାଗର ଚୌଧୁରୀ ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ମାୟାଧର ସାହୁ, ସୂରଜ କୁମାର କାନୁନଗୋ, ଶକ୍ତିପ୍ରସାଦ ଜେନା ଉପସ୍ଥିତ ରହି ଖୋଳାଳିମାନଙ୍କୁ ଉତ୍ସାହିତ କରିଥିଲେ।