ମନୋରଞ୍ଜନ

ଏହାଠୁ ଭଲ କି ମୁଁ ମରିଯାଏ; ଜାଣନ୍ତୁ କାହିଁକି ଏଭଳି କହିଲେ ଶେହନାଜ ଗିଲ୍ – Utkal Mail


ମୁମ୍ବାଇ: ନିଜକୁ ପଞ୍ଜାବର କଟ୍ରିନା କୈଫ ବୋଲି କହୁଥିବା ଶେହନାଜ ଗିଲଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ରିଆଲିଟି ସୋ ‘ବିଗ୍ ବସ୍ ୧୩’ରେ ପ୍ରତିଯୋଗୀ ହୋଇ ଆସିବା ପରେ ତାଙ୍କୁ ଏକ ଭିନ୍ନ ପରିଚୟ ମିଳିଥିଲା। ରିୟାଲିଟି ସୋ’ ପରେ ତାଙ୍କ ଲୋକପ୍ରିୟତା ବଢ଼ିଥିଲା ଏବଂ ସେ ବିଭିନ୍ନ ଫିଲ୍ମ ଓ ମ୍ୟୁଜିକ ଭିଡିଓରେ କାମ କରିବା ଆରମ୍ଭ କରିଥିଲେ। ତାଙ୍କର କଠିନ ପରିଶ୍ରମ ହେତୁ ଆଜି ସେ ବଡ ବଡ଼ ବଲିଉଡ ଅଭିନେତାମାନଙ୍କ ସହ ଫିଲ୍ମ କରୁଛନ୍ତି। ଏବେ ଶେହନାଜ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଥାଙ୍କ ୟୁ ଫର କମିଙ୍ଗ’ ପାଇଁ ଚର୍ଚ୍ଚାରେ ଅଛନ୍ତି।

ଫିଲ୍ମର ପ୍ରଚାର ସମୟରେ ଶେହନାଜ କିଛି ଏଭଳି କହିଦେଇଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅଭିନେତ୍ରୀ କହିଛନ୍ତି ଯେ ଯଦି ଆପଣ ଏହି ଇଣ୍ଡଷ୍ଟ୍ରିରେ ରହିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ଆପଣଙ୍କ ଫିଟନେସ ପ୍ରତି ଧ୍ୟାନ ଦେବାକୁ ହେବ। ଯଦି ମୁଁ ବଲିଉଡରେ କାମ କରୁ ନ ଥା’ନ୍ତି, ତେବେ ମୁଁ ପୂର୍ବ ଶେହନାଜ ଗିଲ୍ ହୋଇ ରହିଥା’ନ୍ତି। ନିକଟରେ କେହି ଜଣେ ମୋତେ ଓଜନ ବଢ଼ାଇବାକୁ କହିଥିଲେ, ଯାହା ଦ୍ବାରା ସେ ମୋତେ ଏକ ଚରିତ୍ର କରିବାକୁ ଅଫର ଦେଇଥାନ୍ତେ। ହେଲେ ମୁଁ ତାଙ୍କୁ ହାତଯୋଡି ଓଜନ ବଢ଼ାଇପାରିବିନି ବୋଲି ମନା କରିଦେଇଥିଲି। କାରଣ ମୁଁ ଜାଣେ ଯେ ମୁଁ କେତେ କଷ୍ଟରେ ମୋ ଓଜନ ହ୍ରାସ କରିଛି। ବର୍ତ୍ତମାନ ମୁଁ ପୁଣି ଓଜନ ବଢ଼ାଇପାରିବିନି।

ସେ ଆହୁରି କହିଥିଲେ, ମୋତେ ପୂର୍ବ ଶେହନାଜ୍ ଗିଲ୍ ଅଧିକ ପସନ୍ଦ। ଯେଉଁମାନେ ଏହି ଇଣ୍ଡଷ୍ଟ୍ରିରେ ନାହାଁନ୍ତି ସେମାନେ ଭଲ ଜୀବନ ବଞ୍ଚୁଛନ୍ତି। ଏପରି ଜୀବନ ବଞ୍ଚି ଲାଭ କ’ଣ ଯେଉଁଠି ଆପଣ ମନ ପସନ୍ଦର ଖାଦ୍ୟ ଖାଇ ପାରିବେ ନାହିଁ। ଏହାଠୁ ଭଲ କି ମୁଁ ମରିଯାଏ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button