ଦେଶ ବିଦେଶ

ଆତଙ୍କୀ ଲିଙ୍କ୍‌ ସନ୍ଦେହରେ କଂଗ୍ରେସ ନେତାଙ୍କ ପୁଅ ଗିରଫ

ବେଙ୍ଗାଲୁରୁ : ଆତଙ୍କବାଦୀ ଲିଙ୍କ୍‌ ସନ୍ଦେହରେ କଂଗ୍ରେସ ନେତାଙ୍କ ପୁଅକୁ ଗିରଫ କଲା ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା(ଏନ୍‌ଆଇଏ) । କର୍ଣ୍ଣାଟକର କଂଗ୍ରେସ ନେତା ତାଜଉଦ୍ଦିନ ଶେଖଙ୍କ ପୁଅ ରିଶାନ ତାଜଉଦ୍ଦିନ ଶେଖଙ୍କୁ ଗିରଫ କରାଯାଇଛି । ଗିରଫ ହେବା ପରେ ସେ ଜଣେ କଂଗ୍ରେସ ନେତାଙ୍କ ପୁଅ ବୋଲି ଜଣାପଡିଛି । ତାଜଉଦ୍ଦିନ ଶେଖ ଉଦୁପି ଜିଲ୍ଲା ବ୍ରହ୍ମାଭର ବ୍ଲକ କଂଗ୍ରେସର ସାଧାରଣ ସମ୍ପାଦକ ଅଟନ୍ତି । ଏହି ଗିରଫଦାରୀକୁ ନେଇ ବିଜେପି ବିଧାୟକ ରଘୁପତି ଭଟ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ।

ଆତଙ୍କବାଦୀ ସମ୍ବନ୍ଧୀୟ ମାମଲାରେ ଏନଆଇଏ ଅନେକ ଥର କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଗତ ଗୁରୁବାର ମଧ୍ୟ ବିଭିନ୍ନ ସ୍ଥାନରେ ରେଡ କରିଥିଲା ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା । ଏହାପରେ ଆତଙ୍କବାଦୀ ସନ୍ଦେହରେ ୬ ଜଣଙ୍କୁ ଗିରଫ କରାଯାଇଥିଲା । ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ କଂଗ୍ରେସ ନେତାଙ୍କ ପୁଅ ରିଶାନ ରହିଥିବା ପରେ ଜଣାପଡିଥିଲା ।

କର୍ଣ୍ଣାଟକର କଂଗ୍ରେସ ସଭାପତି ଡିକେ ଶିବକୁମାରଏବଂ ବିରୋଧି ଦଳ ନେତା ସିଦ୍ଧରମୟାଙ୍କ ସହ ରିଶାନଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏନେଇ ଉଦୁପିର ବିଜେପି ବିଧାୟକ ରଘୁପତି ଭଟ୍ଟ କହିଛନ୍ତି ଯେ, ”ଏନଆଇଏ ଦ୍ୱାରା ଗିରଫ ହୋଇଥିବା ସନ୍ଦିଗ୍ଧମାନଙ୍କ ମଧ୍ୟରୁ ରିଶନ ଉଦୁପି ଜିଲ୍ଲାର ବ୍ରହ୍ମାଭର୍ ବ୍ଲକ କଂଗ୍ରେସ ସାଧାରଣ ସମ୍ପାଦକ ତାଜଉଦ୍ଦିନଙ୍କ ପୁଅ। ତାଙ୍କୁ ପ୍ରଥମେ ଗିରଫ କରାଯାଇ ତଦନ୍ତ ଜାରି ରହିଛି । ତଦନ୍ତ ସମୟରେ ଚମକାଇ ଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ଏହି ତଦନ୍ତକୁ ଜୋରଦାର କରିବାକୁ ମୁଁ ସରକାର ଓ ଏନଆଇଏକୁ ନିବେଦନ କରୁଛି ।

ବିଶେଷକରି ଉପକୂଳବର୍ତ୍ତୀ ଅଞ୍ଚଳରେ ଏହିପରି ଅନେକ ବ୍ୟକ୍ତି ହିଂସା ସୃଷ୍ଟି କରିବା କାର୍ଯ୍ୟ କରୁଥିବା ସନ୍ଦେହ କରାଯାଉଛି ବୋଲି ସେ କହିଛନ୍ତି। ମୁଁ କଂଗ୍ରେସକୁ ପ୍ରଶ୍ନ କରୁଛି ଯେ,ତାଜଉଦ୍ଦିନ ଜଣେ ସାଧାରଣ କର୍ମୀ ନୁହଁନ୍ତି । ସେ ବ୍ଲକ କଂଗ୍ରେସର ସାଧାରଣ ସମ୍ପାଦକ। ସେ ଦଳର କାର୍ଯ୍ୟକଳାପରେ ଆଗରେ ରହୁଛନ୍ତି । ସେ ବିରୋଧୀଦଳ ନେତା ସିଦ୍ଧରମେୟା, ଶିବକୁମାରଙ୍କ ସହ ସେ ଅତି ନିକଟତର ଅଟନ୍ତି। ଏଥି ସହ ଉଲାଲ କଂଗ୍ରେସ ବିଧାୟକ ୟୁ.ଟି ଖାଦରଙ୍କ ସହ ମଧ୍ୟ ଘନିଷ୍ଠ ।”ଯେତେବେଳେ କଂଗ୍ରେସର ଜଣେ ନେତାଙ୍କ ପୁଅକୁ ଆତଙ୍କବାଦୀ ମାମଲାରେ ଗିରଫ କରାଯାଉଛି, ସେତେବେଳେ ଦଳ ଏହାକୁ ଗୁରୁତର ସହ ନେବା ଉଚିତ ।

Related Articles

Leave a Reply

Your email address will not be published. Required fields are marked *

Back to top button