ମନୋରଞ୍ଜନ

ଫିଲ୍ମ ‘କୋଈ ମିଲ ଗୟା’ ର ଏହି ଛୋଟ ଏବେ ହେଇ ଯାଇଛନ୍ତି ବହୁତ ସ୍ମାର୍ଟ ଆଉ ହ୍ୟାଣ୍ଡସମ, ଆପଣ ବି ଦେଖିଲେ ଚିହ୍ନି ପାରିବେନି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଫିଲ୍ମ ‘କୋଈ ମିଲ ଗୟା’ ରେ ଛୋଟ ସର୍ଦାର ଭୂମିକା ରେ ଅଭିନୟ କରିଥିବା ଅଭିନେତା ଙ୍କ ସମ୍ବନ୍ଧରେ। ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ଏଭଳି ଏକ ଇଣ୍ଡଷ୍ଟ୍ରୀ ଅଟେ ଯେଉଁଠାରେ ବିଭିନ୍ନ ପ୍ରକାର କଳାକାର ଆସନ୍ତି ଏବଂ ନିଜର ଦମଦାର ଅଭିନୟ ର ପ୍ରଦର୍ଶନ କରିଥାନ୍ତି। କିଛି କଳାକାର ଏଭଳି ଅଛନ୍ତି ଯେଉଁମାନେ କେବେ ଆସନ୍ତି ଏବଂ କେବେ ଚାଲି ଯାଆନ୍ତି ତାହା ଜଣା ମଧ୍ୟ ପଡ଼ି ନଥାଏ।

କିନ୍ତୁ କିଛି ଅଭିନେତା ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କୁ ମୋହିତ କରିଛନ୍ତି ଏବଂ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଫିଲ୍ମ କୋଈ ମିଲ ଗୟା ରେ ଛୋଟ ସର୍ଦାର ଭୂମିକା ର ଅଭିନୟ କରିଥିବା ବାଲ୍ୟ କଳାକାର ଙ୍କ ସମ୍ବନ୍ଧରେ କହିବୁ ଯିଏ ବର୍ତ୍ତମାନ ବଡ଼ ହୋଇସାରିଛନ୍ତି ଏବଂ ପୂର୍ବ ଅପେକ୍ଷା ହାଣ୍ଡସମ ଏବଂ ସ୍ମାର୍ଟ ଦେଖା ଯାଉଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ଅଭିନେତା ଙ୍କ ସମ୍ବନ୍ଧରେ।

୮ ଅଗଷ୍ଟ ୨୦୦୩ ମସିହାରେ ଫିଲ୍ମ ‘କୋଈ ମିଲ ଗୟା’ ରିଲିଜ ହୋଇଥିଲା।ଏହି ଫିଲ୍ମ ରେ ଅଭିନୟ କରିଥିବା ସମସ୍ତ ବାଲ୍ୟ କଳାକାର ବର୍ତ୍ତମାନ ବଡ଼ ହୋଇ ସାରିଛନ୍ତି। ଏହି ଫିଲ୍ମ ରେ ଏକ ଛୋଟ ସର୍ଦାର ଭୂମିକା ରେ ଜଣେ କଳାକାର ଅଭିନୟ କରିଥିଲା ଯାହାର ନାମ ଥିଲା ବିଟ୍ଟୁ ସର୍ଦାର। ଏହି ବାଲ୍ୟ କଳାକାର ଜଣକ ନିଜର ଅଭିନୟ ଜରିଆରେ ଦର୍ଶକ ମାନଙ୍କ ହୃଦୟକୁ କିଣି ନେଇଥିଲେ ଏବଂ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ।

ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଦର୍ଶକ ମାନେ ସେହି ଛୋଟ ସର୍ଦାର ଙ୍କ ଭୂମିକା କୁ ମନେ ରଖିଛନ୍ତି ଏବଂ ବହୁତ ପସନ୍ଦ କରୁଛନ୍ତି। ବନ୍ଧୁଗଣ ଫିଲ୍ମ ‘କୋଈ ମିଲ ଗୟା’ ରେ ଏହି ଛୋଟ ସର୍ଦାର ଭୂମିକା ରେ ଅଭିନୟ କରିଥିବା ଅଭିନେତା ଙ୍କ ରିଅଲ ନାଁ ହେଉଛି, ‘ଅନୁଜ ପଣ୍ଡିତ ଶର୍ମା’ ଅଟେ। ଅନୁଜ ପଣ୍ଡିତ ଶର୍ମା ପ୍ରଫେସନ ରୁ ଜଣେ ଆକ୍ଟର ଅଟନ୍ତି।

ଏହି ଅଭିନେତା ଜଣକ ବହୁତ ଫିଲ୍ମ ରେ ଅଭିନୟ କରିଛନ୍ତି ଏବଂ ଏହା ସହିତ ଅନେକ ଟିଭି ସିରିଆଲ ରେ ମଧ୍ୟ ଅଭିନୟ କରିଛନ୍ତି। ଅଭିନେତା ଅନୁଜ ପଣ୍ଡିତ ଶର୍ମା ବର୍ତ୍ତମାନ ବହୁତ ବଡ଼ ହୋଇସାରିଛନ୍ତି ଏବଂ ବହୁତ ହାଣ୍ଡସମ ଓ ସ୍ମାର୍ଟ ଦେଖା ଯାଉଛନ୍ତି।

ଏହି ଅଭିନେତା ଜଣକ ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରାୟତଃ ଆକ୍ଟିଭ ରହୁଥିବାର ଦେଖିବାକୁ ମିଳୁଛି ଏବଂ ଏହି ଅଭିନେତା ଙ୍କ ଫାନ ଫଲୋଇଂଗ ମଧ୍ୟ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି। ଶୁଣିବାକୁ ମିଳୁଛି ଯେ, ଏହି ଅଭିନେତା ଜଣକ ବହୁତ ଶୀଘ୍ର ବଲିଉଡ ଇଣ୍ଡଷ୍ଟ୍ରୀ ରେ ପୁଣି ଥରେ ପାଦ ରଖି ନିଜ କ୍ୟାରିଅର ର ଆରମ୍ଭ କରିବାକୁ ଯାଉଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button