ଓଡିଶା

ସମ୍ବାଦ ପରିବାରର‘ପୁନଶ୍ଚ ପୃଥିବୀ’କାର୍ଯ୍ୟକ୍ରମ ଲୋକପ୍ରିୟ ହୋଇଛି: ପରିବେଶମନ୍ତ୍ରୀ

ଭୁବନେଶ୍ବର: ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗ ସଜାଗ ଅଛି। ଏହା ସହିତ ପରିବେଶ ସନ୍ତୁଳନ ପାଇଁ ଲୋକଙ୍କ ସହ ବୈଠକ କରୁଛୁ
ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି।

ଇଲୋକ୍ଟ୍ରୋନିକ୍ସ ଭେହିକିଲ୍(ଇଭି) ବ୍ୟବହାର କରିବା ପାଇଁ ସେ ରାଜ୍ୟର ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ସମ୍ବାଦ ପକ୍ଷରୁ ଏନେଇ ଏକ ଜନ ଜାଗରଣ ଆରମ୍ଭ ହୋଇଥିଲା।

ସମ୍ବାଦ ପରିବାରର ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମ ବେଶ୍ ଲୋକପ୍ରିୟ ହୋଇଛି। କ୍ଲାଇମେଟ ପଞ୍ଚାୟତ ଲୋକଙ୍କ ଚିନ୍ତାଧାରା ବଦଳାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ଅଧିକ ପଢ଼ନ୍ତୁ: ଧାନ କ୍ରୟରେ ସ୍ୱଚ୍ଛତା ଦାବି କରି ଭବାନୀପାଟଣାରେ ୧୨ ଘଣ୍ଟିଆ ଧର୍ମଘଟ

ସୂଚନାଯୋଗ୍ୟ, ‘ସମ୍ବାଦ ଡିଜିଟାଲ’ ଓ ସୃଷ୍ଟି ଏକାଡେମି ଅଫ୍ ମ୍ୟାନେଜମେଣ୍ଟ ମିଳିତ ଉଦ୍ୟମରେ ଚାଲିଥିବା ପରିବେଶ ସଚେତନତା ଅଭିଯାନ ‘ପୁନଶ୍ଚ ପୃଥିବୀ’ ଦ୍ବାରା ପୁଣିଥରେ ପୃଥିବୀକୁ ବଞ୍ଚାଇବାର ଉଦ୍ୟମ କରାଯାଉଛି। ଏନେଇ ଜନସାଧାରଣଙ୍କ ମଧ୍ୟରେ ପରିବେଶ ପ୍ରତି ଭଲ ପାଇବା ଭାବନା ଜାଗ୍ରତ କରାଯାଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button