ଓଡିଶା

ସାମ୍ନାକୁ ଆସିଲା ବୟଫ୍ରେଣ୍ଡର ଫୋଟ, ଇଏ ହେଉଛି ସେହି, ଯିଏ ରଖିଥିଲା ଜୋର ଜବରଦସ୍ତ….ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଥରେ ନଜର ପକାନ୍ତୁ ଡାକ୍ତର ଦିବ୍ୟ ରଞ୍ଜନ ମାଝିଙ୍କୁ ଯିଏ କି ମୃତ ଡାକ୍ତର ଶୁଭଶ୍ରୀ କର ଙ୍କର ପୁରୁଷ ବନ୍ଧୁ ବା ବୟଫ୍ରେଣ୍ଡ । ଯିଏ ଦିନେ ସ୍ଵପ୍ନ ଦେଖାଇଥିଲା ଶୁଭଶ୍ରୀ ଙ୍କୁ ଆଉ ଜୋର ଜବରଦସ୍ତ ତାଙ୍କ ସହ ରଖିଥିଲା ଶାରୀରିକ ସମ୍ପର୍କ । ହଁ ଦର୍ଶକ ବନ୍ଧୁ ଦିବ୍ୟ ରଞ୍ଜନ ଓ ଶୁଭଶ୍ରୀ ଉଭୟ ଡାକ୍ତର ଥିଲେ । ଦୁହେଁ ଡାକ୍ତର ଙ୍କ ପ୍ରେମ ସମ୍ପର୍କ ଆଗକୁ ବଢିଥିଲା ।

ଆଉ ଯେତେବେଳେ ସମ୍ପର୍କ ବଢିଥିଲା ସେତେବେଳେ ପୁରୁଷ ବନ୍ଧୁ ଅନେକ ପ୍ରତିଶ୍ରୁତି ଦେଇଥିଲା । ହଁ ମଥାରେ ଦେବ ସିନ୍ଦୁର, ହାତକୁ ଦେବ ଶଙ୍ଖା ଆଉ ବେଦି ରେ ବସି କନିଆ ସଜେଇ ତା ଘରକୁ ବୋହୂ କରି ନେଇଯିବ । ଆଉ ଏହାରି ଭିତରେ ଯେବେ ଶାରୀରିକ ସମ୍ପର୍କ ଗଢି ଉଠିଲା ଠିକ ତା ପରେ କୁଆଡେ ମନ ଭାଙ୍ଗିଗଲା । ଶୁଭଶ୍ରୀ ଦିବ୍ୟ ରଞ୍ଜନ ଙ୍କୁ ଆଉ ଭଲ ଲାଗିଲା ନାହି ।

ଦିନେ ମିଠା ଲାଗୁଥିବା ଶୁଭଶ୍ରୀ କୁଆଡେ ଦିବ୍ୟ ଙ୍କୁ ପିତା ଲାଗିଲା । ଯେଉଁ ମୁହଁ କୁ ଦେଖିବା ପାଇଁ ଦିବ୍ୟ ପାଗଳ ହେଉଥିଲା ତାର ନାଁ ଶୁଣିଲେ ପାଗଳ ହୋଇଯିବ ବୋଲି ଦିବ୍ୟ ରଞ୍ଜନ କହିଲା । ଦର୍ଶକ ବନ୍ଧୁ ଯେବେ ପ୍ରେମ ପ୍ରତାରଣାରେ ପରିଣତ ହୁଏ ଠିକ ସେତିକି ବେଳେ ପ୍ରେମର ରୂପ ବଦଳିଯାଏ । ଆଉ ଭଲ ମଣିଷ ବି ଖରାପ ଲାଗେ । ଆଉ ଯାହାକୁ ଦେଖିବା ପାଇଁ ପାଗଳ ହେଉଥିବା ମନଟା ଚିହିଁଙ୍କି ଉଠେ ।

ଏ ସବୁ ଭିତରେ ସାମନା କୁ ଆସିଛି ପୁରୁଷ ବନ୍ଧୁ ଦିବ୍ୟ ରଞ୍ଜନ ମାଝିର ଫୋଟୋ । ଡିସେମ୍ବର ୨୦ ରେ ଶୁଭଶ୍ରୀ ଯାହାଙ୍କ ବିରୁଦ୍ଧରେ ଏତାଲା ଦେଇଥିଲେ ସେ ହେଉଛନ୍ତି ତାଙ୍କର ପୁରୁଷ ବନ୍ଧୁ ଦିବ୍ୟ ରଞ୍ଜନ ମାଝୀ । ଏତାଳ ରେ ଦର୍ଶା ଯାଇଥିଲା ଯେ ଶୁଭଶ୍ରୀ ଙ୍କ ସହ ଦିବ୍ୟ ରଞ୍ଜନ ମାଝୀ ନାମକ ଯୁବକ ବନ୍ଧୁତା ରଖିଥିଲେ । ଏପରିକି ବିବାହ କରିବା ପାଇଁ କଥା ଦେଇଥିଲେ । ଉଭୟ ଚିନ୍ତା ବି କରୁଥିଲେ ।

ଆଉ ଫୋନ ରେ ବି ଉଭୟ କଟାହ ହେଉଥିଲେ । ତେବେ ଦିବ୍ୟ ଶୁଭଶ୍ରୀ ଙ୍କ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା । ଆଉ ଯେବେ ଶୁଭଶ୍ରୀ ବିବାହ ପାଇଁ କହିଥିଲା ଦିବ୍ୟ ରଞ୍ଜନ ତାଙ୍କ ଠାରୁ ଦୂରେଇ ଯିବାକୁ ଚେଷ୍ଟା କରିଥିଲା । ଏଫାୟାର ସାମ୍ନା କୁ ଆସିବା ପରେ ଏ ନୂଆ ମାମଲା ଏବେ ସାମ୍ନା କୁ ଆସିଛି ।

ଆଉ ଏବେ ତାଙ୍କ ଧବ ଧବଳିଆ ଚେହେରା ସାମ୍ନା କୁ ଆସିଛି । ତେବେ ଦେଖିବାକୁ ବାକି ରହିଲା ପୁରୁଷ ବନ୍ଧୁ ଦିବ୍ୟ ରଞ୍ଜନ ମାଝୀ ଙ୍କୁ ପୋଲିସ କେବେ ପଚରା ଉଚରା କରୁଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button