“ମୁଁ ମାନିନୀ ସିରିୟାଲ କଳାବେଳେ ପ୍ରେଗନେଣ୍ଟ ଥିଲି, ହେଲେ କେହି ଜାଣିନଥିଲେ… ଅଭିନେତ୍ରୀ Sweety Patnaik

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ” ମୁଁ ମାନିନୀ ସିରିୟାଲ କଲାବେଳେ ମୁଁ ପ୍ରେଗନେଣ୍ଟ ଥିଲି , ହେଲେ କେହି ଜାଣିନଥିଲେ ” । ଓଡିଆ ସିରିୟାଲ ଅଭିନେତ୍ରୀ ସୁଈଟି ପଟ୍ଟନାୟକ ତାଙ୍କ ବ୍ୟକ୍ତିଗତ ଜୀବନ ବାବଦରେ କେତେକ ବିଷୟ ସୋସିଆଲ ମିଡିଆରେ କହିଛନ୍ତି । ସୁଇଟିଙ୍କ କହିବା ଅନୁସାରେ ସେ ପ୍ରଥମେ ଆଲବମ୍ ଗୀତ କରୁଥିଲେ ପରେ ତାଙ୍କୁ ସିରିୟାଲରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା ।

ତାଙ୍କ ପ୍ରଥମ ସିରିୟାଲ କଳିଯୁଗ କରୁଥିବା ବେଳେ ସେ ଉଦଳାରୁ ଭୁବନେଶ୍ଵରକୁ ଆସୁଥିଲେ ତାଙ୍କ ମା’ ଙ୍କ ସହ ଓ ସୁଟିଙ୍ଗ ସାରି ଘରକୁ ଯାଉଥିଲେ । ସୁଇଟିଙ୍କ କହିବା ଅନୁସାରେ ପ୍ରଥମେ ତାଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା କିନ୍ତୁ ତାଙ୍କ ମା ‘ ସର୍ବଦା ସାଥିରେ ରହୁଥିଲେ । ସେ ମାନିନୀ ସିରିୟାଲ କରୁଥିବା ବେଳେ ସେ ପ୍ରେଗନେଣ୍ଟ ଥିଲେ କିନ୍ତୁ କେହି ଜାଣିନଥିଲେ କେବଳ ତାଙ୍କ ସାଙ୍ଗ ସୋନାଲୀ ଜାଣିଥାନ୍ତି ।

ସୁଇଟି କହିଛନ୍ତି ସେ ସବୁବେଳେ କାମ କରିବାକୁ ଇଛା କରନ୍ତି ତେଣୁ ସେ ଘର ଛାଡି ଭଡା ନେଇ ସୁଟିଙ୍ଗ କାମ କରୁଛନ୍ତି କିନ୍ତୁ ସେ ତାଙ୍କ ପୁଅକୁ ଛାଡି ରହିବା ବହୁତ କଷ୍ଟକର ଅଟେ । ଏଭଳି କିଛି କହିଛନ୍ତି ଆପଣଙ୍କ ପ୍ରିୟ ଆଲବମ କୁଇନ ଅଭିନେତ୍ରୀ ସୁଇଟି ପଟ୍ଟନାୟକ ।


