ଓଡିଶା

ନାବାଳିକାଙ୍କୁ ଦୁଷ୍କର୍ମ କଲେ, ପରେ ହୃଦଘାତରେ ଟଳି ପଡ଼ିଲେ

ନାବାଳିକଙ୍କୁ ହୋଟେଲକୁ ଯୌନ ଶୋଷଣ କଲେ ଏକ ହୀରା କମ୍ପାନୀର ମ୍ୟାନେଜର। ମାତ୍ର ତା’ ପରେ ପରେ ହୃଦଘାତରେ ସେ ଆଖି ବୁଜିଲେ। ଏପରି ଏକ ଅଭାବନୀୟ ଘଟଣା ମୁମ୍ବାଇର ଏକ ହୋଟେଲରେ ଘଟିଛି।

ପୁଲିସ୍ ସୂଚନା ଅନୁଯାୟୀ, ହୀରା କମ୍ପାନୀର ମ୍ୟାନେଜରଜଣକ କାମ ଦେବାର ପ୍ରତିଶ୍ରୁତି ଦେଇ ୧୪ ବର୍ଷୀୟା ନାବାଳିକାଙ୍କୁ ଗୁଜରାଟରୁ ନିଜ ସହ ମୁମ୍ବାଇ ନେଇ ଆସିଥିଲେ।

ସେଠାରେ ସେ ନାବାଳିକାଙ୍କୁ ଏକ ହୋଟେଲରେ ରଖିଥିବା ବେଳେ ତାଙ୍କ ସହ ଦୁଷ୍କର୍ମ କରିଥିଲେ।

ମାତ୍ର ଏହାର କିଛି ସମୟ ପରେ ମ୍ୟାନେଜରଙ୍କ ସ୍ୱସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହାଦେଖି ହୋଟେଲ କର୍ମଚାରୀ ତାଙ୍କୁ ନିକଟସ୍ଥ ମେଡିକାଲ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରୁ ତାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଏହି ଘଟଣା ପରେ ନାବାଳିକାଙ୍କ ମା’ ମୁମ୍ବାଇରେ ପହଞ୍ଚି ଝିଅକୁ ନିଜ ସହ ନେଇଯାଇଛନ୍ତି। ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ବ୍ୟକ୍ତିଜଣକ ଚାକିରି ପ୍ରଲୋଭନ ଦେଖାଇ ଝିଅକୁ ମୁମ୍ବାଇ ନେଇ ଆସିଥିବା ସେ ପୁଲିସ୍ ସମ୍ମୁଖରେ ପ୍ରକାଶ କରିଛନ୍ତି

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button