ବିଚାର

ପୂଜା କରିବା ସମୟରେ ଏହି ଚାରୋଟି ବସ୍ତୁ ହାତରୁ ଖସି ପଡ଼ିଲେ ହୋଇଥାଏ ଅଶୁଭ। ଜାଣନ୍ତୁ ଏହି ଅଶୁଭ ପରିଣାମରୁ ବଞ୍ଚିତ ହେବା ପାଇଁ କେଉଁ ଉପାୟ ଅବଲମ୍ବନ କରିବେ?

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଘରେ ଠାକୁରଙ୍କୁ ଆଳତି କରିବା ବା ପୂଜା କରୁଥିବା ସମୟରେ ଜାଣତରେ ହେଉ ଅବା ଅଜାଣତରେ ଆମ ଦ୍ଵାରା କିଛି ଭୁଲ ହୋଇ ଯାଇଥାଏ। ଅର୍ଥାତ୍ ଯେପରି ହାତରୁ ପୂଜା ଥାଳି ଖସି ପଡିବା ବା ଦୀପ ଲିଭି ଯିବା କିମ୍ବା ପ୍ରସାଦ ଥାଳି ହାତରୁ ଖସି ପଡିବା। ଜ୍ୟୋତିଷ ଶାସ୍ତ୍ରରେ ଏହିସବୁ ଘଟଣାକୁ ଅଶୁଭ ବୋଲି ମାନା ଯାଇଛି।

ଏଭଳି ପରିସ୍ଥିତିରୁ ମୁକ୍ତି ପାଇବା ପାଇଁ କିଛି ଖାସ ଉପାୟ କରିବା ଆବଶ୍ୟକ। ଏହି ଉପାୟ କରିବା ଦ୍ୱାରା ଆପଣ ସବୁ ସଙ୍କଟରୁ ମୁକ୍ତି ପାଇ ପାରିବେ। ଯଦି ଛୋଟ ପିଲାମାନଙ୍କ ଦ୍ଵାରା ଠାକୁର ମୂର୍ତ୍ତି ଖଣ୍ଡିତ ହୋଇ ଯାଇଛି, ତାହେଲେ ମଧ୍ୟ ଆପଣ ଏହି ଉପାୟକୁ କରି ପାରିବେ।

ଘରେ ଫଟୋ ବା ମୂର୍ତ୍ତି ଭାଙ୍ଗି ଯିବା :-

ଠାକୁର ପୂଜା କରୁଥିବା ସମୟରେ ଅଧିକାଂଶ ଲୋକଙ୍କ ହାତରୁ ମୂର୍ତ୍ତି ଖସି ପଡ଼ି ଭାଙ୍ଗି ଯାଇଥାଏ। ଏହା ଅଶୁଭ ସଂକେତ ଅଟେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରେ ଖଣ୍ଡିତ ମୂର୍ତ୍ତି ରହିବା ଦ୍ୱାରା ଅଶାନ୍ତି ଓ କ୍ଳେଶ ସୃଷ୍ଟି ହୋଇଥାଏ। ଯଦି ଆପଣଙ୍କ ହାତରୁ ମୂର୍ତ୍ତି ଖସି ପଡ଼ି ଭାଙ୍ଗି ଯାଇଛି, ତାହେଲେ ଆପଣ କ୍ଷମା ପ୍ରାର୍ଥନା କରି ସେହି ଖଣ୍ଡିତ ମୂର୍ତ୍ତିକୁ କୌଣସି ନଦୀ ବା ପୋଖରୀରେ ପ୍ରବାହିତ କରି ଦିଅନ୍ତୁ।

ଦୀପ ପ୍ରଜ୍ବଳନ ସମୟରେ ଧ୍ୟାନ ରଖନ୍ତୁ :-

ଠାକୁର ପୂଜା କରୁଥିବା ସମୟରେ ଯଦି ଦୀପ ହାତରୁ ଖସି ପଡେ ତାହେଲେ ଏହାକୁ ଅତ୍ୟନ୍ତ ଅଶୁଭ ମାନା ଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ହାତରୁ ଦୀପ ଖସି ପଡେ, ତାହେଲେ ପରିବାରରେ କୌଣସି ଅଘଟଣ ଘଟିବାର ସଂକେତ ମିଳିଥାଏ। ଏଭଳି ପରିସ୍ଥିତିରେ ଠାକୁରଙ୍କୁ କ୍ଷମା ପ୍ରାର୍ଥନା କରି ପୁଣିଥରେ ଦୀପ ଜଳାଇବା ଉଚିତ।

ପ୍ରସାଦ ଥାଳି ହାତରୁ ଖସି ପଡିବା:-

ଶୀଘ୍ରତାରେ ହାତରୁ ଅଚାନକ ପ୍ରସାଦ ଥାଳି ଖସି ପଡିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଘଟଣାକୁ ଅଶୁଭ ବୋଲି ମାନାଯାଇଛି। ଏଭଳି ମାନା ଯାଇଥାଏ କି, ଏହି ଘଟଣା ଘଟିବା ଦ୍ଵାରା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ହାତରୁ ଖସି ପଡିଥିବା ପ୍ରସାଦ ଥାଳିକୁ ମଥାରେ ଛୁଇଁ ସେହି ପ୍ରସାଦକୁ ପରିବାର ଲୋକେ ସେବନ କରନ୍ତୁ। କିନ୍ତୁ ଏହାକୁ ପୁନର୍ବାର ଠାକୁରଙ୍କୁ ଅର୍ପଣ କରନ୍ତୁ ନାହିଁ।

ହାତରୁ ସିନ୍ଦୂର ଖସି ପଡିବା :-

ହିନ୍ଦୁଧର୍ମ ଶାସ୍ତ୍ରରେ ହାତରୁ ସିନ୍ଦୂର ଖସି ପଡ଼ିବା ଶୁଭ ଓ ଅଶୁଭ ହୋଇଥାଏ ବୋଲି ମାନ୍ୟତା ରହିଛି। ଠାକୁର ପୂଜା କରୁଥିବା ସମୟରେ ହାତରୁ ସିନ୍ଦୂର ଡବା ଖସି ପଡିବା ଅତ୍ୟନ୍ତ ଅଶୁଭ ଅଟେ। ଏହାର ଅର୍ଥ ଆପଣଙ୍କର ଆସୁଥିବା ଦିନ ବହୁତ ଭୟଙ୍କର ହେବାକୁ ଯାଉଛି। କିନ୍ତୁ ପଡ଼ି ଯାଇଥିବା ସିନ୍ଦୂରକୁ ଝାଡ଼ୁରେ ସଫା ନକରି ଗୋଟେ କପଡ଼ାରେ ଉଠାଇ କୌଣସି ପୋଖରୀରେ ପକାଇ ଦିଅନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button