ଓଡିଶା

ସମୂହ ଗୀତା ପାଠ: ଭାଗ ନେଲେ ୨୭ ସ୍କୁଲର ୮୨୧୮ ବିଦ୍ୟାର୍ଥୀ

ବ୍ରହ୍ମପୁର: ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ପଡ଼ିଆରେ ଶନିବାର ପୂର୍ବାହ୍ନରେ ସମୂହ ଗୀତା ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବ୍ରହ୍ମପୁର ମହାନଗରର ୨୭ ଗୋଟି ବିଭିନ୍ନ ବିଦ୍ୟାଳୟରୁ ୮୨୧୮ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶ୍ରୀମଦ୍ ଭଗବତ ଗୀତାର ଚତୁର୍ଥ ଅଧ୍ୟାୟର ୨୦ଟି ଶ୍ଲୋକ ପାଠ କରିଥିଲେ। ସେଠାରେ ଏକ ଆଧ୍ୟାତ୍ମିକ ତଥା ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା। ବିଦ୍ୟାଳୟ ଦ୍ବାରା ଛାତ୍ରଛାତ୍ରୀଙ୍କୁ ଏ ନେଇ ପୂର୍ବରୁ ଅଭ୍ୟାସ କରାଯାଇଥିଲା। ପବିତ୍ର କାର୍ତ୍ତିକ ଶନିବାର ଅବସରରେ ଚିନ୍ମୟ ମିଶନ୍ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ମେୟର୍ ସଂଘମିତ୍ରା ଦଳେଇ, ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ୍ଲ ମହାନ୍ତି, ଜିଲ୍ଲା ଶିକ୍ଷା ଅଧିକାରୀ ଅମିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button