ବିଚାର

ରବିବାରର ଉପାୟ , ହେଉ ହେଉ କାମ ଖରାପ ହୋଇଗଲେ କରନ୍ତୁ ଏହି ଉପାୟ , ତାପରେ ଦେଖନ୍ତୁ ଫଳ

ଯଦି ଆପଣଙ୍କର କାମ ହେଉ ହେଉ ଖରାପ ହୋଇଯାଉଛି ,ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଧର୍ମଶାସ୍ତ୍ରର ବିଶେଷଜ୍ଞଙ୍କ ଅନୁଯାୟୀ ଏପରି ସୂର୍ଯ୍ୟଙ୍କ ଦୁର୍ବଳତା ହେତୁ ହୋଇଥାଏ। ଏପରି ପରିସ୍ଥିତିରେ ଆପଣଙ୍କୁ ଆପଣଙ୍କର ସୂର୍ଯ୍ୟଙ୍କୁ ଦୃଢ଼ କରିବାର ଆବଶ୍ୟକତା ରହିଛି

ବିଶ୍ୱାସ କରାଯାଏ ଯେ ଯେଉଁ ବ୍ୟକ୍ତି ପ୍ରତିଦିନ ସକାଳେ ସୂର୍ଯ୍ୟ ଭଗବାନଙ୍କୁ ଅର୍ଘ୍ୟ ଦାନ କରନ୍ତି , ତାଙ୍କର କୌଣସି ଜିନିଷର ଅଭାବ ରହେ ନାହିଁ। ଯଦି ପ୍ରତିଦିନ ଏପରି କରିବା ଆପଣଙ୍କ ପକ୍ଷେ ସମ୍ଭବ ନୁହେଁ , ତେବେ ରବିବାର ଦିନ ସକାଳେ ଏହି କାମ ନିଶ୍ଚିତ ଭାବରେ କରନ୍ତୁ।

କାରଣ ରବିବାରକୁ ସୂର୍ଯ୍ୟ ଦେବଙ୍କର ଦିନ ବୋଲି ବିବେଚନା କରାଯାଏ। ତମ୍ବା ପାତ୍ରରେ ଚାଉଳ , ଲାଲି ରଙ୍ଗର ଫୁଲ ଏବଂ କିଛି ଲାଲି ଲଙ୍କାର କିଛି ଦାନା ରଖି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ।

surjyadev
Google

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଗ୍ରହର ନିଜସ୍ୱ ବିଶେଷତା ରହିଛି। ଶାସ୍ତ୍ରରେ ଏହା ବିଶେଷ ଭାବରେ ଉଲ୍ଲେଖନୀୟ ରହିଛି ଯେ କେଉଁ ଗ୍ରହ ମନୁଷ୍ୟକୁ କେଉଁ ପ୍ରକାରର ଫଳ ପ୍ରଦାନ କରିପାରେ। ତେଣୁ କେଉଁ ଦିନ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ ତାହା ଆମକୁ ଜାଣିବା ଉଚିତ।

ରବିବାର ଦିନ କିଛି କାମ କରାଯିବା ଉଚିତ ନୁହେଁ। ଏହି କାର୍ଯ୍ୟଗୁଡିକ କରିବା ଦ୍ୱାରା ସୂର୍ଯ୍ୟ ଗ୍ରହଙ୍କର ଖରାପ ପ୍ରଭାବର ସାମ୍ନା କରିବାକୁ ପଡ଼ିଥାଏ। ତେଣୁ ରବିବାର ଦିନ କିଛି କଥାକୁ ଧ୍ୟାନରେ ରଖିବା ଦ୍ୱାରା ସୂର୍ଯ୍ୟ ଦେବତାଙ୍କର ସର୍ବଦା ଆଶୀର୍ବାଦ ପ୍ରାପ୍ତ ହୋଇପାରିବ।

ରବିବାର ଦିନର ଉପାୟ:-

ସାମର୍ଥ୍ୟ ଅନୁଯାୟୀ ତମ୍ବା ବାସନ , ଲାଲି କପଡା , ଗହମ , ଗୁଣ୍ଡ ଏବଂ ଲାଲି ଚନ୍ଦନ ଦାନ କରନ୍ତୁ।

କଦାପି ସୂର୍ଯ୍ୟ ଦେବଙ୍କୁ ବିନା ସ୍ନାନରେ ପାଣି ଅର୍ପଣ କରନ୍ତୁ ନାହିଁ।

ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ପାଇଁ ରୋଲି କିମ୍ବା ଲାଲି ଚନ୍ଦନ ଏବଂ ଲାଲି ଫୁଲ ପାଣିରେ ପକାଇ ପାରିବେ।

ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଅର୍ପଣ କରିବା ସମୟରେ ଷ୍ଟିଲ , ରୂପା , କାଚ ଏବଂ ପ୍ଲାଷ୍ଟିକ ବାସନ ବ୍ୟବହାର କରନ୍ତୁ ନାହିଁ।

ଯଦି ସମ୍ଭବ ହୁଏ , ଜଳ ଅର୍ପଣ କରିବା ସମୟରେ ଏହି ମନ୍ତ୍ର ଜପ କରନ୍ତୁ:-

surjyadev
Google

ଓଁ ସୂର୍ଯ୍ୟାୟ ନମଃ

ଓଁ ହ୍ରିଙ୍ଗ ହ୍ରିଙ୍ଗ ସୂର୍ଯ୍ୟାୟ ନମଃ

ଓଁ ଘୃଣି ସୂର୍ଯ୍ୟଦ୍ୟତିମୋ

ଓଁ ଘୃଣି ସୂର୍ଯ୍ୟ ଆଦିତ୍ୟ ଶ୍ରୀ

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ ନିଶ୍ଚିତ କରନ୍ତୁ । ଏମିତି ସବୁ ନୂଆ ନୂଆ ଖବର , ବାସ୍ତୁ ଶାସ୍ତ୍ର ବିଷୟରେ ଜାଣିବା ପାଇଁ ଆମ ସହିତ ଯୋଡି ହୁଅନ୍ତୁ । ପୋଷ୍ଟଟିକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଘର ପରିବାର ହସ ଖୁସିରେ ଭରି ଯାଉ । ଏତିକି ଜଗତର ନାଥ ଜଗନ୍ନାଥଙ୍କ ପାଖରେ ଆମର ପ୍ରାର୍ଥନା । ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button