ଓଡିଶା
ଓପିଏସସି ସଦସ୍ୟା ଭାବେ ଯୋଗଦେଲେ ଶିକ୍ଷାବିତ ସରିତା
କଟକ : ଓଡିଶା ଲୋକସେବା ଆୟୋଗର ଅନ୍ୟତମ ସଦସ୍ୟା ଭାବେ ଆଜି ଡ଼କ୍ଟର ସରିତା ସୂପକାର ଯୋଗଦେଇଛନ୍ତି । ରମାଦେବୀ ମହିଳା କଲେଜର ପୂର୍ବତନ ପରୀକ୍ଷା ନିୟନ୍ତ୍ରକ ଭାବେ କାର୍ଯ୍ୟ କରି ବେଶ୍ ସୁନାମ ଅର୍ଜନ କରିଥିବା ଡ. ସରିତାଙ୍କୁ ରାଜ୍ୟ ସରକାରଙ୍କ ପ୍ରସ୍ତାବ କ୍ରମେ ଓପିଏସସିର ସଦସ୍ୟା ଭାବେ ନିଯୁକ୍ତି ମିଳିଥିଲା । ଆଜି ତାଙ୍କୁ ଓପିଏସସିର ଅଧ୍ୟକ୍ଷ ଡ. ସତ୍ୟଜିତ ମହାନ୍ତି ଲୋକସେବା ଆୟୋଗର ଗୋପନୀୟତା ଉପରେ ଶପଥ ପାଠ କରାଇବା ସହ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ।