ସ୍ୱାସ୍ଥ୍ୟ

ଡେଙ୍ଗା ଲୋକଙ୍କୁ ହୋଇଥାଏ ଅଧିକ କ୍ଯାନ୍ସର : ରିସର୍ଚ୍ଚ

କ୍ଯାନ୍ସର ଏପରି ଏକ ରୋଗ ଯାହା ବ୍ଯକ୍ତିଙ୍କୁ ମୃତ୍ୟୁ ପର୍ଯ୍ଯନ୍ତ ନେଇଯାଇଥାଏ। ଏହି ରୋଗ କେତେବେଳେ, କେଉଁ ସମୟରେ କାହାକୁ ହେବ ତାହା କିଛି ସଠିକ୍ ନଥାଏ। କିନ୍ତୁ ଏହି ରୋଗ ହେବାର ସମ୍ଭାବନା କେଉଁ ଲୋକଙ୍କୁ ରହିଥାଏ ତାହା ବିଷୟରେ ନିଶ୍ଚିତ ଭାବେ ଜାଣିହେବ। ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେଉଁମାନଙ୍କର ଉଚ୍ଚତା ଅଧିକ ରହିଥାଏ ସେମାନଙ୍କ କ୍ଷେତ୍ରରେ କ୍ଯାନ୍ସର ହେବାର ଅଧିକ ସମ୍ଭାବନା  ରହିଥାଏ।

କାହିଁକି ଡ଼େଙ୍ଗା ଲୋକଙ୍କ ନିକଟରେ ରହିଥାଏ କ୍ଯାସନ୍ସର ଅଧିକ ସମ୍ଭାବନା ?

ଯେତେବେଳେ ଶରୀରରେ କୋଷ ଗୁଡ଼ିକର ମାତ୍ରା ଅଧିକ ରହିଯାଇଥାଏ ସେତେବେଳେ କ୍ଯାନ୍ସର କୋଷିକା ବଢ଼ିବା ଆରମ୍ଭ କରିଦିଅନ୍ତି। ଏହି କାରଣରୁ ଅସମାନ କୋଷ ହେବା ଆରମ୍ଭ ହୋଇଥାଏ ଯାହା ପରେ ଟ୍ବିମରର ରୁପ ନେଇଥାଏ। ରିସର୍ଚ୍ଚ ଅନୁଯାୟୀ, ଡ଼େଙ୍ଗା ଲୋକଙ୍କ ନିକଟରେ କ୍ଯାନ୍ସର ହେବାର ସମ୍ବାବନା ଏଥିପାଇଁ କାରଣ ତାଙ୍କ ଶରୀରରେ ଅଧିକ କୋଷ ରହିଥାଏ। ଏଥି କାରଣରୁ ଅତ୍ଯଧିକ ଡ଼େଙ୍ଗା ବ୍ଯକ୍ତି କ୍ଯାନ୍ସରରେ ପୀଡ଼ିତ ହୋଇଥିବା ଦେଖିବାକୁ ମିଳିଥିଲା।

how-tall

ମେଲେନୋମା କ୍ଯାନ୍ସରର ଥାଏ ଅଧିକ ସମ୍ଭାବନା

ଶରୀରରେ କୋଷ ଅଧିକ ରହିବା କାରଣରୁ ଲମ୍ବା ବ୍ଯକ୍ତିଙ୍କ ନିକଟରେ ମେଲେନୋମାର ଅଧିକ ସମ୍ଭାବନା ରହିଥାଏ। ଏଣୁ କମ ଉଚ୍ଚତା ଥିବା ଲୋକଙ୍କ ତୁଳନାରେ ଡ଼େଙ୍ଗା ଲୋକଙ୍କ ନିକଟରେ ଅତ୍ଯଧିକ ତ୍ବଚା ସମ୍ବନ୍ଧୀୟ ସମସ୍ଯା ଦେଖାଯାଇଥାଏ। ଖାଲି ତାହା ନୁହଁ ଅଧିକ ଉଚ୍ଚତା ଥିବା କାରଣରୁ ମହିଳା ପେଟ, ମୁହଁ ଏବଂ ସର୍ବିକଲ କ୍ଯାନ୍ସରର ଶିକାର ହୋଇଥାନ୍ତି।

mela

ମହିଳାଙ୍କ ନିକଟରେ ୧୨ତ ପୁରୁଷଙ୍କ ନିକଟରେ ୯ ପ୍ରତିଶତର ରହିଥାଏ ସମ୍ଭାବନା

ପୁରୁଷ ଏବଂ ମହିଳା ମଧ୍ୟରେ ମାତ୍ର ୧୦ ସେଣ୍ଟିମିଟର ଅଧିକ ଉଚ୍ଚତା ଥିବା ଯୋଗୁଁ କ୍ଯାନ୍ସରର ସମ୍ଭାବନା ୧୦ ପ୍ରତିଶତ ଅଧିକ ହୋଇଯାଇଥାଏ। ରିସର୍ଚ୍ଚ ଅନୁଯାୟୀ, ମହିଳାଙ୍କ ସଠିକ୍ ଉଚ୍ଚତା ସାଧାରଣତଃ ୫ଫୁଟ ୪ଇଞ୍ଚ ରହିଥିବା  ବେଳେ ପୁରୁଷଙ୍କର ୫ଫୁଟ ୯ ଇଞ୍ଚ ରହିବା ଉଚିତ୍। ଏଥିରୁ ଉର୍ଦ୍ଦ ଉଚ୍ଚତା ଥିବା ମହିଳାଙ୍କ ନିକଟରେ ୧୨ ପ୍ରତିଶତ ଏବଂ ପୁରଷଙ୍କ କ୍ଷେତ୍ରରେ ୯ ପ୍ରତିଶତ ପର୍ଯ୍ଯନ୍ତ କ୍ଯାନ୍ସର ହେବାର ଅଧିକ ସମ୍ଭାବନା ରହିଥାଏ। ଏହା ଦ୍ବାରା ଖାସ କରି କୋଳନ, କିଡ଼ନୀ ଏବଂ ଲିମ୍ପୋମା କ୍ଯାନ୍ସର ଅଦି ହେବାର ଅଧିକ ସମ୍ଭାବନା ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button