ଦେଶ ବିଦେଶ

ପାକିସ୍ତାନ ରାଜନୀତିରେ ପୁଣି କମ୍ପନ, ସେନା ବିରୋଧରେ ବାହାରିଲେ ରାଷ୍ଟ୍ରପତି ଆରିଫ୍ ଅଲଭି – Utkal Mail


ଇସ୍ଲାମାବାଦ: ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲଭି ରବିବାର ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରି କହିଛନ୍ତି ଯେ ସେ ଅଫିସିଆଲ ସିକ୍ରେଟ୍ ଆକ୍ଟ ଏବଂ ପାକିସ୍ତାନ ଆର୍ମି ଆକ୍ଟରେ ସଂଶୋଧନ କରୁଥିବା ଦୁଇଟି ବିଲ୍ ରେ ସ୍ୱାକ୍ଷର କରିନାହାଁନ୍ତି କାରଣ ଏହି ଆଇନ ସହିତ ତାଙ୍କର ଗଭୀର ମତଭେଦ ଥିଲା । ରାଷ୍ଟ୍ରପତି ଅଲଭି ପାକିସ୍ତାନ ତେହରିକ-ଏ-ଇନସାଫ୍ (ପାର୍ଟି)ର ସଦସ୍ୟ ହୋଇଥିବାରୁ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଘନିଷ୍ଠ ସହଯୋଗୀ ହୋଇଥିବାରୁ ଏହାକୁ ସେନା ବିରୋଧରେ ଏକ ବିଦ୍ରୋହ ବୋଲି କୁହାଯାଉଛି ।

ରାଷ୍ଟ୍ରପତି ଆରିଫ ଆଲଭି  ପ୍ରକାଶ କରିଛନ୍ତି ଯେ ସେ ତାଙ୍କ କର୍ମଚାରୀମାନଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ବିଲ୍ ଗୁଡ଼ିକରେ ଦସ୍ତଖତ ନକରି ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବର ଟୁଇଟର)ରେ ଏକ ସଂକ୍ଷିପ୍ତ ବିବୃତିରେ ଅଲଭି କହିଛନ୍ତି, “ମୁଁ ଅଫିସିଆଲ ସିକ୍ରେଟ୍ ସଂଶୋଧନ ବିଲ୍, ୨୦୨୩ ଏବଂ ପାକିସ୍ତାନ ସେନା ସଂଶୋଧନ ବିଲ୍, ୨୦୨୩ରେ ସ୍ୱାକ୍ଷର କରିନଥିଲି କାରଣ ମୁଁ ଏହି ଆଇନଗୁଡ଼ିକ ସହିତ ଅସହମତି ପ୍ରକାଶ କରିଥିଲି।

ଏହି ଦୁଇଟି ବିଲ୍ ଆଇନରେ ପରିଣତ ହେଲେ ପାକିସ୍ତାନୀ ସେନାକୁ ଆହୁରି ଅଧିକ କ୍ଷମତା ଆସିଯିବ । ଅଫିସିଆଲ ସିକ୍ରେଟ୍ ଆକ୍ଟରେ ପ୍ରସ୍ତାବିତ ସଂଶୋଧନ ଅନୁସାରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା, ଅଧିକାରୀ, ଗୁପ୍ତଚରମାନଙ୍କ ସଂପର୍କିତ ତଥ୍ୟ ପ୍ରଘଟ କଲେ କଠୋର ଦଣ୍ଡର ବ୍ୟବସ୍ଥା ରହିଛି । ସେହିପରି ଆର୍ମି ଆକ୍ଟରେ ପ୍ରସ୍ତାବିତ ସଂଶୋଧନ ଅନୁସାରେ ପାକିସ୍ତାନୀ ସେନାପ୍ରତି କ୍ଷତି ପହଞ୍ଚାଉଥିବା କୌଣସି ସୂଚନା ପ୍ରକାଶ କରିବା ପାଇଁ କଠୋର ଦଣ୍ଡର ବ୍ୟବସ୍ଥା ରହିଛି ।




Related Articles

Leave a Reply

Your email address will not be published. Required fields are marked *

Back to top button