ଧର୍ମ

ରାତିରେ ଶୋଇବା ପୂର୍ବରୁ ତକିଆ ତଳେ ରଖି ଦିଅନ୍ତୁ ତୁଳସୀ ପତ୍ର , ମିଳିଥାଏ ଏହି ସବୁ ଫାଇଦା :-

ଆମ ହିନ୍ଦୁ ଧର୍ମ ଅନୁସାରେ ତୁଳସୀ ଗଛର ଅନେକ ଫାଇଦା ରହିଛି । ତୁଳସୀକୁ ଅନେକ ପୁରା କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏପରି ଏକ ଔଷଧି ରୂପରେ ବ୍ୟବହାର କରାଯାଉଛି ଯାହା ସବୁ ଔଷଧି ତୁଳନାରେ ବେଶ ଲାଭକାରୀ ଅଟେ । ତୁଳସୀକୁ ସାଧରଣତଃ ତ୍ୱଚା ଜନିତ ରୋଗ ଠାରୁଆରମ୍ଭ କରି ହୃଦ ରୋଗ ଏବଂ କ୍ୟାନ୍ସର ଭଳି ମାରାତ୍ମକ ରୋଗ ପର୍ଯ୍ୟନ୍ତ ସବୁଥିରେ ରାମବାଣ ସଦୃଶ୍ୟ ବ୍ୟବହାର କରାଯାଏ । ଆଉ ଆମ ହିନ୍ଦୁ ଧର୍ମରେ ତୁଳସୀକୁ ଦେବୀର ଆଖ୍ୟା ଦିଆଯାଇଛି । ସକାଳ ସମୟରେ ସ୍ୱତନ୍ତ୍ର ଭାବରେ ତୁଳସୀ ଗଛକୁ ପୂଜା କରିବାର ନିୟମ ରହିଛି ।

ଆମ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଦିନ ସକାଳୁ ସ୍ନାନ କରି। ତୁଳସୀ ଗଛରେ ଏକ ଲୋ ଟା ପାଣି ଦେବା ଉଚିତ । ଏହାଦ୍ବାରା ତୁଳସୀ ଦେବୀ ପ୍ରସନ୍ନ ହେବା ସହିତ ଘରକୁ ସକାରାତ୍ମକତା ପ୍ରବେଶ କରିଥାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଯଦି ଆପଣ ରାତିରେ ଶୋଇବା ବେଳେ କିଛି ତୁଳସୀ ପତ୍ରକୁ ନିଜ ତକିଆ ତଳେ କିମ୍ବା ପାଖରେ ରଖି ଶୁଅନ୍ତି ତେବେ କଣ ହୋଇଥାଏ ।

ତୁଳସୀ ଗଛକୁ ପୂଜା କରିବା ସମୟରେ ୩ ରୁ ୪ ମିନିଟ କୌଣସି ମନ୍ତ୍ରର ଜପ କରିବା ଉଚିତ । ତୁଳସୀ ଗଛ ପାଖରେ ଏହି କ୍ଷମତା ଥାଏ ସେ ସକାରାତ୍ମକତା ବିସ୍ତାର କରିବା ସହିତ ସବୁଠାରୁ ଅଧିକ ଅମ୍ଳଜାନ ନିର୍ଗତ କରିଥାଏ ଯାହାକି ମନୁଷ୍ୟର ବଞ୍ଚିବା ପାଇଁ ବରଦାନ ଅଟେ । ଅନେକ ସମୟରେ ତୁଳସୀ ଗଛକୁ ଘରର ଉପଯୁକ୍ତ ଦିଗରେ ରଖିଲେ ବି ତୁଳସୀ ଗଛ ଶୁଖି ମରିଯାଏ । ଏହା ସୂଚାଇ ଥାଏ ଯେ ଆପଣଙ୍କ ଘରକୁ ଆସିବାକୁ ଥିବା ବଡ଼ ବିପଦ ତୁଳସୀ ନିଜ ଉପରକୁ ନେଇ ଯାଆନ୍ତି ଏବଂ ଆପଣଙ୍କର ସବୁ ବିପଦ ଟଳିଯାଏ । ତେବେ ମୁଣ୍ଡ ତଳେ ତୁଳସୀ ରଖି ରାତିରେ ଶୋଇବାର ଅନେକ ଫାଇଦା ରହିଛି ।

ପ୍ରତ୍ୟେକ ଦିନ ରାତିରେ ଚାରୋଟି ତୁଳସୀ ପତ୍ର ତକିଆ ତଳେ ରଖି ଶୋଇଲେ ଏଥିରୁ ବାହାରୁଥିବା ସକାରାତ୍ମକ ତରଙ୍ଗ ଆପଣଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇ ଥାଏ । ଏହାଦ୍ବାରା ଶ୍ୱାସ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ଦୂର ହୋଇଯାଏ । ଖରାପ ସ୍ୱପ୍ନ ମଧ୍ୟ ଆସି ନଥାଏ । ତେବେ ଏହି ଉପାୟ କରିବା ପରେ ଆଗାମୀ ଦିନ ସେହି ଚାରୋଟି ତୁଳସୀ ପତ୍ରରୁ ଦୁଇଟି ସେବନ କରି ଅନ୍ୟ ଦୁଇଟିକୁ ସଂଗ୍ରହ କରି ରଖନ୍ତୁ ଏବଂ ଏହିପରି ୪୩ ଦିନ ପର୍ଯ୍ୟନ୍ତ କରନ୍ତୁ । ଯଦି ଆପଣ ସବୁ କ୍ଷେତ୍ରରେ ସଫଳ ହେଉଛନ୍ତି ତେବେ ତୁଳସୀ ଗଛର ମୂଳକୁ ଘରକୁ ଆଣି ପାଣିରେ ଧୋଇ ଏକ ହଳଦିଆ କପଡ଼ାରେ ଗୁଡ଼ାଇ ଗୁରୁବାର ଦିନ ନିଜ ଡାହାଣ ହାତରେ ବାନ୍ଧି ଦିଅନ୍ତୁ । ଦେଖିବେ ଏପରି କରିବା ଦ୍ୱାରା ଆପଣଙ୍କ ସବୁ ସମସ୍ୟା ଦୂର ହୋଇଯିବ ଏବଂ ଆପଣ କାମରେ ସଫଳତା ମଧ୍ୟ ଅର୍ଜନ କରିବେ ।

ଯଦି ଆପଣଙ୍କୁ ଏପରି ଲାଗୁଛି ଯେ ଆପଣଙ୍କ ଜୀବନରେ କାହାରି ଖରାପ ପ୍ରଭାବ ପଡ଼ିଛି ଏବଂ ଆପଣଙ୍କର ଧନ ହାନୀ ମଧ୍ୟ ହେଉଛି ତେବେ ସାତୋଟି ତୁଳସୀ ପତ୍ର ଏବଂ ସାତୋଟି ଗୋଲମରିଚ ନେଇ ହାତରେ ଧରି ଯେଉଁ ବ୍ୟକ୍ତିଙ୍କ ନଜର ହଟାଇବାର ଥିବ ତାଙ୍କ ମୁଣ୍ଡ ପାଖରୁ ଗୋଡ଼ ପର୍ଯ୍ୟନ୍ତ ୨୧ ଥର ଓଁ ମନ୍ତ୍ର ଜପ କରି ବୁଲାଇ ନିଅନ୍ତୁ ଏବଂ ଗୋଲମରିଚକୁ ସେହି ବ୍ୟକ୍ତିଙ୍କୁ ଚୋବାଇବାକୁ ଦେଇ ଦିଅନ୍ତୁ ଏବଂ ତୁଳସୀ ପତ୍ରକୁ ମଧ୍ୟ ଚୋବାଇବାକୁ ଦେଇ ଦିଅନ୍ତୁ । ଦେଖିବେ ଏପରି କରିବା ଦ୍ୱାରା ଘରର ସବୁ ସମସ୍ୟା ଦୂର ହୋଇଯିବ । ସବୁ ଖରାପ ନଜର ମଧ୍ୟ ଦୂରେଇ ଯିବ ।

ଯଦି ଅର୍ଥ ସମ୍ବନ୍ଧୀୟ ସମସ୍ୟା ରହିଛି ତେବେ ଘରର ମୁଖ୍ୟ ଦ୍ୱାରରେ ଦୁଇଟି ତୁଳସୀ ଗଛ ଲଗାଇବା ଉଚିତ ଏବଂ ଏହା ସହିତ ତାହାର ଉଚିତ ଧ୍ୟାନ ମଧ୍ୟ ନେବା ଉଚିତ । ଏହାଦ୍ବାରା ଆପଣଙ୍କୁ ଖୁବଶୀଘ୍ର ଧନ ପ୍ରାପ୍ତି ହେବ । ଅର୍ଥ ସମସ୍ୟା ଦୂର ହୋଇଯିବ ଏବଂ ଆପଣ ମାଲାମାଲ ମଧ୍ୟ ହୋଇଯିବେ । ତେବେ ଘରର ମୁଖ୍ୟ ଦ୍ୱାରରେ ତୁଳସୀ ଗଛ ରଖିଲେ ଘର ମଧ୍ୟକୁ କୌଣସି ନକରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିପାରେ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button