ଦେଶ ବିଦେଶ

ସ୍ତ୍ରୀକୁ ବାଇକ୍ ପଛରେ ବାନ୍ଧି ଘୋଷାଡ଼ିଲା ସ୍ୱାମୀ,

ବିଚଳିତ କରିଦେବା ଭଳି ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ମହିଳାଙ୍କୁ ଅନ୍ୟ ଜଣେ ପୁରୁଷ ବାଇକ୍ ପଛରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଉଥିବାର ଦେଖିବାକୁ ମିଳୁଛି।

ସୂଚନା ଅନୁସାରେ, ଏହି ଘଟଣା ରାଜସ୍ଥାନ ନାଗଉର ଜିଲ୍ଲାର। ଉଭୟ ମହିଳା ଓ ପୁରୁଷ ସମ୍ପର୍କରେ ସ୍ୱାମୀ-ସ୍ତ୍ରୀ ହେବେ। କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ସ୍ୱାମୀ ତାଙ୍କ ପତ୍ନୀଙ୍କ ଗୋଡ଼ ବାନ୍ଧି ବାଇକ୍ ପଛରେ ଗାଁ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଉଥିବା ଦେଖିବାକୁ ମିଳିଛି।

 

40 ସେକେଣ୍ଡର ଏହି ଭିଡିଓରେ ତିନିଜଣ ବ୍ୟକ୍ତି ଅଛନ୍ତି। ଅଭିଯୁକ୍ତଙ୍କ ସମେତ ଅନ୍ୟ ଜଣେ ମହିଳା ଏବଂ ଭିଡିଓ ରେକର୍ଡିଂ କରୁଥିବା ବ୍ୟକ୍ତି। ଅନ୍ୟ ଦୁଇ ଜଣ ପୂରା ଘଟଣାକୁ ଦେଖିଥିଲେ ମଧ୍ୟ କୌଣସି ପ୍ରତିବାଦ କରିନାହାନ୍ତି।

ପୁଲିସ କହିଛି ଯେ, ଗତ ମାସ ଏହି ଘଟଣା ଘଟିଥିଲା। କିନ୍ତୁ ମହିଳା କିମ୍ବା ତାଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ କୌଣସି ପ୍ରକାର ଅଭିଯୋଗ କରାଯାଇ ନାହିଁ। ସୋଶାଲ ମିଡିଆରେ ଭିଡିଓ ଭାଇରାଲ୍ ହେବା ପରେ ଅଭିଯୁକ୍ତ ପ୍ରେମାରାମ ମେଘୱାଲ (32)ଙ୍କୁ ଗିରଫ କରାଯାଇଛି।

ଘଟଣା ପରେ ମହିଳା ଜଣକ ତାଙ୍କ ବାପାଘରକୁ ଚାଲି ଯାଇଛନ୍ତି। ପୁଲିସ କହିଛି ଯେ, ସେ ଜୈସମଲରେ ରହୁଥିବା ତାଙ୍କ ଭଉଣୀଙ୍କ ଘରକୁ ଯିବାକୁ କହିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ସେପଟେ ପଡୋଶୀ ପ୍ରମାରାମଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ପ୍ରମାରାମ ସବୁବେଳେ ମଦ ପିଇ ତାଙ୍କ ପତ୍ନୀଙ୍କୁ ମାରପିଟ୍ କରିବା ସହ ଗାଁର କାହା ସହ କଥା ହେବାକୁ ଦେଉନଥିଲେ ବୋଲି କହିଛନ୍ତି

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button