ନୂଆଦିଲ୍ଲୀ: ୱିମେନ ପ୍ରିମିୟର ଲିଗର ପ୍ରଥମ ସଂସ୍କରଣରେ ଭାରତୀୟ ମହିଳା କ୍ରିକେଟ ଟିମର ଉପଅଧିନାୟିକା ସ୍ମୃତି ମନ୍ଦାନା ସବୁଠୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି । ସ୍ମୃତିଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ୩.୪୦ କୋଟି ଟଙ୍କାରେ କିଣିଛି ।
ସ୍ମୃତି ମନ୍ଦାନାଙ୍କ ପାଇଁ ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସ ନିଲାମି ଡାକିଥିଲା । ପରେ ଆରସିବି ଏଣ୍ଟ୍ରି ମାରିଥିଲା । ସ୍ମୃତିଙ୍କ ପାଇଁ ମୋଟ ୨୮ଥର ନିଲାମି ଡକାଯାଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ ଶେଷ ନିଲାମି ୩.୨୦ କୋଟି ଟଙ୍କାର ଡାକିଥିବାବେଳେ ଆରସିବି ୩.୪୦ କୋଟି ଟଙ୍କାରେ ସ୍ମୃତିଙ୍କୁ ନିଜ ଦଳରେ ସାମିଲ କରିଥିଲା ।
Back to top button