ଦେଶ ବିଦେଶ

କେନ୍ଦ୍ରୀୟ ଏଜେନ୍ସିଙ୍କ ଆଗରେ ମୁଣ୍ଡ ନୁଆଁଇବୁ ନାହିଁ : ମମତା ବାନାର୍ଜୀ – Utkal Mail


କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ନରେନ୍ଦ୍ର ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଆମେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ଆଗରେ ମୁଣ୍ଡ ନୁଆଁଇବୁ ନାହିଁ ବୋଲି ସେ କହିଛନ୍ତି ।

ବିଜେପି ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ବିରୋଧରେ କଂଗ୍ରେସ ଓ ସିପିଆଇ(ଏମ୍)କୁ ବ୍ୟବହାର କରିବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ କରି ମମତା ବାନାର୍ଜୀ କହିଛନ୍ତି, ଦେଶରେ ସାମ୍ପ୍ରଦାୟିକ ଘୃଣା ସୃଷ୍ଟି କରିବା ପାଇଁ ଅର୍ଥ ଖର୍ଚ୍ଚ କରାଯାଉଛି। କିନ୍ତୁ ଧର୍ମ ଆଧାରରେ ଘୃଣାକୁ ସେ ବିରୋଧ କରନ୍ତି ବୋଲି ମମତା କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ମୋଦୀ ଜୀ ମାତ୍ର ୬ ମାସ ରହିବେ। ଏହା ସହିତ ନିଜ ରାଜ୍ୟରେ ଏନଆରସିକୁ ଅନୁମତି ଦେବେ ନାହିଁ ବୋଲି ସେ କହିଛନ୍ତି ।

ନିଯୁକ୍ତି ଅନିୟମିତତା ମାମଲାରେ ତାଙ୍କ ପୁତୁରା ତଥା ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ସୋମବାର ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ନ ମିଳିବା ପରେ ମୁଖ୍ୟମନ୍ତ୍ରୀ ଏହି ବୟାନ ଦେଇଛନ୍ତି। ଏହି ମାମଲାରେ କୋଲକାତା ହାଇକୋର୍ଟ ଅଭିଷେକ ବାନାର୍ଜୀଙ୍କୁ ସିବିଆଇ ଓ ଇଡିର ପଚରାଉଚରାରୁ ଅନ୍ତରୀଣ ଆଶ୍ୱସ୍ତି ଦେବାକୁ ମନା କରିଦେଇଥିଲେ । ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଏହି ଆବେଦନକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି।

 

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button