ଓଡିଶା

ମାଓବାଦୀଙ୍କ ସୁଡ଼ଙ୍ଗ ଉଦ୍ଧାର: ସୁଡ଼ଙ୍ଗରେ ଥିଲା ବୋମା ଓ ବନ୍ଧୁକ ତିଆରି କାରଖାନା

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଏବଂ ବିଜାପୁର ଜିଲ୍ଲା ସୀମାନ୍ତ ଅଂଚଳରେ ଗତ ଦୁଇଦିନ ତଳେ ହୋଇଥିବା ବଡ଼ ଏନକାଉଣ୍ଟରରେ ୧୨ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ବହୁ ମାତ୍ରାରେ ମାଓ ବିସ୍ଫୋରକ, ବନ୍ଧୁକ ଓ ଅନ୍ୟ ମାଓ ସାମଗ୍ରୀ ଜବତ ହୋଇଥିଲା।

ଯବାନ ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏକ ବଡ଼ ସୁଡ଼ଙ୍ଗକୁ ଠାବ କରିଥିଲେ। ସୁଡ଼ଙ୍ଗ ଭିତରେ ସର୍ଚ୍ଚ କରୁଥିବା ବେଳେ ଯବାନଙ୍କୁ ବୋମା ଟିଆରି କରୁଥିବା ସାମଗ୍ରୀ ମିଳିଥିଲା। ବିପୁଳ ପରିମାଣର ବିଦ୍ୟୁତ ତାର ମିଳିଥିଲା।ଏଥିସହ ବନ୍ଧୁକ ତିଆରି କରିବା ମେସିନ ଓ ଅନ୍ୟ ବିସ୍ଫୋରକ ମିଳିଥିଲା। ଯାହାକୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ରଖାଯାଇଥିଲା। ତେବେ ଏକ ବଡ଼ ଧରଣର ଅଘଟଣକୁ ଯବାନ ଏଡାଇ ଦେଇଥିବା କୁହାଯାଇଛି।

ସୂଚନାଯୋଗ୍ୟ, ମାଓ ଦମନ ଅଭିଯାନରେ ପୁଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଲିସ ଏନ୍‌କାଉଣ୍ଟରରେ ନିହତ ହୋଇଛନ୍ତି ୧୨ ନକ୍ସଲ। ସର୍ଚ୍ଚ ଅପରେସନ୍‌ରେ ଯବାନ ୧୨ ମାଓବାଦୀଙ୍କ ମୃତଦେହ ଠାବ କରିବା ସହିତ ବିପୁଳ ବିସ୍ଫୋରକ ଜବତ କରିଛନ୍ତି। ଅପରେସନ୍‌ ଚାଲିଥିବାରୁ ମୃତ ମାଓବାଦୀଙ୍କ ସଂଖ୍ୟା ବଢ଼ିବା ନେଇ ପୁଲିସ୍‌ ସୂଚନା ଦେଇଛି। ବସ୍ତର ଆଇଜି ପି. ସୁନ୍ଦରରାଜ ଓ ସିଆର୍‌ପିଏଫ୍ ଆଇଜି ଅପରେସନ୍‌ର ନେତୃତ୍ବ ନେଉଛନ୍ତି।

ତେଲେଙ୍ଗାନା-ବିଜାପୁର-ସୁକୁମା ସୀମାବର୍ତ୍ତୀ ଜଙ୍ଗଲରେ ନକ୍ସଲ କ୍ୟାମ୍ପ କରି ରହିଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଗୁଇନ୍ଦା ସୂଚନାକୁ ଭିତ୍ତି କରି ଦନ୍ତେୱାଡ଼ା, ବିଜାପୁର ଓ ସୁକୁମା ପୁଲିସ ସମେତ ଡିଆରଜି, ଏସ୍‌ଟିଏଫ୍‌ ଓ ସିଆର୍‌ପିଏଫ୍‌ ଯବାନ ଅପରେସନ୍‌ରେ ବାହାରିଥିଲେ। ମାଓବାଦୀଙ୍କୁ ଘେରିବା ପାଇଁ ପ୍ରାୟ ଦୁଇ ହଜାର ଯବାନ ଜଙ୍ଗଲରେ ପଶିଥିଲେ। ଗୁରୁବାର ସକାଳ ୯ଟାରେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲେ ଯବାନ। ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚାଳନା କରିଥିଲେ। ତେବେ ପୂର୍ବରୁ ନକ୍ସଲଙ୍କୁ ଘେରି ପୋଜିସନ୍‌ ନେଇ ସାରିଥିବା ଯବାନ ପାଲଟା ଜବାବ ଦେଇ ଗୁଳି ଚାଳନା କରିଥିଲେ। ଯବାନଙ୍କ ଗୁଳିକୁ ସାମନା କରି ପାରି ନପାରି ନକ୍ସଲ। ଖସି ଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯବାନଙ୍କ ଗୁଳିରେ ଏଯାବତ୍‌ ୧୨ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବସ୍ତର ଆଇଜି ପି. ସୁନ୍ଦରରାଜ ସ୍ପଷ୍ଟ କରିଛନ୍ତି। ସନ୍ଧ୍ୟା ପର୍ଯ୍ୟନ୍ତ ପୁଲିସ୍‌-ନକ୍ସଲ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା

Related Articles

Leave a Reply

Your email address will not be published. Required fields are marked *

Back to top button