କ୍ରୀଡା

ମହିଳା ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର: ଫିଫା U-17 ମହିଳା ବିଶ୍ୱକପ ପାଇଁ କାଉନଡାଉନ ଆରମ୍ଭ ହୋଇଛି। କଳିଙ୍ଗ ଷ୍ଟାଡିଅମରେ ମୁଖ୍ୟମନ୍ତ୍ରୀ ମହିଳା ବିଶ୍ୱକପର ଲୋଗୋ ଉନ୍ମୋଚନ କରିଛନ୍ତି। ଏହାଶହ ସ୍କୁଲ ଫୁଟବଲ କାର୍ନିଭାଲରକୁ ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ମହିଳା ବିଶ୍ୱକପର ଏହା ହେଉଛି ସପ୍ତମ  ସଂସ୍କରଣ। ଚଳିତ ବିଶ୍ୱକପକୁ ହୋଷ୍ଟ କରୁଛି ଭାରତ। ଏହି ବିଶ୍ୱକପରେ 16 ଟି ଦେଶ ଅଂଶ ଗ୍ରହଣ କରିବେ। ଭାରତ, ଜାପାନ,ସ୍ପେନ, ଜର୍ମାନୀ, ମେକ୍ସଇକୋ, କାନ୍ନାଡ଼ା, ବ୍ରାଜିଲ, ନ୍ୟୁଜରଲ୍ୟାଣ୍ଡ, ୟୁଏସଏ, ନାଇଜେରିଆ, ଫ୍ରାନ୍ସ, ଚାଇନା, କଲୋମ୍ବିଆ, ଚିଲି, ମାର୍କୋ, ତାଞ୍ଜାନିଆ ଭଳି ଦେଶର ଖେଳାଳିଙ୍କ ମଧ୍ୟରେ ହେବ ମହାଲଢେଇ। ଅକ୍ଟୋବର 11 ତାରିଖରୁ ଆରମ୍ଭ ହେବ ମହିଳା ବିଶ୍ୱକପ। ଭୁବନେଶ୍ୱରରେ 3 ଟି ମ୍ୟାଚ ଅନୁଷ୍ଠିତ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button