ବନ୍ଧ୍ୟାତ୍ୱର ମୁକାବିଲା ପାଇଁ ଆହ୍ବାନ: ପ୍ରତି ୬ ଦମ୍ପତିରେ ଜଣେ ବନ୍ଧ୍ୟାତ୍ବର ଶିକାର – Utkal Mail
ଭୁବନେଶ୍ୱର: ପ୍ରତି ୬ ଦମ୍ପତିଙ୍କ ମଧ୍ୟରୁ ଜଣେ ବନ୍ଧ୍ୟାତ୍ବରେ ପ୍ରଭାବିତ। ଭାରତରେ ପ୍ରାୟ ୩ କୋଟି ଦମ୍ପତି ଏଥିରେ ପ୍ରଭାବିତ। ଦୁର୍ଭାଗ୍ୟ ଯେ ସଚେତନତା, ପହଞ୍ଚ ଏବଂ ସୁଲଭ ଚିକିତ୍ସାର ଅଭାବ କାରଣରୁ ଏଭଳି ଦମ୍ପତିଙ୍କ ମଧ୍ୟରୁ କେବଳ ୧%ରୁ କମ୍ ଦମ୍ପତି ଡାକ୍ତରୀ ପରାମର୍ଶ କରାଇଥାନ୍ତି । ଏହି ସମସ୍ୟାର ମୁକାବିଲା ପାଇଁ କିଛି ପ୍ରମୁଖ ଦିଗଗୁଡ଼ିକ ଉପରେ ଆଲୋକପାତ କରି ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫର ମୁଖ୍ୟ ବ୍ୟବସାୟ ଅଧିକାରୀ ଅଭିଷେକ ଅଗ୍ରୱାଲ କହିଛନ୍ତି ଯେ, ଉପଲବ୍ଧତା ଓ ସୁଲଭତା, ବନ୍ଧ୍ୟାତ୍ୱର ମୁକାବିଲା ପାଇଁ ପ୍ରମୁଖ ଅଟେ।
ସହରାଞ୍ଚଳ ହେଉ କିମ୍ବା ଗ୍ରାମାଞ୍ଚଳ, ଏହି ସମସ୍ୟା ସର୍ବବ୍ୟାପୀ ରହିଛି। ମାତ୍ର ଛୋଟ ସହରଗୁଡିକରେ ବିଶ୍ୱସନୀୟ ଓ ନିର୍ଭରଯୋଗ୍ୟ ଚିକିତ୍ସା ବିକଳ୍ପର ଅଭାବ ହେତୁ ଲୋକଙ୍କୁ ସହରକୁ ଯିବାକୁ ପଡ଼ିଥାଏ। ସେଠାରେ ୨୦ରୁ ୩୦ ଦିନ ପାଇଁ ରହିବାକୁ ପଡ଼ିଥାଏ, ଯାହାକି ଅନେକ ଲୋକଙ୍କ ପାଇଁ ସମ୍ଭବ ହୋଇ ନଥାଏ। ତେଣୁ ଚିକିତ୍ସାକୁ ଲୋକଙ୍କ ନିକଟତର କରିବା ଏକମାତ୍ର ଉପାୟ ଅଟେ । ଏହାଛଡା ଟେଲିମେଡିସିନ୍ର ପ୍ରବେଶ ରୋଗୀଙ୍କ ଯାତ୍ରାକୁ ହ୍ରାସ କରିବାରେ ସାହାଯ୍ୟ କରିବ।
ଶ୍ରୀ ଅଗ୍ରୱାଲ କହିଛନ୍ତି ଯେ, ମୂଲ୍ୟରେ ସ୍ପଷ୍ଟତା ଅଭାବ କାରଣରୁ ଅନେକ ରୋଗୀ ଚିକିତ୍ସାର ସମ୍ପୂର୍ଣ୍ଣ ଅବଧିରେ ମୋଟ କେତେ ଟଙ୍କା ଖର୍ଚ୍ଚ ହେବ ତାହା ଜାଣିପାରି ନଥାନ୍ତି । ଆଇଭିଏଫ୍ ଚିକିତ୍ସାର ସୁଲଭତା କ୍ଷେତ୍ରରେ ଏହି ଅନ୍ତରକୁ ଦୂର କରିବା ପାଇଁ ଏବଂ ଏହି ଚିକିତ୍ସାକୁ ସମାଜର ଏକ ବୃହତ୍ ଅଂଶ ପାଇଁ ଉପଲବ୍ଧ କରିବାକୁ, ରୋଗୀଙ୍କ ପାଇଁ ଏକ ସ୍ୱଚ୍ଛ ଓ ସଠିକ୍ ମୂଲ୍ୟ ପଦ୍ଧତି ସାହାଯ୍ୟ କରିପାରିବ। ବୀମା କମ୍ପାନିଗୁଡିକ ବୀମାରେ ପ୍ରଜନନ ସମସ୍ୟାକୁ କଭର୍ କରିବା ପାଇଁ ବିଚାର କରିବା ମଧ୍ୟ ଉଚିତ୍ । ବର୍ତମାନ କିଛି ୟୁରୋପୀୟ ଦେଶଗୁଡିକରେ ସମସ୍ତ ନବଜାତ ଶିଶୁଙ୍କ ମଧ୍ୟରୁ ୫%ରୁ ଅଧିକଙ୍କ ଗର୍ଭଧାରଣ ଆଇଭିଏଫ୍ ଦ୍ୱାରା ହୋଇଛି, ଯେଉଁଠାରେ ଆଇଭିଏଫ୍ ଅଧିକ ସୁଲଭ କିମ୍ବା ବୀମା ଅନ୍ତର୍ଭୁକ୍ତ ଅଟେ । ଭାରତରେ ମଧ୍ୟ ଚିନ୍ତାଧାରାରେ ଏକ ପରିବର୍ତ୍ତନର ଆଶା କରାଯାଉଛି କାରଣ ଅଧିକରୁ ଅଧିକ ଦମ୍ପତି ବନ୍ଧ୍ୟାତ୍ୱ ପାଇଁ ଏହି ସୁରକ୍ଷିତ ଓ ପ୍ରଭାବୀ ସମାଧାନକୁ ଆପଣେଇ ନେଉଛନ୍ତି ।
ଏଆଇ ମଧ୍ୟ ଧୀରେଧୀରେ ସର୍ବୋତ୍ତମ ଭ୍ରୂଣ ବାଛିବାରେ ଏମ୍ବ୍ରୟୋଲୋଜିଷ୍ଟଙ୍କୁ ସହଯୋଗ କରିବାକୁ ସମର୍ଥନ ହାସଲ କରୁଛି। ଯାହା ସଫଳତାର ସମ୍ଭାବନାକୁ ବୃଦ୍ଧି କରିପାରିବ। ସେ ଆହୁରି କହିଛନ୍ତି ଯେ, ବନ୍ଧ୍ୟାତ୍ୱ କେବଳ ଧନୀ ଲୋକଙ୍କ ସମସ୍ୟା ନୁହେଁ, ବରଂ ଏହା ସମାଜର ସମସ୍ତ ବର୍ଗର ଲୋକଙ୍କୁ ପ୍ରଭାବିତ କରୁଛି । ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍ରେ ଟିୟର ୧, ଟିୟର ୨ ଓ ଟିୟର ୩ ସହର ଏବଂ ସମସ୍ତ ସାମାଜିକ-ଅର୍ଥନୈତିକ ବର୍ଗ ସମେତ ଯେତେସମ୍ଭବ ସମାଜର ବିସ୍ତୃତ ବର୍ଗର ଲୋକଙ୍କୁ ବିଶ୍ୱସ୍ତରୀୟ ଚିକିତ୍ସା ପ୍ରଦାନ କରିବାକୁ ଚାହୁଁଛୁ। ବର୍ତ୍ତମାନର ବନ୍ଧ୍ୟାତ୍ୱ ଚିକିତ୍ସାର ନିମ୍ନ ଅନ୍ତର୍ଭୁକ୍ତୀକରଣ ସହିତ ଟିୟର ୨/୩ ଓ ଗ୍ରାମାଞ୍ଚଳ ଭାରତରେ ଏକ ବଡ଼ ସୁଯୋଗ ପରିଲକ୍ଷିତ କରୁଛୁ, ଯେଉଁଠାରେ ଉଚ୍ଚମାନର ପ୍ରଜନନ ଚିକିତ୍ସାର ଉପଲବ୍ଧତା ଓ ଏହାପାଇଁ ପହଞ୍ଚ ଖୁବ୍ ସୀମିତ ରହିଛି। ଏହି କାରଣରୁ ଭାରତର କ୍ଷୁଦ୍ର ସହରଗୁଡିକରେ ସମ୍ପ୍ରସାରଣକୁ ପରିଚାଳନା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଥିଲେ।