ବିଚାର

ବାସ୍ତୁ ଶାସ୍ତ୍ର ଅନୁସାରେ ୨ ଟି ମୂର୍ତ୍ତି ଏକାସାଥିରେ ଘରେ ଏହି ସ୍ଥାନରେ ରଖିଲେ ହୋଇଥାଏ ରାଜଯୋଗ :-

ହିନ୍ଦୁ ଧର୍ମ ଅନୁଯାୟୀ ସବୁ ଘରେ ପୂଜାଘର ନିଶ୍ଚିତ ଭାବରେ ଥାଏ । ପୂଜାଘରେ ଭିନ୍ନ ଭିନ୍ନ ଦେବଦେବୀଙ୍କ ମିଳିତ ଭାବରେ ମୂର୍ତ୍ତି ରଖାଯାଇ ପୂଜା କରାଯାଏ । ତାସହିତ ପୂଜାର ଫଳ ପ୍ରାପ୍ତ କରିବାକୁ ଅନେକ ଉପାୟ ମଧ୍ୟ କରାଯାଇଥାଏ । ଆଜି ଆମେ କହିବୁ ଯେ ପୂଜାଘରେ କିଛି ଦେବଦେବୀଙ୍କ ମୂର୍ତ୍ତି ସହିତ ଆଉ କେଉଁ ମୂର୍ତ୍ତି ରଖିବା ଦ୍ୱାରା ରାଜଯୋଗ ବନିଥାଏ । ଏହାଦ୍ବାରା ଭାଗ୍ୟ ବଦଳି ଯାଏ ଏବଂ ଦାରିଦ୍ର୍ୟତା ମଧ୍ୟ ଦୂରେଇ ଯାଏ ।

୧ . ଯଦି ଆପଣ ପୂଜାଘରେ ବାଳଗୋପାଳ କିମ୍ୱା ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ତାସହିତ ଶ୍ରୀରାଧାଙ୍କ ମୂର୍ତ୍ତି ରଖନ୍ତୁ । ନଚେତ ରାଧା କୃଷ୍ଣଙ୍କ ମିଳିତ ଫୋଟ କିମ୍ବା ମୂର୍ତ୍ତି ମଧ୍ୟ ରଖି ପାରିବେ । କାରଣ ଏହି ଯୋଡ଼ି ପ୍ରେମ ଏବଂ ପ୍ରତୀକର ଏପରି ଉଦାହରଣ ଅଟେ ଯେ ଯେଉଁ ଘରେ ଏହି ମୂର୍ତ୍ତି ମିଳିତ ଭାବରେ ଥାଏ ସେହି ଘରେ କେବେବି ଗୃହ କ୍ଳେଶ ଦେଖା ଦେଇନଥାଏ ଏବଂ ସେହି ଘରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ ଦେଖା ଦିଏ ନାହିଁ । ସେହି ଘରେ ଆର୍ଥିକ ସମୃଦ୍ଧି ମଧ୍ୟ ହୋଇଥାଏ ।

୨ . ଅନେକ ଲୋକ ଘରେ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ପୂଜା କରି ଏହା ଭାବିଥାନ୍ତି ଯେ ବିଷ୍ଣୁଙ୍କ ପୂଜା କରିବେ କି ନାହିଁ । ତେଣୁ ନିଶ୍ଚିତ ରୂପରେ ଘରେ ମାତା ଲକ୍ଷ୍ମୀ ଏବଂ ବିଷ୍ଣୁଙ୍କ ମିଳିତ ଭାବରେ ପୂଜା କରନ୍ତୁ । କାରଣ ଏପରି କରିବା ଦ୍ୱାରା ଘରେ ଧନର ଅବିବୃଦ୍ଧି ହୋଇଥାଏ । ଏହାଦ୍ବାରା ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ଜୀବନରେ କେବେ ଅଭାବ ଦେଖା ଦିଏନାହିଁ । ଯଦି ଆପଣ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ପୂଜା କରୁଛନ୍ତି ତେବେ ବାମ ପାଖରେ ଭଗବାନ ଗଣେଶ ଏବଂ କୁବେରଙ୍କ ପୂଜା କରନ୍ତୁ । ଏହାଦ୍ବାରା ମଧ୍ୟ ଆର୍ଥିକ ଲାଭ ହୋଇଥାଏ ।

୩ . ଆପଣ ଘରେ ଅନ୍ୟ ଦେବଦେବୀଙ୍କ ମୂର୍ତ୍ତି ସହିତ ହନୁମାନଙ୍କ ମୂର୍ତ୍ତି ରଖି ପୂଜା କରି ପାରିବେ । ଏହାସହିତ ଭଗବାନ ରାମଙ୍କର ମୂର୍ତ୍ତି ରଖିଲେ ହନୁମାନଙ୍କ ମୂର୍ତ୍ତି ରଖିବାର ଆବଶ୍ୟକତା ନାହିଁ । କାରଣ ଯଦି ଆପଣ ଭଗବାନ ହନୁମାନଙ୍କୁ କୌଣସି ପ୍ରାର୍ଥନା କରିବାକୁ ଚାହୁଁଛନ୍ତି ତେବେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ପ୍ରାର୍ଥନା କରି କୁହନ୍ତୁ । ଆପଣଙ୍କୁ ସେହି ସମାନ ଫଳ ପ୍ରାପ୍ତ ହେବ । କାରଣ ହନୁମାନ ଶ୍ରୀରାମଚନ୍ଦ୍ରଙ୍କ ପରମ ଭକ୍ତ ଅଟନ୍ତି । ଆପଣ ଚାହିଁଲେ ଶ୍ରୀରାମ ଦରବାରର ଫୋଟ ମଧ୍ୟ ରଖି ପୂଜା କରି ପାରିବେ । ଏହାଦ୍ବାରା ରାମଚନ୍ଦ୍ରଙ୍କ ବ୍ୟତୀତ ଅନ୍ୟାନ୍ୟ ଦେବଦେବୀଙ୍କ ଆଶୀର୍ବାଦ ପାପ୍ତ ହୋଇଥାଏ ।ତେଣୁ ଏହିସବୁ ଫୋଟ ପୂଜାଘରେ ରଖିବା ଦ୍ୱାରା ରାଜଯୋଗ ହୋଇଥାଏ ।

୪ . ଯଦି ଆପଣ ଘରେ କୌଣସି ମୂର୍ତ୍ତି ରଖି ଲାଭ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ତ୍ରିଦେବଙ୍କ ମୂର୍ତ୍ତି ରଖି ପୂଜା କରନ୍ତୁ । ଏହାଦ୍ବାରା ଜୀବନର ଅତି ବଡ଼ ବିଘ୍ନ ମଧ୍ୟ ଦୂର ହୋଇଯାଏ ।

ଏହିସବୁ ମୂର୍ତ୍ତି ପୂଜାଘରେ ରଖନ୍ତୁ ନାହିଁ :-

ପୂଜାଘରେ କେବେବି ଭଗବାନ ଗଣେଶଙ୍କ ବିଷମ ସଂଖ୍ୟାରେ ମୂର୍ତ୍ତି ରଖନ୍ତୁ ନାହିଁ । ଅର୍ଥାତ ୩ କିମ୍ବା ୫ ଏପରି ରଖିବା ଅଶୁଭ ମାନା ଯାଏ । ଦୁଇଟି ମୂର୍ତ୍ତି ରଖିବା ଶୁଭ ହୋଇଥାଏ । ଯଦି ଆପଣ ଗଣେଶଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ଅନ୍ୟ ମୂର୍ତ୍ତ ରଖନ୍ତୁ ନାହିଁ ଏବଂ ଭଗବାନ ଗଣେଶଙ୍କ ମୂର୍ତ୍ତି ସ୍ଥାପନା ବେଳେ ସର୍ବଦା ଘରର ମୁଖ୍ୟ ଦ୍ୱାର ଦିଗରେ ରଖନ୍ତୁ । ଏହାଦ୍ବାରା ଧନ ପ୍ରାପ୍ତି ହୋଇଥାଏ । ଘରେ ଆଙ୍ଗୁଠି ରୁ ବଡ଼ ଆକାରର ଶିବ ଲିଙ୍ଗ ରଖିବା ଅଶୁଭ ହୋଇଥାଏ । ଏହାବ୍ୟତୀତ ଗୋଟିଏ ରୁ ଅଧିକ ଶିବ ଲିଙ୍ଗ ମଧ୍ୟ ରଖିବା ଉଚିତ ନୁହେଁ । ଶିବଲିଙ୍ଗରେ ଭୁଲରେ ତୁଳସୀ ପତ୍ର ଚଢାନ୍ତୁ ନାହିଁ । ନଚେତ ଦେବଦେବୀଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button