ମନୋରଞ୍ଜନ

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩: ବିଜେତାଙ୍କୁ ପୁରସ୍କାର ଦେଇ ସମ୍ମାନିତ କଲେ ରାଷ୍ଟ୍ରପତି – Utkal Mail


ମୁମ୍ବାଇ: ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ୨୦୨୩ ଆଜି ଅନୁଷ୍ଠିତ ହୋଇଛି। ବିଜେତାମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ଏହି ସମାରୋହ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି। ଅଗଷ୍ଟ ମାସରେ ବିଜେତାଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଆଜି ସେମାନଙ୍କୁ ପୁରସ୍କାର ଦେଇ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି।

indiatoday

 

ଭାରତୀୟ ସିନେମାକୁ ଜୀବନବ୍ୟାପୀ ଅବଦାନ ଦେଇଥିବାରୁ ବରିଷ୍ଠ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ଦିଆଯାଇଥିବା ବେଳେ ‘ଗଙ୍ଗୁବାଇ କାଠିଆଓ୍ବାଡ଼ି’ ପାଇଁ ଆଲିଆ ଭଟ୍ଟଙ୍କୁ ଓ ‘ମିମି’ ପାଇଁ କୃତି ସାନୋନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ଏହା ସହ ‘ପୁଷ୍ପା’ ପାଇଁ ଆଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି।

indiatoday
indiatoday

‘ରକେଟ୍ରି: ଦ ନାମ୍ବି ଇଫେକ୍ଟ’କୁ ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର ମିଳିଥିବା ବେଳେ ଅଭିନେତା ଆର ମାଧବନ ମଞ୍ଚ ଉପରକୁ ଯାଇ ରାଷ୍ଟ୍ରପତିଙ୍କ ହାତରୁ ପୁରସ୍କାର ଗ୍ରହଣ କରିଥିବା ଦେଖାଯାଇଛି।

Madhavan wins National Award for 'Rocketry: The Nambi Effect'.
indiatoday

ଏହ ସହ ‘ଆରଆରଆର’କୁ ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିବା ବେଳେ ପୁରସ୍କାର ଗ୍ରହଣ କରିଛନ୍ତି ଏସଏସ ରାଜାମୌଲୀ। ବିଜେତାମ‌ାନେ ପୁରସ୍କାର ଗ୍ରହଣ କରୁଥିବାର ଫଟୋ ଏବେ ସାମ୍ନାକୁ ଆସିଛି, ଯାହା ଭାଇରାଲ ହେବାରେ ଲାଗିଛି।

SS Rajamouli receives National Award for 'RRR'.
indiatoday

ଫିଲ୍ମ ‘ମିମି’ରେ ଶ୍ରେଷ୍ଠ ସହଅଭିନେତା ଭାବେ ପଙ୍କଜ ତ୍ରିପାଠୀ (ମିମି)ଙ୍କୁ ମନୋନୀତ କରାଯାଇଥିବା ବେଳେ ସେ ଆଜି ବିଜ୍ଞ‌ାନ ଭବନରେ ପହଞ୍ଚି ପୁରସ୍କାର ଗ୍ରହଣ କରିଥିବା ଦେଖାଯାଇଛି।

Pankaj Tripathi receives 69th National Award.
indiatoday




Related Articles

Leave a Reply

Your email address will not be published. Required fields are marked *

Back to top button