ଦେଶ ବିଦେଶ

ଆଜି ଇଦ୍ ପାଳୁଛନ୍ତି ମୁସଲିମ ଧର୍ମାବଲମ୍ବୀ, ମସଜିଦରେ ଚାଲିଛି ସମୁହ ନମାଜ ପାଠ

ଭୁବନେଶ୍ୱର : ଇଦ୍ ପାଇଁ ସାରାଦେଶ ଉତ୍ସବମୁଖର ।  ମସଜିଦରେ ଚାଲିଛି ସମୁହ ନମାଜ ପାଠ ।  ଘରେ ବି ଚାଲିଛି ନମାଜ ପାଠ ।  ପରସ୍ପରକୁ ଇଦର ଶୁଭେଛା ଜଣାଉଛନ୍ତି ମୁସଲିମ ଭାଇ ଓ ଭଉଣୀ ।  ଆଜି ଇଦ ସହ ଶେଷ ହେବ ଦୀର୍ଘ ଏକ ମାସ ଧରି ଚାଲିଥିବା ବ୍ରତ ।  ଦିନ ସାରା ଉପବାସ ରହି ରାତିରେ ରୋଜା ପାଳୁଥିଲେ। ଏହା ରମଜାନ ମାସକୁ ଇସଲାମରେ ସବୁଠୁ ପବିତ୍ର ମାସ କୁହାଯାଏ ।

ସମୁହ ନମାଜ ପାଠ ପାଇଁ ସମସ୍ତ ମସଜିଦରେ ସକାଳୁ ସକାଳୁ ଭିଡ ଲାଗିଛି। କଟକରେ ସୁରକ୍ଷା ଦୃଷ୍ଟି କୋଣରୁ କମିଶନରେଟ ପୋଲିସ ପକ୍ଷରୁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି । ଇଦ ପାଳନ ପୂର୍ବରୁ କଟକ ସହରରେ ଫ୍ଲାଗ ମାର୍ଚ୍ଚ କରିଛି କମିଶନରେଟ ପୋଲିସ।

ଶେଖ୍ ବଜାର, ଅଲିଶା ବଜାର, ଦେୱାନ୍ ବଜାର, ଓଡ଼ିଆ ବଜାର, ସୂତା ହାଟ, କାଫଲା ବଜାର, ଆଦି ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରିଛି କମିଶନରେଟ ପୋଲିସ। ବରିଷ୍ଠ ପୋଲିସ ଅଧିକାରୀମାନେ ଏହି ଫ୍ଲାଗମାର୍ଚ୍ଚରେ ସାମିଲ ହୋଇଛନ୍ତି। ପ୍ରମୁଖ ଉପାସନା ପୀଠ କଦମ-ଏ-ରସୁଲ ଓ ଇଦଗା ପଡ଼ିଆରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button