ଓଡିଶା

ପାଚିଲା ଧାନ ବାସ୍ନାରେ ମତୁଆଲା ହାତୀ: ମଞ୍ଚା ବାନ୍ଧି ଦିନରାତି ଜଗୁଛନ୍ତି ଚାଷୀ

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ଅଞ୍ଚଳରେ ୧୯ଟି ହାତୀ ଉତ୍ପାତ ଜାରି ରଖିଛନ୍ତି। ଧାନ ଏବେ ପାଚୁ ଥିବାରୁ ବାସ୍ନାରେ ମତୁଆଲା ହେଉଛନ୍ତି ହାତୀ। ମଞ୍ଚା ବାନ୍ଧି ଦିନରାତି ଜଗୁଛନ୍ତି ଚାଷୀ। ଜଙ୍ଗଲରେ ଖାଦ୍ୟ ଅଭାବ ପାଇଁ ଗାଁମୁହାଁ ହେଉଛନ୍ତି ଚାଷୀ। ସରକାର ତରଫରୁ ହେଉଥିବା ସବୁ ଯୋଜନା ଫେଲ ମାରିଛି।

ଏବେ ପ୍ରାୟ କିଛି ବର୍ଷ ହେଲା ଖରାଦିନରୁ ବାଙ୍ଗିରିପୋଷି ନାଫ୍ରି ପଞ୍ଚାୟତ ନେତ୍ରାପାଟ ଗ୍ରାମ୍ୟ ଜଙ୍ଗଲରେ ଆସି ହାତୀ ବସ୍ତି ସ୍ଥାପନ କଲେଣି।

ବନବିଭାଗର କହିବା ମୁତାବକ ମା ହାତୀମାନେ ନିଜ ଶିଶୁ ହାତୀର ଜନ୍ମ ଠାରୁ ବଡ଼ ପର୍ଯ୍ୟନ୍ତ ବାଘ ଡରରେ ଏହି ସ୍ଥାନଟିକୁ ସୁରକ୍ଷିତ ମଣୁଛନ୍ତି। ଦୁଇ ବର୍ଷ ମଧ୍ୟ ରେ ହାତୀ ଲଢେଇରେ ନେତ୍ରାପାଟ ଜଙ୍ଗଲ ନିକଟରେ ଦୁଇଟି ହାତୀ ଛୁଆ ମରିବା ଏହାର ପ୍ରମାଣ। ମୃତ ହାତୀ ଛୁଆଙ୍କ ବୟସ ପାଞ୍ଚରୁ ଛଅ ବର୍ଷ ଥିଲା ବୋଲି ବନବିଭାଗ କହିଛି। ମୁଖ୍ୟତଃ ବ୍ଲକର ନାଫ୍ରି, ଶ୍ଯାମସୁନ୍ଦରପୁର, ବଣକାଟୀ, ଗୋଲାମୁଣ୍ଡା କଟା, ପଥୁରୀ କଳାବାଡିଆ ପଞ୍ଚାୟତ ଚାଷୀଙ୍କ ଚାଷ ଜମିକୁ ଲକ୍ଷ୍ୟ କରିଛନ୍ତି ବଣୁଆ ହାତୀ। ଦୁଇ ମାସ ମଧ୍ୟରେ ହାତୀ ଏକ ଶହରୁ ଉର୍ଦ୍ଧ୍ବ ଚାଷୀଙ୍କ ଧାନ , ପରିବାର ଚାଷ ନଷ୍ଟ କରିଥିବା। ଅନଲାଇନ୍ ରେ ବନବିଭାଗକୁ ଅଭିଯୋଗ ଆସି ସାରିଛି। ଡିସେମ୍ବର ମାସରେ ଧାନ ଅମଳ ହେବ। ଏହି ସଂଖ୍ୟା ଆହୁରି ବଢିପାରେ ବୋଲି ଫରେଷ୍ଟର ଅବିନାଶ ଗିରି କହିଛନ୍ତି। ବନ ବିଭାଗ ହାତୀ ଙ୍କୁ ଜଙ୍ଗଲ କୁ ଘୋଡାଇ ବାରେ ବିଫଳ ହେଉଛନ୍ତି। ଫଳରେ ଚାଷୀମାନେ ନିଜ କ୍ଷେତ ନିକଟରେ ମଞାବାନ୍ଧି ଚାଷ ଜମି ଜଗୁଛନ୍ତି। ହାତୀ ନଷ୍ଟ କରୁ ଥିବା ଚାଷ ର ପରିଣାମ ମୂଲ୍ୟ କମ ହେଉଥିବା ରୁ ଜନଅସନ୍ତୋଷ ତେଜୁଛି।ବାରମ୍ବାର ଚାଷ ନଷ୍ଟ ହେଉଥିବା ରୁ ହାତୀ ଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ ବୋଲି ପରିବେଶବିତ ସଂଯୁକ୍ତା ବସା ଚିନ୍ତା ପ୍ରକଟ କରିଛନ୍ତି। ହାତୀ ର ସୁରକ୍ଷା ପାଇଁ ଜଙ୍ଗଲ ରେ ଖାଦ୍ୟ ସୃଷ୍ଟି କରିବା, ପିଇବା ପାଣି ପାଇଁ ପୋଖରୀ ଖୋଳିବା ସହିତ ହାତୀ ଦେହରେ ଜିପିଆରଏସ ଲଗାଇ ଗତିବିଧି ଲକ୍ଷ କରିବା ପାଇଁ ଦାବି ହୋଇଛି।

ରେଞ୍ଜର ମହେଶ୍ୱର ସିଂ କହନ୍ତି ହାତୀଙ୍କୁ ଘଉଡାଇବାକୁ ଦୁଇଟି ଟିମ୍ ଦିନରାତି କାର୍ଯ୍ୟ କରୁଛି। ପୂର୍ବରୁ ବାଉଁଶ ଗଛ ଯାଏ ଜଙ୍ଗଲରେ ଥିଲା ତାକୁ ଖାଇ ହାତୀ ରହୁଥିଲେ। ଏବେ ଧାନ ଗଛ ସେମାନଙ୍କ ପ୍ରିୟ ହୋଇଛି। ମା ହାତୀ ବାଘ ଡରରେ ଜଙ୍ଗଲରେ ନିଜକୁ ସୁରକ୍ଷିତ ମଣୁ ନଥିବାରୁ ହାତୀ ପଲ ସୁରକ୍ଷିତ ସ୍ଥାନ ଖୋଜୁଛନ୍ତି ବୋଲି ରେଞ୍ଜର ଶ୍ରୀ ସିଂ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button