ଓଡିଶା

ମୁଣ୍ଡଳୀ ବ୍ରିଜ ତଳେ ଫିସିଥିବା ଯୁବକ ଉଦ୍ଧାର, ଅଣଓଡ଼ିଆ ବୋଲି ସୂଚନା

କଟକ :  ମୁଣ୍ଡଳୀ ବ୍ରିଜ ତଳେ ଫିସିଥିବା ଯୁବକ ଉଦ୍ଧାର । ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡଳୀ ବ୍ରିଜ ତଳେ ପୋଲିସ ପୋଷାକ ପିନ୍ଧିଥିବା ଜଣେ ଯୁବକ ଫସି ରହିଥିଲେ ।  ସକାଳୁ ସକାଳୁ କିଛି ମତ୍ସ୍ୟଜୀବୀ ନଦୀରେ ମାଛ ମାରୁଥିବା ବେଳେ ଯୁବକ ଜଣକ ବ୍ରିଜ ତଳେ ଫସି ରହିଥିବା ଦେଖିବାକୁ ପାଇଥିଲେ ।  ଏନେଇ ଗୋଡ଼ିସାହି ଫାଣ୍ଡିକୁ ଏବଂ ବାରଙ୍ଗ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।  ଘଟଣାସ୍ଥଳରେ ଗୋଡିସାହି ଫାଣ୍ଡି ପୋଲିସ ଓ ବାରଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର ଯୁବକ ଜଣଙ୍କ ଅଣଓଡ଼ିଆ ବୋଲି ସୂଚନା ମିଳିଛି ।  କାହଁକି ବ୍ରିଜ୍ ତଳକୁ ଯାଇଥିଲେ ତାହାର କାରଣ ଜଣାପଡ଼ିନି ।  ଏନେଇ ପୋଲିସ ପଚରାଉଚରା କରୁଛି ।

Related Articles

Leave a Reply

Your email address will not be published. Required fields are marked *

Back to top button